ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.39.0-wmf.23 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା ଗ୍ୟାଜେଟ ଗ୍ୟାଜେଟ ଆଲୋଚନା ଗ୍ୟାଜେଟ ସଂଜ୍ଞା ଗ୍ୟାଜେଟ ସଂଜ୍ଞା ଆଲୋଚନା ପୃଷ୍ଠା:Typical selections from Oriya literature.pdf/୪୦୯ 250 2532 54055 30570 2022-08-09T14:02:14Z Ssgapu22 248 proofread-page text/x-wiki <noinclude><pagequality level="1" user="Pmsarangi" />{{rh||ଓଡ଼ିଆ ସାହିତ୍ୟ-ପରିଚୟ|୩୭୧}}</noinclude><poem>ହେଉଅଛି ସଂଶୟେ ଯେଣୁ ମୋର ବିଷୟେ ଅକରୁଣା ମହିମାମେରୁ ହେ । ମହାପ୍ରଭୁ । ହୋଇଲା କର୍ମ ମୋ ବଇରୀ । ହୃଦୟ ନୁହଇ ମୋହରି । ହେତୁ କର୍ମର ତୁମ୍ଭେ ତେଣୁକରି ଅଦମ୍ଭେ ଗୁହାରି କଲି ଦଇତାରି ହେ । ମହାପ୍ରଭୁ । କ୍ଷମାସାଗର ବୋଲି ଛାମୁରେ ସିନା ମୁହିଁ ଜଣାଉଅଛି ଏଣୁବାରେ । କ୍ଷଣେହେଁ ମୋହ ମନ ନ ରହେ ତୁମ୍ଭ ଧ୍ୟାନ ଗୁଣ ଗାୟନମାନଙ୍କରେ ହେ । ମହାପ୍ରଭୁ । କ୍ଷୋଭ ଯେବେ ମନେ ନୁହ‌ନ୍ତା । କ୍ଷଣେହେଁ ନାମ କେ ଜପନ୍ତା । ଛାର ଦୀନପାମର କୃଷ୍ଣ କିପାଁଇ ଛାର ଭବସାଗରକୁ ଡ଼ରନ୍ତା ହେ । ମହାପ୍ରଭୁ । ନାବକେଳି ଦୀନ‌କୃଷ୍ଣ ଦାସ ଏମନ୍ତ ବିଚାର କରନ୍ତେ ଏଣେ । ନାବ ଗୋଟାଏକ ଦିଶିଲା ତେଣେ । କୃଷ୍ଣ ବୋଲି ତାଙ୍କୁ ନ ଜାଣୁ କେହି । ମାୟାରୂପେ ଛନ୍ତି କେଉଟ ହୋଇ । ଅଝାଲ ଦଉଡ଼ି ବାନ୍ଧିଛି ଟାଣି । ଦ‌ଦରା ନାବରୁ ବ‌ହୁଛି ପାଣି । ପାକଲା ଦଉଡ଼ି କନ୍ଧରେ ପାଡ଼ି । ନାବ ପୂର୍ବମଂଗେ ବସିଛି ମାଡ଼ି । କରେଣ ବଇଁଶି କଙ୍କଣ ଆଭା । ମୟୁରଖୁଲାରି ମଥାରେ ଶୋଭା । ମୀନ ଖାଳୁଆଏ ଅଛି ପାଖର । ଜାଲ ପଡ଼ିଅଛି ନାବ ଭିତର । ତମାଳି କରି ଗୀତ ପଦେ ଗାଇ । ସ୍ଥିର କରି ନାବ ଦେଉଛି ବାହି । ଏଡ଼େ ହଟିୟା ଗୋ ନନ୍ଦର ବତ୍ସି । ବୃଦ୍ଧରୂପ ଧରି ନାବ ବାହୁଛି । ଅତି ପରପଞ୍ଚ ଖାଙ୍କର କେଶ । ଦେଖି ନ ଯୋଗାଏ ଏମନ୍ତ ବେଶ । ବେନିନୟନରୁ ପେଚଡ଼ା ବ‌ହେ । ବାଙ୍କନୟନେ ଟେରିଆଇଁ ଚାହେଁ । ଗୋଦଡ଼ ହୋଇଛି ଡ଼ାହାଣ ଗୋଡ଼ । ବୁକୁରେ ପଡ଼ିଛି ପାକଲା ଥୋଡ଼ । କଳା ଦେହ ତାର ବିସ୍ତର ମୋଟା । ଦନ୍ତନାହି ବୁଢ଼ା ପାକୁଆ ଗୋଟା । ବଚନ କ‌ହିଲେ କୋମଳ ଭାଷେ । ହସିଲେ ବୁଢ଼ା ପରପଞ୍ଚ ଦିଶେ । ତାହା ଦେଖି ଆମ୍ଭେ ଉସତ ହୋଇ । ନାବ ଆଣ ବୋଲି ଡ଼ାକିଲୁଁ ଗୋଈ । ଜଣେ ଜଣେ ତୋତେ କଉଡ଼ି ଦେବୁଁ । ପାରି କରିଦେଲେ ମଥୁରା ଯିବୁଁ । ଆମ୍ବିଳ ହୋଇଗଲା ବିକା ଗୋରସ । ଆଉ ଘଡ଼ିକେ ସବୁ ଯିବ ନାଶ । ସକାଳପ‌ହରୁ ଅଛୁଁ ଅନାଇଁ । ବେଗେ ନାବ ଆଣ କେଉଟ ଭାଇ । ଅନେକ ପ୍ରକାରେ ଡ଼ାକିଲୁଁ ତାକୁ । କେଭେ ନ ଆସିଲା ଆମ୍ଭପାଖକୁ । </poem><noinclude></noinclude> osm2vij2tf9mvq9nd5031ognbwal90i