ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.39.0-wmf.25 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା ଗ୍ୟାଜେଟ ଗ୍ୟାଜେଟ ଆଲୋଚନା ଗ୍ୟାଜେଟ ସଂଜ୍ଞା ଗ୍ୟାଜେଟ ସଂଜ୍ଞା ଆଲୋଚନା ପୃଷ୍ଠା:Typical selections from Oriya literature.pdf/୪୧୬ 250 2521 54093 30577 2022-08-17T15:29:51Z Ssgapu22 248 proofread-page text/x-wiki <noinclude><pagequality level="1" user="Pmsarangi" />{{rh|୩୭୮|ଓଡ଼ିଆ ସାହିତ୍ୟ-ପରିଚୟ|}}</noinclude><poem>କ୍ରୋଧଭରେ ବୋଲେ ବାଣୀ ଦିଅ ସେ ବାଳକ ଆଣି କାଳ ମୋର ଜନମିଛି, ତୁମ୍ଭକୋଳରେ । କ‌ହିଛନ୍ତି ଦେବଗଣ ଅବଶ୍ୟ ତୁମ୍ଭର ପ୍ରାଣ, ନେବ ଏହାର ଅଷ୍ଟମଗର୍ଭ ବଳରେ । କରଇ ମୁଁ ତାହାକୁ ନାଶ । କଲେ ହେଳା ଶତ୍ରୁଠାରେ ନ ପାଇ ଯଶ । କର‌ଯୋଡ଼ି ବସୁଦେବ ବୋଲଇ ଶୁଣ ହେ ଦେବ କୁମର ନୁହଇ ସେ ହୋଇଛି କୁମାରୀ । କରୁଣାହୃଦୟ ହୁଅ ମୋତେ ସେ ଦୁହିତା ଦିଅ, ବିଚାରିଲେ ତୁମ୍ଭର ଏ ନୋହେ ବିଇ‌ରି । କଲେହେଁ ଅନେକ ଯତନ । କଳା ଧଳା କରିବାକୁ କେବା ଭାଜନ । କର୍ପୂର ଚନ୍ଦନ ଦେଇ ଲଶୁନ ରୋପିଲେ ନେଇ କେତେବେଳେ ନ ଛାଡ଼େ କୁତ୍ସିତବାସନା । କୁଟିଳ ଦୁଷ୍ଟ ନାସ୍ତିକ ମହାପାପୀ ଅବିବେକ, ଲୋକଙ୍କ ସ୍ୱଭାବ ସେହି ପ୍ରକାର ସିନା । କୋକିଳ ବଚନ ମଧୁର । କରଇ ବିଯୋଗିଜନ-ମନ ବିଧୁର । କଲା ମନରେ ବିଚାର ବିଷ୍ଣୁମାୟା ଅଗୋଚର କାମିନୀରୂପେ ମାରିଛି ବଇରୋଚନ । କରିଛି ଶିବଙ୍କୁ ଯାହା କର୍ଣ୍ଣେ ଶୁଣିଅଛି ତାହା, କେମନ୍ତେ ମୁଁ ଏହାକୁ କରିବି ମୋଚନ । କାତ୍ୟାୟନୀ ଯୁବତୀ ହୋଇ । କଉଣପକୁଳକୁ ସେ କି କରି ନାହିଁ । କରେ ଧରି କୁମାରୀକି କଚାଡ଼ନ୍ତେ ଶିଳେ ଟେକି ଆକାଶମଣ୍ତଳେ ଦେବୀ ଯାଇଁ ରହିଲେ । କାରଣ ନ ଥାଇ ମୋତେ କୋପ ଯେ କଲୁ ତୁ ଚିତ୍ତେ, କାଳେ କାଳକୁ ଦେଖିବୁ ଏତେ ବୋଇଲେ । କ‌ହି ହେଲେ ଅନ୍ତରହିତ । କୁଲାଳଚକ୍ର ପ୍ରାୟକ ଭ୍ରମିଲା ଚିତ୍ତ । କଲା ଶୁଣି ସୁବିଚାର କେଶୀ ଅଘା ବକାସୁର