ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.39.0-wmf.23 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା ଗ୍ୟାଜେଟ ଗ୍ୟାଜେଟ ଆଲୋଚନା ଗ୍ୟାଜେଟ ସଂଜ୍ଞା ଗ୍ୟାଜେଟ ସଂଜ୍ଞା ଆଲୋଚନା ପୃଷ୍ଠା:Typical selections from Oriya literature.pdf/୪୦୭ 250 2544 54053 30568 2022-08-07T17:34:53Z Ssgapu22 248 proofread-page text/x-wiki <noinclude><pagequality level="1" user="Pmsarangi" />{{rh||ଓଡ଼ିଆ ସାହିତ୍ୟ-ପରିଚୟ|୩୬୯}}</noinclude><poem>ଦେଲେ ଯାହା ବିବୁଧପତିପଦ ବିଶୁଦ୍ଧ ମୋ କର୍ମେ ଦୟାହିଁ ଦୁସ୍ତର ହେ । ମହାପ୍ରଭୁ । ଦୀନବନ୍ଧୁ ନାମ ତୁମ୍ଭର । ଦ୍ୱିସପ୍ତ ଲୋକରେ ବିସ୍ତାର । ଦେଖୁ ଦେଖୁ ଦୁର୍ଗତି ଦେଉଛି ଦଣ୍ତ ଅତି ଏ ତ୍ରପା ହୋଇବ କାହାର ହେ । ମହାପ୍ରଭୁ । ଧରିଛି ଏହି ସୁଖ ମନେ ହେ ପଦ୍ମମୁଖ ଅଭୟ ପଞ୍ଜରେ ପଶିଲେ । ଧରି ଦାରୁଣ ମୂର୍ତ୍ତି ହୋଇ ସକ୍ରୋଧ ଅତି ବିଷମ ବିପଦ ଗ୍ରାସିଲେ ହେ । ମହାପ୍ରଭୁ । ଧରି ଯାହା ନାମ ମନରେ । ଧ୍ରୁବ ପ୍ରହ୍ଲାଦ ନିସ୍ତାରିଲେ । ଧରି ହୁଏ ଭରସା ପତିତ ପ୍ରତିଆଶା କରିଛି ରଜନୀ ବାସରେ ହେ । ମହାପ୍ରଭୁ । ନିଗୂଢ଼ ସଙ୍କଟକୁ ପେଷ ସୁଦର୍ଶନ‌କୁ ଏବେ କି କାରଣେ ନ ପେଷ । ନିଶ୍ଚେ ନୀରକ୍ଷ ନାଶ ଗଲେ ହେ ହୃଷୀକେଶ ଏଥି କି ହୋଇବ ପୌରୁଷ ହେ । ମହାପ୍ରଭୁ । ନ ସ‌ହି ଆରତ ବିଳମ୍ବ । ନିସ୍ତାରିଛ ନୃତ କଦମ୍ବ । ନିଧନ ସମୟରେ ନୀରକ୍ଷ ଜନଠାରେ ଏବେ କି କାରଣେ ବିଳମ୍ବ ହେ । ମହାପ୍ରଭୁ । ପରିହରି ସକଳ ଆଶା ହେ ଆଦିମୂଳ ପଶିଛି ଶରଣ ତୁମ୍ଭର । ପ୍ରଭୁ ତ ଅବିଚାର କରି ଦେଉଛ ଘୋର ବିପଦ ସଙ୍କଟ ମୁଖର ହେ । ମହାପ୍ରଭୁ । ପରାପର ତୁମ୍ଭର ନାହିଁ । ପରମ ଦୟାଳୁ ଗୋସାଇଁ । ପତିତଗତି ହୋଇ ପତିତଜନ ଠାଇଁ ଏଡ଼େ ନିର୍ଦ୍ଦୟ କାହିଁ ପାଇଁ ହେ । ମହାପ୍ରଭୁ । ଫେଡ଼ି କ‌ହିବି କେତେ ଭରସା ଅଛି ଯେତେ ତୁମ୍ଭ ଶ୍ରୀଚରଣେ ମୋହର । ଫୁଲେନ୍ଦୀବରେକ୍ଷଣ ତୁମ୍ଭେ ତ ତାହା ଜାଣ ଜାଣି କରୁଛ କିପାଁ ଦୂର ହେ । ମହାପ୍ରଭୁ । ଫନ୍ଦା ମୁଁ କରିଛି ତୁମ୍ଭଙ୍କୁ । ଫାଇଁ ଦୁସ୍ତରୁ ତରିବାକୁ । ଫଣିଶୟନ ଦୀନବାନ୍ଧବ ହୋଇ ଭିନ୍ନ ନ କର ନୀରକ୍ଷଜନ‌କୁ ହେ । ମହାପ୍ରଭୁ । ବନ‌ଜ-କର ଯାନ-ଚରଣ ବିଲୋକନ କରି ପ୍ରମୋଦ ହେଉଥାଇ । ବିଷମ ସମୟରେ ମୋହ ପକ୍ଷ‌ପାତରେ ପ୍ରତିକାର କରିବା ପାଇଁ ହେ । ମହାପ୍ରଭୁ । ବିଷମ ସଙ୍କଟ ପଡ଼ିଲା । ବାରେ କି ଚକ୍ର ନ ଭେଦିଲା । ବିନାଶିବାରୁ ଗାଢ଼ ବିପତ୍ତିମାନ ଦାଢ଼ ଚକ୍ର ବା ବକ୍ରକୁ ଭଜିଲା ହେ । ମହାପ୍ରଭୁ । ଭୂମୀଭରା ହରଣେ ପତିତ ନିସ୍ତାରଣେ ଭୃତ୍ୟକୁ ଉଦ୍ଧାରିବା ପାଇଁ । ଭାବେ ନୀଳକନ୍ଦରେ ବିଜେ କରିଛି କରେ କମ୍ବୁ ଚକ୍ର ଭୂଷିତ ହୋଇ ହେ । ମହାପ୍ରଭୁ । ଭକ୍ତବତ୍ସଳ ତୁମ୍ଭ ବାନା । ଭବଭୟକୁ ବଜ୍ରସେହ୍ନା । ଭଗସାଗରେ ଯେବେ ଭୃତ୍ୟ ଭାସିବ ଏବେ ସେ ନିନ୍ଦା ତୁମ୍ଭଙ୍କୁହିଁ ସିନା ହେ । ମହାପ୍ରଭୁ । ମହାପ୍ରଭୁ ଅନ୍ତର କରିଲେହେଁ ମୋହର ତୁମ୍ଭ ବିହୁନେ ଅନ୍ୟ ନାହିଁ । ମୃଗ ଧୃତ ଚକୋର ଚାତକ ଜଳଧର ମୀନ ଜୀବନ ପ୍ରାୟ ହୋଇ ହେ । ମହାପ୍ରଭୁ । ମୋରେ ଯେବେ ଦୟା ନୋହିବ । ମୋ ଜୀବ କ୍ଷଣେ ନ ରହିବ । </poem><noinclude></noinclude> nxv4o319bsgj8ge8xxezl45z73lsgak