ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.39.0-wmf.22 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା ଗ୍ୟାଜେଟ ଗ୍ୟାଜେଟ ଆଲୋଚନା ଗ୍ୟାଜେଟ ସଂଜ୍ଞା ଗ୍ୟାଜେଟ ସଂଜ୍ଞା ଆଲୋଚନା ପୃଷ୍ଠା:Aama Odia Byakarana.pdf/୫୮ 250 7955 54022 52136 2022-07-29T06:24:16Z 2409:4062:2287:98BF:B060:7E6C:6CB5:E03A proofread-page text/x-wiki <noinclude><pagequality level="4" user="Ssgapu22" /></noinclude><center><big><big>'''ଶବ୍ଦରୁ ଶବ୍ଦ'''</big></big></center> {| |{{gap}} ||ବୁଦ୍ଧ|| - ||ବୌଦ୍ଧ|| {{gap|6em}} ||ଜ୍ଞାନ|| - ||ଜ୍ଞାନୀ |- |{{gap}} ||ବନ|| - ||ବନ୍ୟ|| {{gap|6em}} ||ପାହାଡ଼|| - ||ପାହାଡ଼ିଆ |} {{gap}}‘ବୁଦ୍ଧ’ ଗୋଟିଏ ଶବ୍ଦ, ‘ବୌଦ୍ଧ’ ମଧ୍ୟ ଗୋଟିଏ ଶବ୍ଦ । ବୁଦ୍ଧ ଶବ୍ଦରୁ ବୌଦ୍ଧ ହୋଇଛି । ସେହିପରି ‘ବନ’, ‘ଜ୍ଞାନ’, ‘ପାହାଡ଼’ ଗୋଟିଏ ଗୋଟିଏ ଶବ୍ଦ । ବନରୁ ବନ୍ୟ ହୋଇଛି, ଜ୍ଞାନରୁ ଜ୍ଞାନୀ ହୋଇଛି ଏବଂ ପାହାଡ଼ରୁ ପାହାଡ଼ିଆ ହୋଇଛି । {{gap}}ପ୍ରଥମ ଶବ୍ଦକୁ ମୂଳ ଶବ୍ଦ କୁହାଯାଏ ଏବଂ ମୂଳ ଶବ୍ଦରୁ ହୋଇଥିବା ଶବ୍ଦକୁ ତଦ୍ଧିତ ଶବ୍ଦ କୁହାଯାଏ । {{gap}}ବୁଦ୍ଧ, ବନ, ଜ୍ଞାନ, ପାହାଡ଼- ଏଗୁଡ଼ିକ ଗୋଟିଏ ଗୋଟିଏ ମୂଳ ଶବ୍ଦ ।<br> {{gap}}ବୌଦ୍ଧ, ବନ୍ୟ, ଜ୍ଞାନୀ, ପାହାଡ଼ିଆ- ଏଗୁଡ଼ିକ ଗୋଟିଏ ଗୋଟିଏ ତଦ୍ଧିତ ଶବ୍ଦ । {{gap}}ମୂଳଶବ୍ଦ ଓ ତଦ୍ଧିତ ଶବ୍ଦର ବ୍ୟବହାର ସମାନ ଅର୍ଥରେ ହୁଏ ନାହିଁ, ଭିନ୍ନ ଅର୍ଥରେ ହୁଏ । କିନ୍ତୁ ସେହି ଦୁଇ ଅର୍ଥ ମଧ୍ୟରେ ସଂପର୍କ ଥାଏ । ଯେପରି- {{gap}}ବୁଦ୍ଧ ଲୋକମାନଙ୍କୁ ସତ୍‍ ଉପଶେ ଦେଉଥିଲେ ।<br> {{gap}}ବହୁ ଦେଶରେ ବୌଦ୍ଧଧର୍ମର ଲୋକ ବାସ କରନ୍ତି ।<br> {{gap}}ବନରେ ବହୁ ପ୍ରକାର ପଶୁପକ୍ଷୀ ରହନ୍ତି ।<br> {{gap}}ବନ୍ୟପ୍ରାଣୀମାନଙ୍କୁ ମାରିବା ଉଚିତ ନୁହେଁ ।<noinclude>{{left|'''୬୦ ■ ଆମ ଓଡ଼ିଆ ବ୍ୟାକରଣ'''}}</noinclude> es57as8tagotjku5zzxrytxzagq6f71 ପୃଷ୍ଠା:Sri Jagannath (MM Tripathy, 2012, 3e. 2014).pdf/୧୫ 250 11344 54021 54019 2022-07-28T18:22:18Z Ssgapu22 248 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ମନ୍ତ୍ରରୁ ପ୍ରତିପାଦ୍ୟ ବିଷୟ ଜଣାପଡ଼ିବ ନାହିଁ ।" 'ଦାରୁ' ଶବ୍ଦ ଦେଖି ତାକୁ ଜଗନ୍ନାଥଙ୍କ ଦାରୁମୂର୍ତ୍ତି ବୋଲି ଧରିନେବା ଯୁକ୍ତିଯୁକ୍ତ ନୁହେଁ । ବେଦରେ ଅଲକ୍ଷ୍ମୀକୁ ସମୁଦ୍ରରେ ଭାସୁଥିବା ଗୋଟିଏ ଦାରୁ ବା କାଷ୍ଠ ଉପରେ ବସି ଅନ୍ୟତ୍ର ଚାଲିଯିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆହୁରି ମଧ୍ୟ କୁହାଯାଇଛି,କୌଣସି ବ୍ୟକ୍ତି ଯଦି ଧନ ବା ଲକ୍ଷ୍ମୀବିହୀନ ହୋଇ ଜୀବନ ଯାପନ କରୁାନ୍ତି, ତେବେ ସେ ଋଗ୍‍ ବେଦ ଦଶମ ମଣ୍ଡଳର୧୫୫ ତମ ସୂକ୍ତର ପାଞ୍ଚଗୋଟି ମନ୍ତ୍ରକୁ ନିତ୍ୟ ପ୍ରାତଃ କାଳରେ ସ୍ନାନ କରିବା ପରେ ୧୦୧ ର ଜପ କରନ୍ତୁ । ଏହି ଜପ ପୂର୍ବରୁ ଓ ପରେ ଗାୟତ୍ରୀ ମହାମନ୍ତ୍ରର ଗୋଟିଏ ମାଳା ଜପ ଆବଶ୍ୟକ । (ଯୁଗଶକ୍ତି ଗାୟତ୍ରୀ,ଜାନୁଆରି,୨୦୦୫) ବୌଦ୍ଧ ବଜ୍ରଯାନର ପ୍ରସିଦ୍ଧ ଗ୍ରନ୍ଥ 'ଜ୍ଞାନସିଦ୍ଧି'ରେ ଉଲ୍ଲେଖ ଅଛି: "ପ୍ରଣିପତ୍ୟ ଜଗନ୍ନାଥଂ ସର୍ବଜିନ ବରାର୍ଚ୍ଚିତମ୍‍ । ସର୍ବ ବୁଦ୍ଧମୟଂ ସିଦ୍ଧି ବ୍ୟାପିନଂ ଗଗନୋପମମ୍‍ ।।" (୧/୧) । ଏହି ଗ୍ରନ୍ଥର ପ୍ରଣେତା ଖ୍ରୀ: ସପ୍ତମ/ଅଷ୍ଟମ ଶତାବ୍ଦୀର ସମ୍ୱଳକ (ଏବର ସମ୍ୱଲପୁର)ର ରାଜା ଇନ୍ଦ୍ରଭୂତି । ଏହି ଗ୍ରନ୍ଥର ମଙ୍ଗଳାଚରଣ ପାଠକରି କେତେଜଣ ଲେଖକ ତା ଗବେଷକ ମତ ଦିଅନ୍ତି ଯେ, ଏିରେ ପ୍ରମରପାଇଁ 'ଜଗନ୍ନାଥ' ଶବ୍ଦ ବ୍ୟବହୃତ ହୋଇଛି ଓ ତାହା ଶ୍ରୀକ୍ଷେତ୍ରର ଜଗନ୍ନାଥ ମହାପ୍ରଭୁଙ୍କୁ ବୁଝାଉ ଅଛି । ଏହି ଗ୍ରନ୍ଥରୁ ଉଦାହରଣ ଦେଇ ବୌଦ୍ଧ ଏପରିକି ଜୈନମାନେ ମଧ୍ୟ ଜଗନ୍ନାଥ ମହାପ୍ରଭୁଙ୍କୁ ଯାକ୍ରମେ ବୁଦ୍ଧ ଓ ଜୀନନା ମନେକରନ୍ତି । ନୀଳାଚଳ ଧାମର ପ୍ରସିଦ୍ଧି ଖ୍ରୀ: ଅଷ୍ଟମ ବା ନବମ ଶତାବ୍ଦୀରେ ଥିବା କା ମୁରାରି କବିଙ୍କ 'ଅନର୍ଘ ରାଘବ' ନାଟକରୁ ପ୍ରତିପାଦିତ ହୁଏ ବୋଲି ସତ୍ୟନାରାୟଣ ରାଜଗୁରୁ ଲେଖିଛନ୍ତି । କିନ୍ତୁ ମୁରାରିଙ୍କ ସମୟ ଏକାଦଶ ଶତାବ୍ଦୀ ବୋଲି ଐତିହାସିକ ନବୀନ କୁମାର ସାହୁ ମତ ଦେଇଛନ୍ତି । ପ୍ରଫେସର ସାହୁ ଆହୁରି କହିଛନ୍ତି ଯେ, ଚୋଡ଼ଗଙ୍ଗଦେବଙ୍କ ଉତ୍କଳ ଅଧିକାର ପୂର୍ବରୁ ପୁ ର ୀଠାରେ ପୁ ର ୁ େ ଷାତ୍ତମ ଜଗନ୍ନ । ଙ୍କର ଏକ ମନ୍ଦି ର ି ବ । କା ପ୍ର । ଚୀନ ଗ୍ର ନ୍ଥ ଓ ଅଭିଲେଖଗୁଡ଼ିକରୁ ଜଣାଯାଏ । ଏହି ସବୁ ଗ୍ରନ୍ଥ ଓ ଅଭିଲେଖରୁ ଗୋଟିଏ ସୁଦ୍ଧା ଏକାଦଶ ଶତାବ୍ଦୀର ପୂର୍ବବର୍ତ୍ତୀ ନୁହେଁ । 'ଅନର୍ଘ ରାଘବ'ର ଚରୟିତା ମୁରାରିଙ୍କ ସମୟ ଏକାଦଶ ଶତାବ୍ଦୀ, କୃଷ୍ଣମିଶ୍ରଙ୍କ ରଚିତ 'ପ୍ରବୋଧ ଚନ୍ଦ୍ରୋଦୟ' ନାଟକର ସମୟ ଖ୍ରୀଷ୍ଟାବ୍ଦ ୧୦୭୩ରୁ ୧୦୭୬ ମଧ୍ୟରେ । 'ଭାସ୍ୱତି' ଓ 'କୃତ୍ୟ କଳ୍ପତରୁ' ଗ୍ରନ୍ଥ ଯାକ୍ରମେ ୧୧୦୦ ଓ ୧୧୧୦ ଖ୍ରୀଷ୍ଟାବ୍ଦରେ ରଚିତ । 'ବ୍ରହ୍ମ ଯାମଳ ତନ୍ତ୍ର' ଏକାଦଶ ଶତାବ୍ଦୀର ପୂର୍ବବର୍ତ୍ତୀ ନୁହେଁ । ଓଡ଼ିଆ ସାହିତ୍ୟରେ ଆଦି କବି ସାରଳା ଦାସ (୧୫ଶ ଶତାବ୍ଦୀ)ଙ୍କ ମହାଭାରତରେ ପ୍ରମ କରି ଶ୍ରୀଜଗନ୍ନାଥଙ୍କ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି । ପରବର୍ତ୍ତୀ 'ପଞ୍ଚସଖା' ସାହିତ୍ୟରେ ଅର୍ାତ୍‍ ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ, ଯଶୋବନ୍ତ, ଅଚୁ୍ୟତ ଓ ଅନନ୍ତ ଦାସଙ୍କ ରଚନାରେ ଶ୍ରୀଜଗନ୍ନାଥଙ୍କ ମାହାତ୍ମ୍ୟ ବର୍ଣ୍ଣିିତ ହୋଇଅଛି ।<noinclude>{{left|୧୪ ■ ଶ୍ରୀଜଗନ୍ନାଥ}}</noinclude> rs4owgvjdhtbaate07il99fr0gbyjhe