ଶକଟା ତୃଣାବର୍ତ୍ତକ ପୂତନା ଡ଼ାକି । କରିବ ତୁମ୍ଭେ ଏତେକ କଅଁଳାପୁଅ ଯେତେକ, ମାରିବାକୁ ଯେ ଯାହାରେ ରହିବ ଟାକି । କଂସ ଆଜ୍ଞା ପାଇଣ ଦୂତେ । କଲେ ବାଳକନାଶନ ଉପାୟ ଚିତ୍ତେ । କମଳନୟନ ହରି ଗୋପ‌ପୁରେ ବିଜେ କରି କଲେ ନାନା ଉତ୍ସବ ଆନନ୍ଦ ଭିଆଣ । କେତେଠାରେ କେତେ ଗୀତ କେତେରୂପେ ହୋଏ ନୃତ୍ୟ, କ‌ହିବାକୁ ବଚନେ କେ ଅବା ସିହାଣ । କଲେ ସୂତଗୃହ ବିଧାନ । କେ କ‌ହିବ ନନ୍ଦ ଦେଲେ ଯେତେକ ଦାନ । କନ‌କଦୀପ ଆବଳୀ ବେନି ପାରୁଶରେ ଜାଳି ଚାରୁ ଚନ୍ଦ୍ରାତପମାନ ନେଇ ମଣ୍ତିଲେ । କର୍ପୁର ଚନ୍ଦନ ଛରା ପକାଇ ସେ ପୁର ତୋରା, କରାଇ ଅଳକାପୁର ପରା ମଣ୍ତିଲେ । କନ୍ୟା ସ୍ତମ୍ଭେ ଖଟାଇ ଦୋଳୀ । କୁମରକୁ ଶୁଆଇ ଦେଲେ ହୁଳହୁଳୀ । କାମ‌ପାଳ ଆଗ ହୋଇ ଜନମି ଯେ ଥିଲେ ତ‌ହିଁ କ୍ରମେ ବେନିଭାଇ ଯାଇଁ ହୋଇଲେ ସଙ୍ଗ । </poem><noinclude></noinclude> rmajuc43xtglxvc1bzz8lznz0bdewrn ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୩ 250 10047 54094 48193 2022-08-17T15:32:02Z Swetaketu20 1900 /* ପ୍ରମାଣିତ କରିବେ */ proofread-page text/x-wiki <noinclude><pagequality level="3" user="Swetaketu20" /></noinclude>{{c|{{x-larger|ପ୍ରକାଶକଙ୍କ ନିବେଦନ }}}} {{justify| {{gap}}ବେଦମୂର୍ତ୍ତି ଶ୍ରୀରାମକୃଷ୍ଣ ପରମହଂସଦେବଙ୍କର ମହାଭାଷ୍ୟସ୍ବରୂପ ସ୍ୱାମୀ ବିବେକାନନ୍ଦ ପୃଥିବୀବକ୍ଷରେ ଆଧ୍ୟାତ୍ମିକତାର ଘୂର୍ଣ୍ଣ୍ୟାବର୍ତ୍ତ କରି ସୁପ୍ତ ମାନବାତ୍ମାକୁ ଯେ କେବଳ ଜାଗ୍ରତ କରିଗଲେ, ତାହା ନୁହେଁ, ଜାଗ୍ରତ ଆତ୍ମା ପାଇଁ ଅଗ୍ରସର ହେବାର ଦିଗଦର୍ଶନ ଓ ଅବଲମ୍ବନ ମଧ୍ୟ ନିର୍ଦ୍ଦେଶ କରିଦେଇଗଲେ । ସ୍ୱାମୀଜୀଙ୍କର ପ୍ରାଣନିଃସୃତ ଅଗ୍ନିଗର୍ଭ ଓଜଃଶକ୍ତିସମ୍ପନ୍ନ ବାଣୀ-ସ୍ପନ୍ଦନ ଅମୃତସନ୍ତାନର ଜୀବନ ମନ୍ତ୍ର, ପୃଥିବୀବାସୀ ମନୁଷ୍ୟର ଅଗ୍ରଗାମୀ ହେବା ପାଇଁ ଏକ ଅମୋଘ ଆଲମ୍ବନ । ତାଙ୍କର ଏହି ବାଣୀ-ସନ୍ଦନକୁ ସାମଗ୍ରିକ ଭାବରେ ଲିପିବଦ୍ଧ କରିବା ମନୁଷ୍ୟ-ଶକ୍ତିର ବହିର୍ଭୁତ; ତଥାପି କରୁଣାମୟଙ୍କର ଅଶେଷ ପ୍ରେମାଶୀର୍ବାଦସ୍ବରୂପ ସେହି ବାଣୀର କିଛି ଅଂଶ ଆମେ ଲାଭ କରିଛୁ ‘ସ୍ୱାମୀଜୀଙ୍କ ବାଣୀ ଓ ରଚନା’ରୂପରେ । {{gap}}ସ୍ୱାମୀ ବିବେକାନନ୍ଦଙ୍କର ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଏହି ଗ୍ରନ୍ଥାବଳୀ ୧୯୬୩ ଖ୍ରୀଷ୍ଟାବ୍ଦରେ ପ୍ରଥମ ଥର ପାଇଁ ଓଡ଼ିଆଭାଷାରେ ଦଶଖଣ୍ଡରେ ପ୍ରକାଶିତ ହୋଇଥିଲା । ଅତ୍ୟନ୍ତ ଆନନ୍ଦର କଥା ଯେ ଶ୍ରୀରାମକୃଷ୍ଣଦେବଙ୍କର ୧୫୦ତମ ଜନ୍ମଉତ୍ସବ ପାଳନ ଉପଲକ୍ଷେ ଓଡ଼ିଶାର ବହୁମାନ୍ୟଗଣ ଓ ବିଶିଷ୍ଟବ୍ୟକ୍ତିଙ୍କୁ ନେଇ ଗଠିତ କମିଟି “ସ୍ୱାମୀଜୀଙ୍କ ବାଣୀ ଓ ରଚନା’କୁ ସଂଶୋଧନ ଓ ବିଷୟର ପୁନର୍ବିନ୍ୟାସ କରି ନୂତନ ସଂସ୍କରଣରୂପେ ଦଶମଖଣ୍ଡରେ ପୁନଃ ପ୍ରକାଶନ କରିବା ପାଇଁ ଆମମାନଙ୍କୁ ଉତ୍ସାହିତ କରିଥିଲେ । ଭଗବତ୍ କୃପା ଏବଂ ଓଡ଼ିଶାବାସୀଙ୍କର ସଦିଚ୍ଛା ଏହି ଗ୍ରନ୍ଥାବଳୀର ପୁନଃ ମୁଦ୍ରଣର ପ୍ରଚେଷ୍ଟାକୁ ସଫଳ କରିଥିଲା । ଶ୍ରୀଶ୍ରୀ ଭଗବାନଙ୍କ ଆଶୀର୍ବାଦରୁ ପ୍ରଥମଖଣ୍ଡର ଚତୁର୍ଥ ସଂସ୍କରଣ ପ୍ରକାଶିତ ହେଲା । {{gap}}ଦଶ ଖଣ୍ଡରେ ବିଭିକ୍ତ ଏହି ଗ୍ରନ୍ଥାବଳୀର ୧ମ ଖଣ୍ଡରେ ଚିକାଗୋ ବସ୍ତୁତା, କର୍ମଯୋଗ ଓ ରାଜଯୋଗ, ୨ୟ ଖଣ୍ଡରେ ଜ୍ଞାନଯୋଗ, ୩ୟ ଖଣ୍ଡରେ ଧର୍ମ ଓ ଦର୍ଶନ, ୪ର୍ଥଖଣ୍ଡରେ ଭକ୍ତିଯୋଗ ଓ ‘ଦେବବାଣୀ’,୫ମ ଖଣ୍ଡରେ ଭାରତରେ ବିବେକାନନ୍ଦ ଏବଂ ଭାରତପ୍ରସଙ୍ଗ, ୬ଷ୍ଠ ଖଣ୍ଡରେ ସ୍ବାମୀଜୀଙ୍କର ମୌଳିକ ବଙ୍ଗଳା ରଚନାରୁ ଅନୁବାଦ ଓ ପତ୍ରାବଳୀ, ୭ମ ଖଣ୍ଡରେ ପତ୍ରାବଳୀ ଓ ଇଂରାଜୀ କବିତାର ଅନୁବାଦ, ୮ମ ଖଣ୍ଡରେ ପତ୍ରାବଳୀ ଓ ମହାପୁରୁଷ-ପ୍ରସଙ୍ଗ’, ୯ମ ଖଣ୍ଡରେ ସ୍ୱାମୀ-ଶିଷ୍ୟ-ସମ୍ବାଦ’ ଓ ସ୍ୱାମୀଜୀଙ୍କ ସହିତ ବିଭିନ୍ନ ବ୍ୟକ୍ତିଙ୍କର କଥୋପକଥନ ଏବଂ ୧୦ମ ଖଣ୍ଡରେ ମେରୀ ଲୁଇ ବର୍କଙ୍କ ଲିଖିତ ଗ୍ରନ୍ଥରେ (Swami Vivekananda: New Discoveries in America) ପ୍ରକାଶିତ }}<noinclude></noinclude> o3ymbhwcgp5xps0dsb8dqu2t9tu0ula ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୪ 250 10048 54095 48194 2022-08-17T15:33:55Z Swetaketu20 1900 /* ପ୍ରମାଣିତ କରିବେ */ proofread-page text/x-wiki <noinclude><pagequality level="3" user="Swetaketu20" /></noinclude>{{justify| ସ୍ବାମୀଜୀଙ୍କର ବକ୍ତୃତା ଓ ବିବିଧ ବିଷୟରେ ଲେଖା ସନ୍ନିବେଶିତ ହୋଇଛି । ଭଗିନୀ ନିବେଦିତାଙ୍କ ଲିଖିତ ଇଂରାଜୀ ଗ୍ରନ୍ଥାବଳୀର ଭୂମିକାଟିକୁ ଅନୁବାଦ କରାଯାଇ ସମଗ୍ର ‘ବାଣୀ ଓ ରଚନା’ର ମୁଖବନ୍ଧରୂପେ ୧ମ ଖଣ୍ଡରେ ପ୍ରାରମ୍ଭରେ ପ୍ରଦର ହୋଇଛି । ପ୍ରତିଖଣ୍ଡର ଶେଷରେ ତଥ୍ୟପଞ୍ଜା ଓ ନିର୍ଦ୍ଦେଶିକା ସଂଯୋଜିତ । {{gap}}ଏହି ଗ୍ରନ୍ଥାବଳୀର ୧ମ ସଂସ୍କରଣରେ ରହିଥିବା ବିଭିନ୍ନ ପ୍ରକାର ପ୍ରମାଦକୁ ସଂଶୋଧନ କରିବାକୁ ଯାଇ କେବଳ ଯେ ଭାଷାର ସଂସ୍କାର କରାଯାଇଛି ତାହା ନୁହେଁ, ବହୁସ୍ଥାନରେ ନୂଆ କରି ଅନୁବାଦ କରାଯାଇଛି ଏବଂ ସମଗ୍ର ଗ୍ରନ୍ଥାବଳୀର ସମ୍ପାଦନା ଭାର କୃତବିଦ୍ୟ ବ୍ୟକ୍ତିମାନଙ୍କ ଉପରେ ନ୍ୟସ୍ତ କରାଯାଇଛି । ଏହି ସମ୍ପାଦନା-କାର୍ଯ୍ୟରେ ଅଧ୍ୟାପକ ଶ୍ରୀଯୁକ୍ତ ମହାପାତ୍ର ନୀଳମଣି ସାହୁ, ପ୍ରଫେସର ଡକ୍ଟର ଜାନକୀବଲ୍ଲଭ ମହାନ୍ତି (ଭରଦ୍ୱାଜ),ଅଧ୍ୟାପକ ଡକ୍ଟର ରବୀନ୍ଦ୍ରକୁମାର ପ୍ରହରାଜ ଓ ଅଧ୍ୟାପକ ଶ୍ରୀ ତଦ୍ବନ୍ଦର ମିଶ୍ରଙ୍କର ବିପୁଳ ଅବସାୟ ବିଶେଷ ଭାବରେ ଉଲ୍ଲେଖଯୋଗ୍ୟ । ପ୍ରଥମ ଖଣ୍ଡର ଚତୁର୍ଥ ସଂସ୍କରଣ ଅବସରରେ ଏମାନଙ୍କ ନିକଟରେ ଆମେମାନେ ଆନ୍ତରିକ କୃତଜ୍ଞତା ପ୍ରକାଶ କରୁଛୁ । {{gap}}ଏ ସମସ୍ତଙ୍କ ଉପରେ ଶ୍ରୀଭଗବାନଙ୍କର ଶୁଭାଶୀର୍ବାଦ ସର୍ବଦା ବର୍ଷିତ ହେଉ, ସ୍ବାମୀଜୀଙ୍କର ଜୀବନପ୍ରଦ ଭାବଧାରା ସମସ୍ତଙ୍କ ହୃଦୟରେ ପ୍ରବାହିତ ହେଉ– ଏହା ହିଁ ଆମମାନଙ୍କର ଏକାନ୍ତ ପ୍ରାର୍ଥନା । }} ସ୍ବାମୀ ରାମକୃଷ୍ଣାନନ୍ଦ ଜୟନ୍ତୀ ସ୍ୱାମୀ ଶିବେଶ୍ୱରାନନ୍ଦ ୨୦ ଜୁଲାଇ ୨୦୦୯<noinclude></noinclude> dytbecuoo60vvtsdh1w0bjiy9fczgz8 54096 54095 2022-08-17T15:44:12Z