ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.39.0-wmf.23 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା ଗ୍ୟାଜେଟ ଗ୍ୟାଜେଟ ଆଲୋଚନା ଗ୍ୟାଜେଟ ସଂଜ୍ଞା ଗ୍ୟାଜେଟ ସଂଜ୍ଞା ଆଲୋଚନା ପୃଷ୍ଠା:Typical selections from Oriya literature.pdf/୪୦୩ 250 2569 54028 30564 2022-08-03T20:00:24Z Ssgapu22 248 proofread-page text/x-wiki <noinclude><pagequality level="1" user="122.180.60.39" />{{rh||ଓଡ଼ିଆ ସାହିତ୍ୟ-ପରିଚୟ|୩୬୫}}</noinclude><poem> ଗୋପ‌ପୁରୁଁ ପଳାଇଲେ ଅନ୍ୟ ଅନ୍ୟ ଦେଶେ ଗଲେ ଯେଣୁ ଗୋପୀ ସୁବେଶ ନୁହ‌ନ୍ତି ହେ । ଦୀନବନ୍ଧୁ । ତାଙ୍କ ସଙ୍ଗେ ଗଲା ମାଳାକାର । ଯହୁଁ ବିକା ନ ଗଲା ତାହାର ହେ । ପୁଣି ଦେଖିଲି ବିଚିତ୍ର ଯେତେ ଦ୍ରବ୍ୟ ପଦ୍ମନେତ୍ର ବୃକ୍ଷର କୋମଳପତ୍ର ଛବି । ବୃନ୍ଦାବନେଣ ମିଳନ୍ତି ଶୁଣିମା ହେଉ ଶ୍ରୀପତି ତବ ବିନେ ବରଜସାଧବୀ ହେ । ଦୀନବନ୍ଧୁ । ବିରହଅନଳେ ତାପୀ ହୋଇ । ଶ‌ଯ୍ୟାକରି ତ‌ହିଁପରେ ଶୋଇ ହେ । ରାଜ‌ହଂସଶ୍ରେଣୀ ମୃଗ ଚନ୍ଦ୍ରମା ଗଜ ଅର୍ଣ୍ଣଙ୍ଗ ବନପ୍ରିୟ ଆଦି କତି କତି । ଶାରଙ୍ଗ ନ କରେ ସ୍ୱନ ହୋଇଣ ଆନନ୍ଦମନ ଦେଖି ଦୁଃଖୀ ବରଜ‌ଯୁବତୀ ହେ । ଦୀନବନ୍ଧୁ । କି କ‌ହିବି ଗୋପର ଉଦନ୍ତ । କୃଶ ହୋଇ ଅଛନ୍ତି ସମସ୍ତ ହେ । ଚମ୍ପା ଜାତି କୁରୁବକ ନିଆଳୀ ମଲ୍ଲୀ ଅଶୋକ ଏ ଆଦି ଯେତେକ ପୁଷ୍ପମାନ । ଫୁଟନ୍ତି ଝଡ଼ନ୍ତି ତଳେ ପଡ଼ନ୍ତି ଅତି ପ୍ରବଳେ ଯେଣୁ ଗୋପୀ ନୁହ‌ନ୍ତି ମଣ୍ତନ ହେ । ଦୀନବନ୍ଧୁ । ଗୋପ‌ପୁର ବାରତା ଏମନ୍ତ । ଶୁଣିଲେ ଶ୍ରବଣେ ଦେବ ହସ୍ତ ହେ । ପୁଣିହିଁ ଅତି ବିଚିତ୍ର ଦେଖିଲି ପଙ୍କଜନେତ୍ର ଯମୁନା ପ୍ରବଳ ହୋଇଅଛି । କୁଳକୁ ଲଙ୍ଘି ତରଙ୍ଗ ଶୁଣି ବୋଲନ୍ତି ଶ୍ରୀରଙ୍ଗ କ‌ହ ଏଥି କି ବିଷୟ ଅଛି ହେ । ଦୀନବନ୍ଧୁ । ଶୁଣି କ‌ହେ ଶିରେ ଦେଇ ପାଣି । ଶୁଣ ସାବଧାନେ ସେ କାହାଣୀ ହେ । ତବ ବିଚ୍ଛେଦରୁ କରି ରୋଦନ୍ତି ବରଜନାରୀ ନୟନୁ ଲୋତକ ବ‌ହି ଯାଇ । ମିଶଇ ଯମୁନା ସଙ୍ଗେ ତେଣୁ ସେ ବଢ଼ଇ ରଙ୍ଗେ କୃତାନ୍ତ ଭଗିନୀ ଦୋଷ ନାହିଁ ହେ । ଦୀନବନ୍ଧୁ । ବୃନ୍ଦାବନ କଥା ନ ପଚାର । ମନେ ପଡି କମ୍ପଇ ମୋ ଉର ହେ । ଏ ବାଣୀ ଶୁଣି ଗୋବିନ୍ଦ ବୁଜି ନେତ୍ରଅରବିନ୍ଦ ହୃଦରେ ସୁମରି ଗୋପୀଭାବ । ଟିକାକ ଅନ୍ତରେ ଧନ୍ୟ ସେ ଗୋପନିବାସୀ ମୋହଠାରେ ଏଡ଼େବଡ଼ ଭାବ ସେ । ଗୋପୀମାନେ । ସତେକି କରିବେ ସୁରଶ୍ରେଷ୍ଠ । ସେମାନଙ୍କ ସଙ୍ଗେ ହେବ ଭେଟ ହେ । ଏତେବୋଲି ଭାବଗ୍ରାହୀ ଉଦ୍ଧବେ ମେଲାଣି ଦେଇ ନିଜପୁରେ ରହିଲେ ମାଧବ । ସେ ଗୋବିନ୍ଦ ପାଦ‌ଯୁଗେ ଯେ ଭ‌ଜଇ ଅନୁରାଗେ ସେହି ଜନ ସଂସାରୁ ତରିବ ହେ । ନରମାନେ । ଆନ ଦେବ ଦେବୀ ଦୂରେ ତେଜ । ନିରବଧି ହରିରସେ ମଜ୍ଜ ହେ । ଦେଖ ଏ ଅନିତ୍ୟ ଅଙ୍ଗ କ୍ଷଣକେ ହୁଅଇ ଭଙ୍ଗ ଚିର ହୋଇ କେବେହେଁ ନ ରହେ । ଧନ ଜନ ତାତ ମାତ ଏ ଘେନ ବିଜୁଳିମତ କେହି କାହା ସଙ୍ଗରେ ନ ଯାଏ ହେ । ନରମାନେ । ଏଣୁ ଭଜ ଗୋବିନ୍ଦ ଚରଣ । ନ ପାଇବ ଯମର କଷଣ ହେ । </poem><noinclude></noinclude> fam0y8bccn84j57g7wxgqqjsurixb4c