ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.39.0-wmf.23
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
ଗ୍ୟାଜେଟ
ଗ୍ୟାଜେଟ ଆଲୋଚନା
ଗ୍ୟାଜେଟ ସଂଜ୍ଞା
ଗ୍ୟାଜେଟ ସଂଜ୍ଞା ଆଲୋଚନା
ପୃଷ୍ଠା:Typical selections from Oriya literature.pdf/୪୧୩
250
2528
54078
30574
2022-08-13T17:05:31Z
Ssgapu22
248
proofread-page
text/x-wiki
<noinclude><pagequality level="1" user="Pmsarangi" />{{rh||ଓଡ଼ିଆ ସାହିତ୍ୟ-ପରିଚୟ|୩୭୫}}</noinclude><poem>ଅଛି ଅଳକାପାଟି ଘେନ ବାଛି । ଘଷା ଚୁନି ଚାରିପାଖେ ବସିଛି ।
ଅଛି ସରିକଥା କମ ପତର । ସେଯେ ଲୋଟଣୀ ଯୁଡ଼ାକୁ ସୁନ୍ଦର ।
ଅଛି ଆହୁରି ହାତ ସୁନା ଦୂବ । ତାକୁ ଦେଖିଲେ ଘର ପାଶୋରିବ ।
ଅଛି କମ ଚଉରି ମୂର୍ତ୍ତିମାନ । ଖୋଷା ତଳକୁ ଦିଶିବ ଶୋଭନ ।
ଅଛି ଗଛିଆଣି କମ ଅପାର । କହ କାହିଁକି ଶରଧା ତୁମ୍ଭର ।
ରସକଲ୍ଲୋଳ
ଦିନକୃଷ୍ଣ ଦାସ
ପ୍ରଥମ ଛାନ୍ଦ
ରାଗ - ସଙ୍ଗମତିଆହାରି
କର ସାଧୁଜନମାନେ ମନକୁ ଏକ ।
କର ଧୀରେ ଧ୍ୟାନ ନୀଳାଚଳନାୟକ ।
କମନୀୟ ଶ୍ରୀମୁଖ ଚନ୍ଦ୍ରରୁ ଅଧିକ ।
କଲେ ଦର୍ଶନ ନ ରହେ କଳୁଷ ଶୋକ ।
କମଳନୟନ କୋଟି ସୁଖଦାୟକ ।
କଳାଡ଼ୋଳା ଚୁମ୍ବିଲା ଭ୍ରମର ପ୍ରାୟକ ।
କପାଳେ ସୁବର୍ଣ୍ଣରାହୁରେଖା ଝଲକ ।
କେଉଁ ଲୋକ ଅଙ୍ଗ ନ କରଇ ପୁଲକ ।
କହି ନୁହଇ ସୁରଙ୍ଗଅଧର ଟେକ ।
କବି ଜଡ଼ ହୋଏ ଯାହା କରି ବିଲୋକ ।
କର୍ଣ୍ଣେ ମକରକୁଣ୍ତଳ ଭାଲେ ତିଳକ ।
କରେ କଚଟୀ ବାହୁଟୀ ହୃଦେ ପଦକ ।
କମ୍ବୁ କଣ୍ଠେ କଉସ୍ତୁଭମଣି ନାୟକ ।
କଳୁଷ ଅନ୍ଧକାରକୁ ଦିନ-ନାୟକ ।
କଳିତ ଲଳିତ ଫୁଲମାଳ ଅନେକ ।
କରଇ ଅବଶ୍ୟ ବଶ ତ୍ରୈଲୋକ୍ୟ-ଲୋକ ।
କଳ୍ପବୃକ୍ଷେ ନାନାରତ୍ନ ଫଳ ପ୍ରାୟକ ।
କଳାପି-କଳାପେ ଶୋଭା ଶ୍ରୀଅଙ୍ଗ୍ୟାକ ।
କରେ ଶଙ୍ଖ ଚକ୍ର କଷ୍ଟ ଦୁଷ୍ଟମାରକ ।
କର୍ପୂର ଚନ୍ଦନୁଁ ଆହାଲାଦକାରକ ।
</poem><noinclude></noinclude>
c5qm6f2q0gpe6piq53wtmwynwslo9xe