ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.39.0-wmf.21 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା ଗ୍ୟାଜେଟ ଗ୍ୟାଜେଟ ଆଲୋଚନା ଗ୍ୟାଜେଟ ସଂଜ୍ଞା ଗ୍ୟାଜେଟ ସଂଜ୍ଞା ଆଲୋଚନା ଦଶଟି ଥିଲେ ମୂଷା ଛୁଆ 0 5816 53973 31210 2022-07-21T07:19:18Z 157.41.49.229 wikitext text/x-wiki {{header | title = ଦଶଟି ଥିଲେ ମୂଷା ଛୁଆ | author = | translator = | section = | previous = | next = | year = | notes = }} <center> {{larger|ଦଶଟି ଥିଲେ ମୂଷା ଛୁଆ}} <poem> ଦଶଟି ଥିଲେ ମୂଷା ଛୁଆ, ଖାଉଥିଲେ ଯଅ ଯଅ ଖାଉ ଖାଉ ଗୋଟିଏ ଗଲା, ଆଉ ରହିଲେ ନଅ । ନଅଟି ଥିଲେ ମୂଷା ଛୁଆ, କାଟୁଥିଲେ କାଠ କାଠ କାଟୁ କାଟୁ ଗୋଟିଏ ଗଲା, ଆଉ ରହିଲେ ଆଠ । ଆଠଟି ଥିଲେ ମୂଷା ଛୁଆ, ଖୋଳୁଥିଲେ ଗାତ ଗାତ ଖୋଳୁ ଖୋଳୁ ଗୋଟିଏ ଗଲା, ଆଉ ରହିଲେ ସାତ । ସାତଟି ଥିଲେ ମୁଷା ଛୁଆ, ଚଢୁଥିଲେ ରୁଅ ରୁଅ ଚଢୁ ଚଢୁ ଗୋଟିଏ ଗଲା, ଆଉ ରହିଲେ ଛଅ । ଛଅଟି ଥିଲେ ମୂଷା ଛୁଆ, କରୁଥିଲେ ନାଚ ନାଚ କରୁ କରୁ ଗୋଟିଏ ଗଲା, ଆଉ ରହିଲେ ପାଞ୍ଚ । ପାଞ୍ଚଟି ଥିଲେ ମୂଷା ଛୁଆ, ଖାଉଥିଲେ ଖିରୀ ଖିରୀ ଖାଉ ଖାଉ ଗୋଟିଏ ଗଲା, ଆଉ ରହିଲେ ଚାରି । ଚାରୋଟି ଥିଲେ ମୂଷା ଛୁଆ, ବଜାଉଥିଲେ ଗିନି ଗିନି ବଜାଇ ଗୋଟିଏ ଗଲା, ଆଉ ରହିଲେ ତିନି । ତିନୋଟି ଥିଲେ ମୂଷା ଛୁଆ, ଖୋଳୁଥିଲେ ଉଈ ଉଈ ଖୋଳୁ ଖୋଳୁ ଗୋଟିଏ ଗଲା, ଆଉ ରହିଲେ ଦୁଇ । ଦୁଇଟି ଥିଲେ ମୂଷା ଛୁଆ, ଖାଉଥିଲେ କେକ୍ କେକ୍ ଖାଉ ଖାଉ ଗୋଟିଏ ଗଲା, ଆଉ ରହିଲେ ଏକ୍ । ଏକଟି ଥିଲେ ମୂଷା ଛୁଆ, ଲଗାଉଥିଲେ ଚୂନ ଚୂନ ଲଗାଇ ଗୋଟିଏ ଗଲା, ଆଉ ରହିଲେ ଶୂନ ।। </poem></center> ihqvmbljc342dh569788qohpp050ssn ମାତୃଭୂମି 0 8920 53974 50899 2022-07-21T07:46:20Z 157.41.49.229 wikitext text/x-wiki {{similar|ମାତୃଭୂମି|ମାତୃଭୂମି (ଗଙ୍ଗାଧର ମେହେର)}} {{header | title = <big>ମାତୃଭୂମି</big> | author = ଗଙ୍ଗାଧର ମେହେର | translator = | section = | previous = | next = | year = | notes = }} <poem> ଯେ କାଳେ ବାଳକ ବୁଲି ଯାଇପାରେ ପଡ଼ୋଶିମାନଙ୍କ ଘର, ସେ କାଳେ ଜାଣଇ ଅନ୍ୟ ଘରସବୁ ତା’ ସଙ୍ଗୀ ବାଳକଙ୍କର । ପରେ ଯେତେବେଳେ ଆପଣା ପଡ଼ାରୁ ଅନ୍ୟ ପଡ଼ା ବୁଲିଯାଏ, ସେହି ସମୟରେ ପଡ଼ୋଶୀ ପଡ଼ାକୁ ଆପଣାର ମଣିଥାଏ । ଅନ୍ୟ ଗ୍ରାମେ ପୁଣି ଯାଏ ଯେବେ ନିଜ ଗ୍ରାମରୁ ହୋଇ ବାହାର, ସେ କାଳେ ଜାଣଇ ନିଜ ଘର ଯହିଁ ସେ ଗ୍ରାମ ଅଟେ ତାହାର । ଆପଣା ଗ୍ରାମର ନଦୀ ପୁଷ୍କରଣୀ ବଗିଚା ଆଦି ସକଳ, ଆପଣାର ବୋଲି କହେ; ପୁଣି ସେହି- ସବୁକୁ ମଣଇ ଭଲ । ବଡ଼ ହୋଇ ଯେବେ କରି ଯାଇପାରେ ଅନ୍ୟ ରାଜ୍ୟେ ବିଚ଼ରଣ, ବଖାଣଇ ତହିଁ ନିଜ ରାଜା, ରାଜ୍ୟ- ଲୋକଙ୍କର ଶ୍ରେଷ୍ଠପଣ । ହାତୀ ଘୋଡ଼ାଠରୁ ଛେଳି ମେଣ୍ଢାଯାଏ ସବୁ ତା ରାଜ୍ୟର ଭଲ, ସକଳ ସୁଖର ଆକାର ତାହାରି ରାଜ୍ୟଟି ଅଟେ କେବଳ । ତହୁଁ ବଡ଼ ହୋଇ ଯାଇଥାଏ ଯେବେ କେହି କେବେ ଦେଶାନ୍ତର, ସ୍ବର୍ଗରୁ ଅଧିକ ବୋଲି ବୁଝେ ତେବେ ଯେଉଁ ଦେଶେ ତାର ଘର । ଜ୍ଞାନବଳେ ଯେବେ ଜାଣେ ସମସ୍ତଙ୍କ ଜନକ ଜଗତପତି, ସହୋଦର ଜ୍ଞାନ କରେ ଅବନୀର ମାନବ-ସମାଜ ପ୍ରତି । ତେବେ ସେ ଜାଣଇ ଯେ କରଇ ଯେତେ ଲୋକଙ୍କର ଉପକାର, ବିଶ୍ବପତିଙ୍କର ବିଶ୍ବଗୃହେ ଅଟେ ସେ ତେତେ ଯୋଗ୍ୟ କୁମାର । ଏହିରୂପେ ଗ୍ରାମ- କଥା, ରାଜ୍ୟକଥା, ଦେଶକଥା, ବିଶ୍ବକଥା ମାନବ-ଜୀବନେ ପ୍ରତୀତ ହେବାର ଦର୍ଶିତ ହୁଏ ସର୍ବଥା । ମାତୃଭୂମି ମାତୃ- ଭାଷାରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯେବେ ଜ୍ଞାନି- ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ? </poem> k25lk7b5du1jgnxq2emn7xyqgzbkxxr ପୃଷ୍ଠା:Sri Jagannath (MM Tripathy, 2012, 3e. 2014).pdf/୧୦ 250 11339 53971 53970 2022-07-20T15:19:23Z Ssgapu22 248 /* ପ୍ରମାଣିତ କରିବେ */ proofread-page text/x-wiki <noinclude><pagequality level="3" user="Ssgapu22" /></noinclude>'''ସ୍ମ'''ରଣାତୀତ କାଳରୁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆବିର୍ଭୂତ ହୋଇଛନ୍ତି । ଏହି ପରମପାବନ କ୍ଷେତ୍ର ଯେ ପୃଥିବୀର ଏକ ପ୍ରାଚୀନ ଧର୍ମପୀଠ- ଏହା ବିନା ଦ୍ୱିଧାରେ କୁହାଯାଇପାରେ । କିନ୍ତୁ ଏହି କ୍ଷେତ୍ରର ମୁଖ୍ୟ ଅଧିଷ୍ଠାତା ଦେବତା ଶ୍ରୀଜଗନ୍ନାଥଙ୍କର ଇତିବୃତ୍ତ ଅଦ୍ୟାବଧି ରହସ୍ୟାବୃତ ହୋଇ ରହି ଆସିଛି । ବିଭିନ୍ନ ପୁରାଣ, କିମ୍ୱଦନ୍ତୀ ଓ ଇତିହାସ ସେ ରହସ୍ୟ ଭେଦକରି ପାରି ନାହାନ୍ତି । କଥାରେ କୁହାଯାଇଛି, ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ରହସ୍ୟ ଦେବଗଣଙ୍କୁ ମଧ୍ୟ ଅଗୋଚର; ସାଧାରଣ ମାନବ ପକ୍ଷେ ସେ ରହସ୍ୟ ଭେଦ କରିବା ଅସମ୍ଭବ । ଶ୍ରୀଜଗନ୍ନାଥ ବେଦବର୍ଣ୍ଣିତ ବିରାଟ ପୁରୁଷଙ୍କ ପ୍ରତୀକ ବିଗ୍ରହ । ସେ ଦୁର୍ବୋଧ୍ୟ, ଉପନିଷଦ ଦର୍ଶନର ମୂର୍ତ୍ତିମନ୍ତ ବିଗ୍ରହ । ପୁରୀର ନାମ ହୁଏତ ଦିନେ ଥିଲା ପୁରୁଷୋତ୍ତମ-ପୁରୀ ଓ ଜଗନ୍ନାଥ-ପୁରୀ । ନାମ ସଂକ୍ଷିପ୍ତୀକରଣ ପ୍ରକ୍ରିୟାରେ ହୋଇଗଲା 'ପୁରୀ' । ଏହାର ଅନ୍ୟାନ୍ୟ କେତୋଟି ନାମ ହେଲା- ଶ୍ରୀକ୍ଷେତ୍ର, ନୀଳାଚଳ କ୍ଷେତ୍ର, ନୀଳାଚଳ ଧାମ, ଶଙ୍ଖକ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର, ପୁରୁଷୋତ୍ତମ ଧାମ, ନୀଳାଦ୍ରି । ବ୍ରିଟିଶ୍‍ ଶାସନ ସମୟର ସରକାରୀ ନଥିପତ୍ରରେ ଠାଏ ଠାଏ ପୁରୀ ଜାଗାରେ 'ଜଗନ୍ନାଥ' ଶବ୍ଦ ବ୍ୟବହୃତ ହୋଇଛି । ଉଭୟ ଶବ୍ଦ ହୋଇଯାଇଛି ସମାର୍ଥକ । ପୁର ଓ ପୁରୀ ଶବ୍ଦର ଅନେକ ଅର୍ଥ ରହିଛି । ପୁର ଅର୍ଥ ଗୃହ, ଦେଶ, ନଗର, ଦେହ ଇତ୍ୟାଦି । ଆତ୍ମା ସମସ୍ତ ପ୍ରାଣୀଙ୍କର ପୁରରେ ଅର୍ଥାତ୍‍ ଦେହରେ ଅବସ୍ଥାନ କରେ ବା ତାହାକୁ ପୂର୍ଣ୍ଣ କରି ରହେ ବା ସେଥିରେ ଶୟନ କରେ । ତେଣୁ ଆତ୍ମାକୁ 'ପୁରୁଷ' କୁହାଯାଏ । ପୁରୁଷ ଉତ୍ତମ, ପୁରୁଷୋତ୍ତମ- ଜଗନ୍ନାଥଙ୍କ ପୁର ହେତୁ ଏହି ଧାମର ନାମ ପୁରୁଷୋତ୍ତମପୁରୀ ବା ସଂକ୍ଷେପରେ ପୁରୀ ହୋଇଥିବ । ପୁରୀ ଶବ୍ଦକୁ ନେଇ ଭାଷାତତ୍ତ୍ୱବିତ୍‍ ଓ ଗବେଷକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ରହିଛି । ପ୍ରଫେସର ପଞ୍ଚାନନ ମହାନ୍ତି 'ପୁରୀ' ଶବ୍ଦର ବ୍ୟାଖ୍ୟା କରିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶା ଗୋଟିଏ ଆଦିବାସୀ ମୁଣ୍ଡାଭାଷୀ ଅଧ୍ୟୁଷିତ ରାଜ୍ୟ । ସମୁଦାୟ ପ୍ରାୟ ୧୨ଗୋଟି ମୁଣ୍ଡା ଭାଷା ମଧ୍ୟରୁ ଅନ୍ୟୂନ ଦଶଗୋଟି ଭାଷା ଓଡ଼ିଶାର ବିିଭିନ୍ନ ଅଞ୍ଚଳରେ କଥିତ ହୁଏ । ମହାପ୍ରଭୁ ଜଗନ୍ନାଥ ମୁଖ୍ୟତଃ ଶବର ଦେବତା ଥିଲେ । ଶବରମାନେ ମୁଣ୍ଡା ଗୋଷ୍ଠୀର ଅନ୍ତର୍ଭୁକ୍ତ । ସାରଳା ମହାଭାରତ ଅନୁଯାୟୀ, ନୀଳାଚଳ ଥିଲା ଗୋଟିଏ ଶବର ଅଧ୍ୟୁଷିତ କ୍ଷେତ୍ର । ପୁରୀରେ ପ୍ରାଚୀନକାଳରେ ଶବରମାନେ ରାଜତ୍ୱ କରୁଥିଲେ ବୋଲି ଐତିହାସିକମାନେ ମଧ୍ୟ ମତ ପୋଷଣ<noinclude>{{right|ଶ୍ରୀଜଗନ୍ନାଥ ■ ୧୧}}</noinclude> cz0cm9a4kvwpkaa1dejmpvcenmqsw6y 53972 53971 2022-07-20T15:19:45Z Ssgapu22 248 proofread-page text/x-wiki <noinclude><pagequality level="3" user="Ssgapu22" /></noinclude><big>'''ସ୍ମ'''</big>ରଣାତୀତ କାଳରୁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆବିର୍ଭୂତ ହୋଇଛନ୍ତି । ଏହି ପରମପାବନ କ୍ଷେତ୍ର ଯେ ପୃଥିବୀର ଏକ ପ୍ରାଚୀନ ଧର୍ମପୀଠ- ଏହା ବିନା ଦ୍ୱିଧାରେ କୁହାଯାଇପାରେ । କିନ୍ତୁ ଏହି କ୍ଷେତ୍ରର ମୁଖ୍ୟ ଅଧିଷ୍ଠାତା ଦେବତା ଶ୍ରୀଜଗନ୍ନାଥଙ୍କର ଇତିବୃତ୍ତ ଅଦ୍ୟାବଧି ରହସ୍ୟାବୃତ ହୋଇ ରହି ଆସିଛି । ବିଭିନ୍ନ ପୁରାଣ, କିମ୍ୱଦନ୍ତୀ ଓ ଇତିହାସ ସେ ରହସ୍ୟ ଭେଦକରି ପାରି ନାହାନ୍ତି । କଥାରେ କୁହାଯାଇଛି, ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ରହସ୍ୟ ଦେବଗଣଙ୍କୁ ମଧ୍ୟ ଅଗୋଚର; ସାଧାରଣ ମାନବ ପକ୍ଷେ ସେ ରହସ୍ୟ ଭେଦ କରିବା ଅସମ୍ଭବ । ଶ୍ରୀଜଗନ୍ନାଥ ବେଦବର୍ଣ୍ଣିତ ବିରାଟ ପୁରୁଷଙ୍କ ପ୍ରତୀକ ବିଗ୍ରହ । ସେ ଦୁର୍ବୋଧ୍ୟ, ଉପନିଷଦ ଦର୍ଶନର ମୂର୍ତ୍ତିମନ୍ତ ବିଗ୍ରହ । ପୁରୀର ନାମ ହୁଏତ ଦିନେ ଥିଲା ପୁରୁଷୋତ୍ତମ-ପୁରୀ ଓ ଜଗନ୍ନାଥ-ପୁରୀ । ନାମ ସଂକ୍ଷିପ୍ତୀକରଣ ପ୍ରକ୍ରିୟାରେ ହୋଇଗଲା 'ପୁରୀ' । ଏହାର ଅନ୍ୟାନ୍ୟ କେତୋଟି ନାମ ହେଲା- ଶ୍ରୀକ୍ଷେତ୍ର, ନୀଳାଚଳ କ୍ଷେତ୍ର, ନୀଳାଚଳ ଧାମ, ଶଙ୍ଖକ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର, ପୁରୁଷୋତ୍ତମ ଧାମ, ନୀଳାଦ୍ରି । ବ୍ରିଟିଶ୍‍ ଶାସନ ସମୟର ସରକାରୀ ନଥିପତ୍ରରେ ଠାଏ ଠାଏ ପୁରୀ ଜାଗାରେ 'ଜଗନ୍ନାଥ' ଶବ୍ଦ ବ୍ୟବହୃତ ହୋଇଛି । ଉଭୟ ଶବ୍ଦ ହୋଇଯାଇଛି ସମାର୍ଥକ । ପୁର ଓ ପୁରୀ ଶବ୍ଦର ଅନେକ ଅର୍ଥ ରହିଛି । ପୁର ଅର୍ଥ ଗୃହ, ଦେଶ, ନଗର, ଦେହ ଇତ୍ୟାଦି । ଆତ୍ମା ସମସ୍ତ ପ୍ରାଣୀଙ୍କର ପୁରରେ ଅର୍ଥାତ୍‍ ଦେହରେ ଅବସ୍ଥାନ କରେ ବା ତାହାକୁ ପୂର୍ଣ୍ଣ କରି ରହେ ବା ସେଥିରେ ଶୟନ କରେ । ତେଣୁ ଆତ୍ମାକୁ 'ପୁରୁଷ' କୁହାଯାଏ । ପୁରୁଷ ଉତ୍ତମ, ପୁରୁଷୋତ୍ତମ- ଜଗନ୍ନାଥଙ୍କ ପୁର ହେତୁ ଏହି ଧାମର ନାମ ପୁରୁଷୋତ୍ତମପୁରୀ ବା ସଂକ୍ଷେପରେ ପୁରୀ ହୋଇଥିବ । ପୁରୀ ଶବ୍ଦକୁ ନେଇ ଭାଷାତତ୍ତ୍ୱବିତ୍‍ ଓ ଗବେଷକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ରହିଛି । ପ୍ରଫେସର ପଞ୍ଚାନନ ମହାନ୍ତି 'ପୁରୀ' ଶବ୍ଦର ବ୍ୟାଖ୍ୟା କରିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶା ଗୋଟିଏ ଆଦିବାସୀ ମୁଣ୍ଡାଭାଷୀ ଅଧ୍ୟୁଷିତ ରାଜ୍ୟ । ସମୁଦାୟ ପ୍ରାୟ ୧୨ଗୋଟି ମୁଣ୍ଡା ଭାଷା ମଧ୍ୟରୁ ଅନ୍ୟୂନ ଦଶଗୋଟି ଭାଷା ଓଡ଼ିଶାର ବିିଭିନ୍ନ ଅଞ୍ଚଳରେ କଥିତ ହୁଏ । ମହାପ୍ରଭୁ ଜଗନ୍ନାଥ ମୁଖ୍ୟତଃ ଶବର ଦେବତା ଥିଲେ । ଶବରମାନେ ମୁଣ୍ଡା ଗୋଷ୍ଠୀର ଅନ୍ତର୍ଭୁକ୍ତ । ସାରଳା ମହାଭାରତ ଅନୁଯାୟୀ, ନୀଳାଚଳ ଥିଲା ଗୋଟିଏ ଶବର ଅଧ୍ୟୁଷିତ କ୍ଷେତ୍ର । ପୁରୀରେ ପ୍ରାଚୀନକାଳରେ ଶବରମାନେ ରାଜତ୍ୱ କରୁଥିଲେ ବୋଲି ଐତିହାସିକମାନେ ମଧ୍ୟ ମତ ପୋଷଣ<noinclude>{{right|ଶ୍ରୀଜଗନ୍ନାଥ ■ ୧୧}}</noinclude> k6bapkd693sx8p63z5gto8chegagm7i