ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.39.0-wmf.23 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା ଗ୍ୟାଜେଟ ଗ୍ୟାଜେଟ ଆଲୋଚନା ଗ୍ୟାଜେଟ ସଂଜ୍ଞା ଗ୍ୟାଜେଟ ସଂଜ୍ଞା ଆଲୋଚନା ପୃଷ୍ଠା:Typical selections from Oriya literature.pdf/୪୧୧ 250 2530 54057 30572 2022-08-11T15:37:22Z Ssgapu22 248 proofread-page text/x-wiki <noinclude><pagequality level="1" user="Pmsarangi" />{{rh||ଓଡ଼ିଆ ସାହିତ୍ୟ-ପରିଚୟ|୩୭୩}}</noinclude><poem>ରଙ୍ଗବସ୍ତ୍ର ପାଗ ମୁଣ୍ତେ ବାନ୍ଧିଲେ । ସୁନାଜରି ଫେର ତ‌ହିଁ ଭିଡ଼ିଲେ । ଭାଲେ ଚନ୍ଦନ‌ଚିତା ମନୋହର । ନାସାପୁଟେ ସୁନାଦଣ୍ତି ରୁଚିର । କର୍ଣ୍ଣତଟେ ମୁକୁତା ବୀରବଲ୍ଲୀ । ଦେଖି ପାଷାଣ ଯିବତ ତରଳି । ଦନ୍ତ ପାନେ ପାଚି ଶୋଭା ଦିଶୁଛି । ତ‌ହିଁ ସୁନାଖିଲମାନ ମରିଛି । କଣ୍ଠତଟରେ ସୁନାକଣ୍ଠିମାନ । କରେ ସୁନାକ‌ଙ୍କଣ ଶୋଭାବନ । ସୁନାମୁଦି ସମସ୍ତ ଅଙ୍ଗୁଳିରେ । ନାନା ରତନ ବସିଛି ଯ‌ହିଁରେ । କାଖେ ନିକିତି କାଠି ଶୋଭାବନ । ତନୁ ନିନ୍ଦଇ କୋଟିଏ ମଦନ । ରଙ୍ଗ ହଂସାବଳୀ ଫେଟା ପିନ୍ଧିଲେ । ଖାପ ଖଣ୍ତିଆ ଅଣ୍ଟାରେ ବାନ୍ଧିଲେ । ଯଷ୍ଠି ଘେନିଅଛନ୍ତି ବାମକରେ । କମ ବଉଦିଆ ଛତା କାନ୍ଧରେ । ବେନି ଗୋଡ଼େ ମଖମଲ ପାଣ୍ଢୋଇ । ଜରି କାମରେ ସୁନ୍ଦର ଦିଶଇ । ରାଧା ବୋଲନ୍ତି କୃଷ୍ଣଙ୍କୁ ଉତ୍ତର । ବାଣୁ ଆଣିଛ କି କି ଅଳଙ୍କାର । କୃଷ୍ଣ ବୋଇଲେ କ‌ହିଲେ କି ହେବ । ନ ଦେଖିଲେ କି ମ‌‌ନ‌କୁ ଆସିବ । ଯେବେ ଥୋକାଏ ଶୁଣିବ କ‌ହିବା । କାହାପାଇଁ ତୁମ୍ଭ ବୋଲ ଭାଙ୍ଗିବା । ମୁହିଁ ଯେତେ ଅଳଙ୍କାର ଆଣିଛି । ବାହୁନିବାକୁ ତ‌ହିଁ ନାହିଁ କିଛି । ସବୁ ମୋହର ଗଢ଼ା ଅଳଙ୍କାର । କମ ବାହାର ଭିତର ସୁନ୍ଦର । ଅଛି ଝମକ ଝୁଣ୍ଟିଆ ଅପାର । କମ ଗଣ୍ଠି ବଳା ନାନାପ୍ରକାର । ଅଛି ବାଜେଣି ନୂପୁର ଅପାର । ପାଦେ ଥିଲେ ମୋହୁଥିବ ସଂସାର । ବଳା ବ‌ହୁତ ଅଛି ଆଠଅଂଶା । ପାଦେ ନାଇଲେ ପାଇବ ପ୍ରଶଂସା । ଅଛି ବ‌ହୁତ ରତନ ପାହୁଡ଼ । କେତେ ଯତନେ ହୋଇଛି ନିବାଡ଼ । କମ ଚକିବାଙ୍କି ଅଛି ଅପାର । ବାମ ପାଖକୁ ଦିଶିବ ସୁନ୍ଦର । ଅଛି ଗୁଞ୍ଜର ଅତୁଲ ଅନେକ । ତାକୁ ଘେନିବ ନ ଘେନିବା ଲୋକ । ଅଛି ବ‌ହୁତ କମ ନୂଆ ଚୂଡ଼ି । ହିରା ବସିଛି ତ‌ହିଁ ଧାଡ଼ି ଧାଡ଼ି । ଅଛି ଅପାର କମ ନୂଆ ତାଡ଼ । ରସବତୀ ଧଇର୍ଯ୍ୟ ବନ୍ଦି ଗଡ଼ । ଅଛି ଅପାର ଜାତି ବିଦମାଳି । ଭୁଜେ ବାନ୍ଧିଲେ ପଡ଼ିବ ଉଛୁଳି । ଅଛି ଡ଼େଉଁରିଆ ମାଳି ଅପାର । ତାଡ଼ ତଳକୁ ଦିଶିବ ସୁନ୍ଦର । ଅଛି କାଞ୍ଚନ ସୁନାସୁତାମାନ । ଯେଝା ମନ‌କୁ ଠୁଳେ ବାଛି ଘେନ । ଅଛି ବ‌ହୁତ ଗଠନ କଙ୍କିଣୀ । ବାଛି ଘେନ ଗୋ ବରଜତରୁଣି । ମାଳି ଅପାର ଅଛି ଚାପସରି । ତାକୁ ଘେନିବାକୁ ନାହିଁ ସୁନାରୀ । ମାଳି ଅପାର ଅଛି ସୋରିଷିଆ । ତ‌ହୁଁ ସୁନ୍ଦର ମଥୁରାପୁରିଆ । ମାଳି ବଉଳ ମଞ୍ଜିଆ ଅପାର । ମାଳି ଲମ୍ବ ଅଛି ହାତ ଏଗାର । ଅଛି ଯୋଡ଼ିମାଳି ଅତି ଯତନ । ସାନ ବଡ଼ ନାହିଁ ସବୁ ସମାନ । ସରୁ ନକ୍ଷତ୍ର କଣ୍ଠିମାଳି ଅଛି । ମାତ୍ର କଥା କ‌ହୁନାହିଁ ହସୁଛି । ଅଛି ଗଉଗଡ଼ିଆ ଗଣ୍ଠି ମାଳି । ଗଣ୍ଠି ପଡ଼ିନାହିଁ ସୁନାଶିକୁଳି । ଅଛି ରସୁଣିଆମାଳି ଅନେକ । ସୁନା କୋଡ଼ିଏମାଢ଼ରୁ ଅଧିକ । </poem><noinclude></noinclude> 7pd4750wjfywvrvweb1btdci06grm2x