ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.39.0-wmf.23
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
ଗ୍ୟାଜେଟ
ଗ୍ୟାଜେଟ ଆଲୋଚନା
ଗ୍ୟାଜେଟ ସଂଜ୍ଞା
ଗ୍ୟାଜେଟ ସଂଜ୍ଞା ଆଲୋଚନା
ପୃଷ୍ଠା:Typical selections from Oriya literature.pdf/୪୦୨
250
2570
54027
30563
2022-08-02T18:49:25Z
Ssgapu22
248
proofread-page
text/x-wiki
<noinclude><pagequality level="1" user="122.180.60.39" />{{rh|୩୬୪|ଓଡ଼ିଆ ସାହିତ୍ୟ-ପରିଚୟ|}}</noinclude><poem>ଶୁଣ ହେ କରୁଣାସିନ୍ଧୁ ଧନ୍ୟ ହେ ବରଜବନ୍ଧୁ ଯାହା ମୁଁ ଦେଖିଲି ତାହାଙ୍କର ।
ଅଶେଷ ଭୁବନେ ପୂରି ଯେତେ ଛନ୍ତି ବ୍ରତାଚାରୀ ସତୀ ଯତୀ ଶଙ୍କର ଅମର ସେ । ଶେଷଆଦି ।
ସମାନ ନୁହନ୍ତି ତାଙ୍କ ସଙ୍ଗେ । ଧନ୍ୟ ମୁଁ ଦେଖିଲି ନେତ୍ରଯୁଗେ ହେ ।
ମୋଠାରେ ସୁଦୟା କରି ପେଶିଲ ବରଜପୁରୀ ଭାଗ୍ୟବଳେ କଲି ଦରଶନ ।
ଏବେ ଏହି କୃପାକର ଆଜ୍ଞା ଦିଅ ଶିରୀଧର ଫେରିଯିବି ସେହି ବୃନ୍ଦାବନ ହେ । ଦୀନବନ୍ଧୁ ।
ଗୋପୀଙ୍କ ସଙ୍ଗରେ ବଞ୍ଚୁଥିବି । ଏଥେ ଥାଇ କି ସୁଖ ଭୁଞ୍ଜିବି ହେ ।
କରୁଥିବି ତାଙ୍କ କର୍ମ ସାଧୁଥିବି ତାଙ୍କ ଧର୍ମ କହୁଥିବି ତବରୂପ ଧ୍ୟାୟେ ହେ । ଦୀନବନ୍ଧୁ ।
କୃଷ୍ଣ ବୋଲି ଗାଉଥିବି ମୁଖେ । ଥିବି ସେ ଗୋପୀଙ୍କ ପାଖେ ପାଖେ ହେ ।
ଏତେ କହି ଯଦୁମଣି ନୟନୁ ବରଷେ ପାଣି ଦେଖି ପଚାରନ୍ତି ନନ୍ଦବଳା ।
କି କହି ଅଛନ୍ତି ଗୋପୀ ତାହା ସେ କହ ସଂକ୍ଷେପି ଶୁଣିଲେ ତୁଟିବ ଦୁଃଖକଳା । ହେ । ଯଦୁମଣି ।
ଗୋପୀଙ୍କ ସମାନେ ଦୁଃଖୀ ନାହିଁ । ଗୋବିନ୍ଦ ବଚନ ଶୁଣି କହି ସେ ।
କି କହିବି ଗୋପକଥା କହିଲେ ଲାଗଇ ବ୍ୟଥା ଅଶୋଭା ଦିଶଇ ବୃନ୍ଦାବନ ।
କାନ୍ଦୁଛନ୍ତି ଗୋପୀମାନେ କୃଶ ହୋଇ ଦିନେ ଦିନେ କ୍ଷୀର ନ ଦିଅନ୍ତି ଧେନୁମାନ
ହେ । ଦୀନବନ୍ଧୁ ।
କୃଷିମାନ ନ ଫଳଇ ଭଲେ । ବୃଷ୍ଟି ନ କରନ୍ତି ମେଘମାଳେ ହେ ।
କୂପେ ନ ଦିଅନ୍ତି ଜଳ ବୃକ୍ଷେ ନ ଫଳନ୍ତି ଫଳ ସୁଗନ୍ଧପବନ ନ ବହଇ ।
ଏକା ତୁମ୍ଭ ବିଚ୍ଛେଦରୁ ସାହା ହେଲା ମହାଗରୁ କାହାରି ମନେ ହରଷ ନାହିଁ ହେ । ଦୀନବନ୍ଧୁ ।
ରଜନୀ ଦିବସେ ଝୁରୁଛନ୍ତି । ମହାକଷ୍ଟେ ଗୋପୀଏ ବଞ୍ଚନ୍ତି ହେ ।
ନ ଘେନନ୍ତି ଗନ୍ଧ ପୁଷ୍ପ ନାନାଅଳଙ୍କାରେ ବେଶ ସୁସ୍ୱାଦୁ ପଦାର୍ଥ ନ ଭୁଞ୍ଜନ୍ତି ।
ନ ପିନ୍ଧନ୍ତି ଝୀନବାସ ଉଚ୍ଚେ ଛାଡ଼ନ୍ତି ନିଶ୍ୱାସ ହାହା ଗୋବିନ୍ଦ ବୋଲି ରୋଦନ୍ତି ହେ । ଦୀନବନ୍ଧୁ ।
କ୍ଷଣେ କ୍ଷଣେ ଗଡ଼ନ୍ତି ମହୀରେ । ନ ଶୁଣନ୍ତି କହିଲେ କର୍ଣ୍ଣରେ ସେ ।
ବୃକ୍ଷ ନ ଥିଲାର ଗିରି ଦିଶଇ ଯେମନ୍ତ ହରି ପଲ୍ଲବ ବିହୀନେ ଯେହ୍ନେ ଲତା ।
ଜଳ ବିନେ ଯେହ୍ନେ ମୀନ ସୂର୍ଯ୍ୟ ବିନେ ପଦ୍ମବନ କାନ୍ତବିନେ ଯେସନେ ବନିତା ହେ । ଦୀନବନ୍ଧୁ ।
ସେହିରୂପେ ହୋଇଛନ୍ତି ଗୋପୀ । କେ କହିବ ସେ ଦୁଃଖ ସକ୍ଷେପି ହେ ।
ଶଙ୍ଖାରି ତାମ୍ବୁଳମାନେ କାଚରା ବଣିକଗଣେ ସୂନାରି ସହିତେ ପାଞ୍ଚଜାତି ।
</poem><noinclude></noinclude>
mlu96x1r0fnsvk5vvwtc92pssvep7ce