ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.39.0-wmf.23
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
ଗ୍ୟାଜେଟ
ଗ୍ୟାଜେଟ ଆଲୋଚନା
ଗ୍ୟାଜେଟ ସଂଜ୍ଞା
ଗ୍ୟାଜେଟ ସଂଜ୍ଞା ଆଲୋଚନା
ପୃଷ୍ଠା:Typical selections from Oriya literature.pdf/୪୦୮
250
2543
54054
30569
2022-08-08T15:29:35Z
Ssgapu22
248
proofread-page
text/x-wiki
<noinclude><pagequality level="1" user="Pmsarangi" />{{rh|୩୭୦|ଓଡ଼ିଆ ସାହିତ୍ୟ-ପରିଚୟ|}}</noinclude><poem>ମହତ କରି କହୁଅଛି ହେ ମହାବାହୁ ସବୁରି ସଂଶୟ ରହିବ ହେ । ମହାପ୍ରଭୁ ।
ଯାହା ନାମ ସ୍ମରଣେ ମରଣଭୟ ଜିଣେ ନୋହେ ଦଣ୍ତଧର ଦଣ୍ତକୁ ।
ଜଗତ ନିସ୍ତାରଣ ଥାଉଁ ଏଡ଼େ ଦାରୁଣ ହୋଇବ ବିପତ୍ତିକାଳକୁ ହେ । ମହାପ୍ରଭୁ ।
ଜୀବ ଯିବାର ବଡ଼ ସୁଖ । ଜୀଇବା ସମ ନାହିଁ ଦୁଃଖ ।
ଯାହା ସାମନ୍ତ ଚଉବର୍ଗରେ ଅଧିକାରୀ ତାହା ସେବକର ଏ ଦୁଃଖ ହେ । ମହାପ୍ରଭୁ ।
ରାଜିବପଦ ଯାର ପାଷାଣ କରେ ନର ଶୋକ କଳୁଷ ନିବାରଣ ।
ରଙ୍କ ପ୍ରାୟେ ତାହାର ପରିଚାର ହେବାର ଏ ନିକି ପ୍ରଭୁଙ୍କୁ ଭୂଷଣ ହେ । ମହାପ୍ରଭୁ ।
ରମା ଯାହାର ପ୍ରିୟବତୀ । ରସାଦି ତୈଲୋକ୍ୟର ପତି ।
ରତି ଏତ ସୁନ୍ଦର ନୋହିଲା ମୋ ଉତ୍ତର ଏମନ୍ତ ପ୍ରଭୁର ଏ ରୀତି ହେ । ମହାପ୍ରଭୁ ।
ଲଲାଟର ଲିଖନ କେ କରି ପାରେ ଆନ ଏମନ୍ତ ଆଜ୍ଞା ହେବ ଅବା
ଲଭି ତୁମ୍ଭଙ୍କୁ ପତି ପଣେ ହେ ରମାପତି କର୍ମକୁ କିପାଁ ଆଦରିବା ହେ । ମହାପ୍ରଭୁ ।
ଲୀଳା ମାତ୍ରକେ ଏ ସଂସାର । ଲୁତା ପ୍ରାୟେ କର ସଂହାର ।
ଲୋକ କର୍ମକୁ ଏହୁ କଥା ହେ ମହାବାହୁ ଏହା କି ବିଚାର ମନରେ ହେ । ମହାପ୍ରଭୁ ।
ବିଚିତ୍ର କରି ଗୁରୁପୁତ୍ର ଶରାନପୁରୁଁ ଇଷିତ ମାତ୍ରକେ ଆଣିଲ ।
ବିଂଶକର ଅମରବର କରିଣ ଦୂର ବିନାଶି ବିଧିକି ଜିଣିଲେ ହେ । ମହାପ୍ରଭୁ ।
ବିଷମ ସଙ୍କଟୁ ଉଦ୍ଧର । ବିଶ୍ୱସଂସାରୁ ପାରି କର ।
ବିଶେଷ ବାଞ୍ଚାନିଧି ବାଂଛା କର ପ୍ରସିଦ୍ଧି ବୋଲି ଅନେକ ବାଂଛା ମୋର ହେ । ମହାପ୍ରଭୁ ।
ସେବକ ହୋଇ କରି ପ୍ରଭୁ କୋପକୁ ଡ଼ରି ଭରସି ଯେବେ ନ କହିବ ।
ଶୁଣ ମହିଁମାମେରୁ ଏ ଦୁଃଖ ଜଳଧିରୁ କେମନ୍ତ ପ୍ରକାରେ ତରିବ ହେ । ମହାପ୍ରଭୁ ।
ସର୍ବଜ୍ଞ ପୁରୁଷ ଗୋସାଇଁ । ସକଳ ଜୀବ ହୃଦେ ଥାଇ ।
ସେବକ ଦୁଃଖ ଜାଣି ଦୟା ନ କଲେ ପୁଣି ଆଉ ଜାଣନ୍ତା ଅଛି କେହି ହେ । ମହାପ୍ରଭୁ ।
ଶେଷ ବିରଞ୍ଚି ଶିବ ସୁର ଆଦି ବାସବ ଶକ ସନକ ସନାତନ ।
ସେବେ ଯେଉଁ ପୟରେ କୋଟି ଅଂଶଲକ୍ଷରେ ମୁଁ ଦାସପଣେ କି ଭାଜନ ହେ । ମହାପ୍ରଭୁ ।
ସବୁ ଭରସା ଅଛି ଏଣୁ । ଶରଣ ନିସ୍ତାରଣ ଯେଣୁ ।
ଶୁଣିଅଛି ଆହୁରି କଥାଏ ଚିତ୍ର କରି ସୁମେରୁସମ କର ରେଣୁ ହେ । ମହାପ୍ରଭୁ ।
ଶୁଣି ତୁମ୍ଭ ଭରସା-ବିଶ୍ରାମ ନାମେ ଆଶା ନିବେଶି ଅଛି ଶ୍ରୀଚରଣୈ ।
ସୁଖ-ସାଗର ହୋଇ ଦୁଃଖ-ସାଗରେ ନେଇ ମେଲି ଦେଉଛ ଅକାରଣେ ହେ । ମହାପ୍ରଭୁ ।
ସେବିଛି ତୁମ୍ଭ ପାଦ ଦୁଇ । ଶୋକସିନ୍ଧୁ ତରିବା ପାଇଁ ।
ଶ୍ରୀବତ୍ସଲଞ୍ଛାନ ହେ କର ପ୍ରତିକାରଣ କରୁଣା କଟାକ୍ଷେ ଅନାଇଁ ହେ । ମହାପ୍ରଭୁ ।
ହୃଦୟେ ଅଛି ମୋର ଏ ସଂସାର-ସାଗର ତରିବି ତୁମ୍ଭ ମହିଁମାରୁ ।
</poem><noinclude></noinclude>
7yr1bsql27x1xwf8z90o5uujs56ns1p