ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.39.0-wmf.22 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା ଗ୍ୟାଜେଟ ଗ୍ୟାଜେଟ ଆଲୋଚନା ଗ୍ୟାଜେଟ ସଂଜ୍ଞା ଗ୍ୟାଜେଟ ସଂଜ୍ଞା ଆଲୋଚନା ପୃଷ୍ଠା:Typical selections from Oriya literature.pdf/୪୦୧ 250 2571 54026 30562 2022-08-01T17:36:55Z Ssgapu22 248 proofread-page text/x-wiki <noinclude><pagequality level="1" user="122.180.60.39" />{{rh||ଓଡ଼ିଆ ସାହିତ୍ୟ-ପରିଚୟ|୩୬୩}}</noinclude><poem>ସେ ଦେଶେ କି ଷଡ଼ଋତୁଏ ନାହାନ୍ତି କି ଷଡ଼ଗାୟକ । ଚନ୍ଦ୍ର କୋକିଳ କେକୀ କେକା ସାରସ ଜୀମୂତଗର୍ଜ୍ଜନ ଡାହୁକ । ନାଥ ହେ ନୟନେ କି ଦେଖି ନ ଶୁଣ । ସେ ଦେଶେ କି ଫୁଲଧନୁ ଧରି କାମଦେବ ନ କରଇ ଭ୍ରମଣ । ତ‌ଥାପି ଏ ଶ୍ରେଣୀ ଥିଲେହେଁ କି ହେବ ମଧୁପୁରନାରୀ ଅଛନ୍ତି । ଯେତେ କଥା ଏହା ଦେଖି ଯାତ‌ହୋଏ ତୁମ୍ଭଙ୍କୁ କି କରି ପାରନ୍ତି । ତ‌ହିଁକି ଭୟ ନାହିଁ ତୁମ୍ଭ ମନରେ । ଆଉ ସେମାନ କ‌ହି କିସ ହୋଇବ ରହିଲ କୁବୁଜା ଭାବରେ । ଏତେକ ଲେଖି ନବୀନ ନୀରଜାକ୍ଷୀ କଉତୁକ କରି ମଣ୍ତିଲେ । କୁସୁମ ମଣ୍ତାଭିତରେ ଥୋଇ ବାଳୀ କି କି ମନରେ ବିଚାରିଲେ । ତା ପରେ ଉରଗ ଗୋଟିଏ ଲିହିଲେ । ପୁଣି ଅଞ୍ଜନାନ‌ନ୍ଦନ ଚନ୍ଦ୍ରଚୁଡ଼ ତ‌ଥି ପାରୁଶେ ବସାଇଲେ । ଗୁପତ କରି ଉଦ୍ଧବଙ୍କ ହସ୍ତରେ ଦେଲେ ସେ ପୀନପ‌ୟୋଧରୀ । ଗୋପୀନାଥଙ୍କ ଛାମୁରେ ଦେବ ବୋଲି ବୋଇଲେ ବରଜକିଶୋରୀ । ମଥୁରା ନାରୀମାନେ ଥିଲେ ନ ଦେବ । ବୋଲେ ବଇରାଗୀ ଭକ‌ତରଣ ଜଣାଗଲେ ଦ୍ୱନ୍ଦ ହୋଇବ । ତ୍ରିଂଶ ଛାନ୍ଦ ରାଗ-ପଞ୍ଚମ ବରାଡ଼ୀ-ବିପ୍ରସିଂହା ବାଣୀ ଶ୍ରୀକୃଷ୍ଣଙ୍କ ଆଗେ ଉଦ୍ଧବଙ୍କର ଗୋପସମ୍ବାଦ କଥନ ଗୋପୀଙ୍କ ଉଦନ୍ତ ଘେନି ଉଦ୍ଧବ ହୋଇ ମେଲାଣି ମଥୁରା ନ‌ଗରେ ପରବେଶ । ଶ୍ରୀକୃଷ୍ଣ ପାରୁଶେ ହେଲା ଚରଣେ ପ୍ରଣାମ କଲା ଦେଖି ଦୀନବନ୍ଧୁ ହେଲେ ତୋଷ ସେ । ବ୍ରଜବୀର । ଆଲିଙ୍ଗନ କରି ବସାଇଲେ । ଗୋପର କୁଶଳ ପଚାରିଲେ ସେ । ଶୁଣ ହେ ଭକତବର ଯାଇଥିଲ ଗୋପ‌ପୁର କ‌ହ ଗୋପୀ କି କରୁଅଛନ୍ତି । ସେ ଯେ ମୋର ପ୍ରାଣ ସମ ବିହି କରାଇଲା ବାମ ଦିବା ନିଶୀ କିରୂପେ ଅଛନ୍ତି ସେ । ଗୋପୀମାନେ । ଉତ୍ପାତ ନାହିଁନା ବୃନ୍ଦାବନେ । ସୁଖେ ଛନ୍ତିଟିକି ଜୀବମାନେ ହେ । ନନ୍ଦ ଯଶୋଦା ସ‌ହିତେ ମୋର ପ୍ରୀୟସଖୀ ଯେତେ କୁଶଳ ତାଙ୍କରଟିକି କ‌ହ । ଗୋବିନ୍ଦ ବଚନ ଶୁଣି ଉଦ୍ଧବ ଯୋଡ଼ିଲେ ପାଣି ପ୍ରେମେ ଥରହର କମ୍ପେ ଦେହ ସେ । ଯଦୁବୀର । କ‌ହେ ଗୋପୀଙ୍କର କଥାମାନ । କ୍ଷଣେ କ୍ଷଣେ ବୁଜଇ ନୟନ ସେ । </poem><noinclude></noinclude> 859wrjlduvsxvitjqdlzxozz4o74sb7