Swetaketu20 1900 proofread-page text/x-wiki <noinclude><pagequality level="3" user="Swetaketu20" /></noinclude>{{justify| ସ୍ବାମୀଜୀଙ୍କର ବକ୍ତୃତା ଓ ବିବିଧ ବିଷୟରେ ଲେଖା ସନ୍ନିବେଶିତ ହୋଇଛି । ଭଗିନୀ ନିବେଦିତାଙ୍କ ଲିଖିତ ଇଂରାଜୀ ଗ୍ରନ୍ଥାବଳୀର ଭୂମିକାଟିକୁ ଅନୁବାଦ କରାଯାଇ ସମଗ୍ର ‘ବାଣୀ ଓ ରଚନା’ର ମୁଖବନ୍ଧରୂପେ ୧ମ ଖଣ୍ଡରେ ପ୍ରାରମ୍ଭରେ ପ୍ରଦତ୍ତ ହୋଇଛି । ପ୍ରତିଖଣ୍ଡର ଶେଷରେ ତଥ୍ୟପଞ୍ଜୀ ଓ ନିର୍ଦ୍ଦେଶିକା ସଂଯୋଜିତ । {{gap}}ଏହି ଗ୍ରନ୍ଥାବଳୀର ୧ମ ସଂସ୍କରଣରେ ରହିଥିବା ବିଭିନ୍ନ ପ୍ରକାର ପ୍ରମାଦକୁ ସଂଶୋଧନ କରିବାକୁ ଯାଇ କେବଳ ଯେ ଭାଷାର ସଂସ୍କାର କରାଯାଇଛି ତାହା ନୁହେଁ, ବହୁସ୍ଥାନରେ ନୂଆ କରି ଅନୁବାଦ କରାଯାଇଛି ଏବଂ ସମଗ୍ର ଗ୍ରନ୍ଥାବଳୀର ସମ୍ପାଦନା ଭାର କୃତବିଦ୍ୟ ବ୍ୟକ୍ତିମାନଙ୍କ ଉପରେ ନ୍ୟସ୍ତ କରାଯାଇଛି । ଏହି ସମ୍ପାଦନା-କାର୍ଯ୍ୟରେ ଅଧ୍ୟାପକ ଶ୍ରୀଯୁକ୍ତ ମହାପାତ୍ର ନୀଳମଣି ସାହୁ, ପ୍ରଫେସର ଡକ୍ଟର ଜାନକୀବଲ୍ଲଭ ମହାନ୍ତି (ଭରଦ୍ୱାଜ),ଅଧ୍ୟାପକ ଡକ୍ଟର ରବୀନ୍ଦ୍ରକୁମାର ପ୍ରହରାଜ ଓ ଅଧ୍ୟାପକ ଶ୍ରୀ ତଦ୍ବନ୍ଦର ମିଶ୍ରଙ୍କର ବିପୁଳ ଅବସାୟ ବିଶେଷ ଭାବରେ ଉଲ୍ଲେଖଯୋଗ୍ୟ । ପ୍ରଥମ ଖଣ୍ଡର ଚତୁର୍ଥ ସଂସ୍କରଣ ଅବସରରେ ଏମାନଙ୍କ ନିକଟରେ ଆମେମାନେ ଆନ୍ତରିକ କୃତଜ୍ଞତା ପ୍ରକାଶ କରୁଛୁ । {{gap}}ଏ ସମସ୍ତଙ୍କ ଉପରେ ଶ୍ରୀଭଗବାନଙ୍କର ଶୁଭାଶୀର୍ବାଦ ସର୍ବଦା ବର୍ଷିତ ହେଉ, ସ୍ବାମୀଜୀଙ୍କର ଜୀବନପ୍ରଦ ଭାବଧାରା ସମସ୍ତଙ୍କ ହୃଦୟରେ ପ୍ରବାହିତ ହେଉ– ଏହା ହିଁ ଆମମାନଙ୍କର ଏକାନ୍ତ ପ୍ରାର୍ଥନା । }} ସ୍ବାମୀ ରାମକୃଷ୍ଣାନନ୍ଦ ଜୟନ୍ତୀ ସ୍ୱାମୀ ଶିବେଶ୍ୱରାନନ୍ଦ ୨୦ ଜୁଲାଇ ୨୦୦୯<noinclude></noinclude> 7p7uaoz4vfshdm7mzqb1gfh23tffoqj ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୬ 250 10050 54097 48195 2022-08-17T15:45:27Z Swetaketu20 1900 /* ପ୍ରମାଣିତ କରିବେ */ proofread-page text/x-wiki <noinclude><pagequality level="3" user="Swetaketu20" /></noinclude>କର୍ମ ହିଁ ଉପାସନ୍ତା ସ୍ଵାର୍ଥରହିତ କର୍ମ ଜ୍ଞାନ ଓ କର୍ମ କର୍ମବିଧାନ ଓ ମୁକ୍ତି ସରଳ ରାଜଯୋଗ (ପ୍ରଥମ ପାଠରୁ ୬ଷ୍ଠ ପାଠ ପର୍ଯ୍ୟନ୍ତ) ରାଜଯୋଗ ଭୂମିକା ଅବତରଣିକା ସାଧନାର ପ୍ରଥମ ସୋପାନ ପ୍ରାଣ ପ୍ରାଣର ଆଧ୍ୟାତ୍ମିକ ରୂପ ଅଧ୍ୟାତ୍ମ ପ୍ରାଣର ସଂଯମ ପ୍ରତ୍ୟାହାର ଓ ଧାରଣା ଧ୍ୟାନ ଓ ସମାଧ୍ ରାଜଯୋଗର ସାରକଥା ପାତଞ୍ଜଳ–ଯୋଗସୂତ୍ର ଉପକ୍ରମଣିକା ସମାଧ୍-ପାଦ ସାଧନ-ପାଦ ବିଭୂତି-ପାଦ କୈବଲ୍ୟ—ପାଦ ପରିଶିଷ୍ଟ ନିର୍ଦ୍ଦେଶିକା ୧୩୭ ୧୩୮ ୧୪୧ ୧୪୫ ( ୧୫୦-୧୬୬ ) ୧୬୮ ୧୬୯ ୧୭୧ ୧୮୨ ୧୯୧ ୨୦୩ ୨୦୮ ୨୧୨ ୨୧୯ ୨୨୭ (୨୩୨-୩୦୮) ୨୩୨ ୨୩୬ ୨୬୬ ୨୯୪ ୩୦୮ ୩୨୧ ୩୨୮<noinclude></noinclude> nxk0k98e9h7n0md9k6t712wcs3e9gsm ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୧୦ 250 10051 54104 48184 2022-08-18T01:57:21Z Swetaketu20 1900 /* ପ୍ରମାଣିତ କରିବେ */ proofread-page text/x-wiki <noinclude><pagequality level="3" user="Swetaketu20" /></noinclude>________________ ୧୦ ସ୍ବାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ଗୈରିକପରିହିତ ଏହି ପରିବ୍ରାଜକ ସେତେବେଳେ ଉଭୟଙ୍କ ସଙ୍ଗମ-କ୍ଷେତ୍ରରେ ପରିଣତ ହୋଇଥିଲେ । ବ୍ୟକ୍ତିତ୍ବାଭିମାନଶୂନ୍ୟ ଏହି ବ୍ୟକ୍ତିତ୍ୱ ମାଧ୍ୟମରେ ସଂଘଟିତ ଏହି ଅଭିଘାତର ଅବଶ୍ୟମ୍ଭାବୀ ଫଳ ହେଲା ହିନ୍ଦୁଧର୍ମର ସାଧାରଣ ଭିତ୍ତିସମୂହର ନିର୍ଦ୍ଦିଷ୍ଟ ରୂପଦାନ । ସେଠାରେ ସ୍ୱାମୀ ବିବେକାନନ୍ଦଙ୍କ ମୁଖରେ ତାଙ୍କର ନିଜସ୍ୱ କୌଣସି ଅନୁଭୂତିର କଥା ଉଦ୍‌ଗତ ହୋଇନାହିଁ—ଏପରି କି ଏହି ଅବସରରେ ନିଜ ଗୁରୁଙ୍କ ପ୍ରସଙ୍ଗ ଅବତାରଣା କରିବାର ସୁଯୋଗ ମଧ୍ୟ ସେ ଗ୍ରହଣ କରିନାହାନ୍ତି । ଏହା ପରିବର୍ତ୍ତରେ ଭାରତର ଧର୍ମଚେତନା ହିଁ ତାଙ୍କ ମାଧ୍ୟମରେ ବାଙ୍ମୟ ହୋଇ ଉଠିଥିଲା-ଭାରତର ସମଗ୍ର ଅତୀତ ଦ୍ୱାରା ସୁନିଦ୍ଦିଷ୍ଟ ଦେଶର ସର୍ବସାଧାରଣଙ୍କର ବାଣୀ । ପାଶ୍ଚାତ୍ୟ ସଭ୍ୟତାର ପରିପୂର୍ଣ୍ଣ ଯୌବନର ମଧାହ୍ନରେ ସେ ଯେତେବେଳେ ଭାଷଣରତ, ସେତେବେଳେ ପ୍ରଶାନ୍ତ ମହାସାଗରର ଅନ୍ୟ ତୀରରେ ତମସାଚ୍ଛନ୍ନ ଅର୍ଦ୍ଧେକ ପୃଥିବୀର ଛାୟାରେ ନିଦ୍ରାମଗ୍ନ ଗୋଟିଏ ଜାତି ଏହି ବାଣୀ ନିମିତ୍ତ ଆଗ୍ରହ ସହିତ ଅପେକ୍ଷମାଣ—ଯେଉଁ ବାଣୀ ଆସନ୍ନ ପ୍ରଭାତରେ ସେମାନଙ୍କର ଅନ୍ତର୍ନିହିତ ମହତ୍ତ୍ବ ଓ ଶକ୍ତିର ରହସ୍ୟ ଉନ୍ମୋଚିତ କରିଦେବ । । ସେହି ବସ୍ତୁତା-ମଞ୍ଚରେ ସ୍ୱାମୀ ବିବେକାନନ୍ଦଙ୍କ ପାର୍ଶ୍ବରେ ଆହୁରି ଅନେକ ବକ୍ତା ଦଣ୍ଡାୟମାନ ଥିଲେ । ସେମାନେ ଥିଲେ ବିଶେଷ ବିଶେଷ ଧର୍ମମତର ଓ ଧର୍ମୀୟ ପ୍ରତିଷ୍ଠାନର ପ୍ରବକ୍ତା । କିନ୍ତୁ ସ୍ବାମୀଜୀଙ୍କର ଗୌରବ ହେଉଛି ତାଙ୍କ ଭାଷାରେ କହିଲେ-ସେ ଏପରି ଏକ ଧର୍ମ ପ୍ରଚାର କରିବାକୁ ସେଠାକୁ ଯାଇଥିଲେ, ଯାହା ଦୃଷ୍ଟିରେ ପୃଥିବୀର ପ୍ରତ୍ୟେକ ଧର୍ମ ହେଉଛି ବିଭିନ୍ନ ଅବସ୍ଥା ଓ ପରିସ୍ଥିତି ଭିତର ଦେଇ ବିଭିନ୍ନ ଦେଶର ନରନାରୀଙ୍କର କେବଳ ଗୋଟିଏ ଲକ୍ଷ୍ୟରେ ପହଞ୍ଚିବାର ଅଭିଯାତ୍ରା ବା ଅଗ୍ରଗତିର ପ୍ରଚେଷ୍ଟା । ସେ ଘୋଷଣା କରିଥିଲେ ଯେ, ସେ ଦଣ୍ଡାୟମାନ ହୋଇଛନ୍ତି ଏପରି ଜଣକ ବିଷୟ କହିବା ପାଇଁ ଯେ ସମସ୍ତଙ୍କୁ କଥା କହିଛନ୍ତି । ସେମାନଙ୍କର ଗୋଟିଏ ଦୁଇଟି କଥା ନୁହେଁ କିମ୍ବା ଏ ବିଷୟ କି ସେ ବିଷୟ ନୁହେଁ –ଏହି କାରଣରୁ ବା ସେହି କାରଣରୁ ତାର ସତ୍ୟତା ପ୍ରମାଣ କରି ହେବନାହିଁ ବରଂ ‘ଏହି ସବୁଗୁଡ଼ିକ ଗୋଟିଏ ସୂତ୍ରରେ ମଣିମାଳ ଗୁନ୍ଥା ହେଲା ପରି ସେହି ମହାନ୍ ପୁରୁଷଙ୍କ ମଧ୍ୟରେ ଅନୁସୃତ । ... ଯେଉଁଠାରେ ଦେଖିବ ଯେ କୌଣସି ଆଲୌକିକ ପବିତ୍ରତା ଓ ଅସାମାନ୍ୟ ଶକ୍ତି ମାନବକୁ ଉନ୍ନତ ଓ ପବିତ୍ର କରୁଛି, ତାହାହେଲେ ଜାଣିବ ଯେ ସେଠାରେ ତାହା ମୋର ହିଁ ପ୍ରକାଶ । ବିବେକାନନ୍ଦ କହନ୍ତି ଯେ ହିନ୍ଦୁର ଦୃଷ୍ଟିଭଙ୍ଗୀରେ ‘ମନୁଷ୍ୟ ଅସତ୍ୟରୁ ସତ୍ୟକୁ ଗମନ କରେ ନାହିଁ, ବରଂ ସତ୍ୟରୁ ସତ୍ୟକୁ ଆରୋହଣ କରେ - ନିମ୍ନତର ସତ୍ୟରୁ ଉଚ୍ଚତର ସତ୍ୟକୁ ।’ ଏହି ଶିକ୍ଷା ଏବଂ ମୁକ୍ତିର ଉପଦେଶ—ସେହି ଆଦେଶ: ‘ବ୍ରହ୍ମୋପଲବ୍ଧି କରି ମାନବକୁ ବ୍ରହ୍ମ ହେବାକୁ ପଡ଼ିବ’ –ଧର୍ମ ସେତେବେଳେ ଯାଇ ଆମମାନଙ୍କନଙ୍କ ମଧ୍ୟରେ ପରିପୂର୍ଣ୍ଣତା ଲାଭ କରେ,<noinclude></noinclude> le2t2ts16csg29qspaarkeejhyk9piy ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୯ 250 10052 54103 48198 2022-08-18T01:44:58Z Swetaketu20 1900 /* ପ୍ରମାଣିତ କରିବେ */ proofread-page text/x-wiki <noinclude><pagequality level="3" user="Swetaketu20" /></noinclude>ଶ୍ରୋତୃମଣ୍ଡଳୀର ସର୍ବାଧୂକ ବୈଶିଷ୍ଟ୍ୟ । ୟୁରୋପର ପ୍ରତ୍ୟେକ ଜାତିର ମନୁଷ୍ୟ ଆମେରିକାରେ ମିଳିତ ହୋଇଛନ୍ତି, ବିଶେଷତଃ ଚିକାଗୋ-ନଗରରେ, ଯେଉଁଠାରେ ଧର୍ମମହାସଭା ଅନୁଷ୍ଠିତ ହୋଇଥିଲା । ଆଧୁନିକକାଳର ପ୍ରଯତ୍ନ ଓ ସଂଗ୍ରାମରେ ଯାହା ସର୍ବୋକୃଷ୍ଠ ତାହାର ଅଧିକାଂଶ ଏବଂ ଯାହା ନିକୃଷ୍ଠ ତାହାର କିୟଦଂଶ ଏହି ପାଶ୍ଚାତ୍ୟ ନଗରର ଇଲାକାରେ ମିଳିବ । ଏହି ନଗରର ପଦଯୁଗଳ ମିଚିଗାନ ହ୍ରଦତୀରରେ ବିସ୍ତୃତ ଏବଂ ଉତ୍ତରର ଦ୍ୟୁତୀରେ ପ୍ରଦୀପ୍ତ - ନୟନ ହୋଇ ସେ ଯେପରି ଚିନ୍ତାମଗ୍ନ ହୋଇ ବସିଛି । ଆଧୁନିକ ଚେତନାରେ ଏପରି କିଛି ନାହିଁ, ୟୁରୋପୀୟ ଐତିହ୍ୟଠାରୁ ଉତ୍ତରାଧିକାର ସୂତ୍ରରେ ଏପରି କିଛି ନାହିଁ, ଯାହା ଚିକାଗୋ ନଗରରେ ଆଶ୍ରୟଲାଭ କରିନାହିଁ, ଏବଂ ଏହି କେନ୍ଦ୍ରର ସୃଜନଶୀଳ ଜୀବନ ଓ ବ୍ୟଗ୍ର କୌତୁହଳ କାହାରି କାହାରି ନିକଟରେ ପ୍ରଧାନତଃ ବିଶୃଙ୍ଖଳା ମନେ ହେଲେ ସୁଦ୍ଧା ଏହା ନିଃସନ୍ଦିଗ୍ଧଭାବେ ମାନବମହିମାରେ ପୂର୍ଣ୍ଣ ଏବଂ କ୍ରମପରିଣତ ଗୋଟିଏ ଐକ୍ୟାଦର୍ଶର ପ୍ରକାଶାଭିମୁଖରେ ସଞ୍ଚରମାଣ । ଏହିପରି ଥିଲା ସେହି ମନୋଭୂମି, ସେହି ମାନସ-ସମୁଦ୍ର-ତାରୁଣ୍ୟପୂର୍ଣ୍ଣ, ଉଚ୍ଛଳ, ଆତ୍ମଶକ୍ତି ଓ ଆତ୍ମବିଶ୍ବାସରେ ଉଦ୍ବେଳ; ଅଧୂକନ୍ତୁ ତାହା ଥିଲା ଅନୁସନ୍ଧିତ୍ସୁ ଏବଂ ସଜାଗ । ବିବେକାନନ୍ଦ ଯେତେବେଳେ ବହୃତା ଦେବା ପାଇଁ ଦଣ୍ଡାୟମାନ ହେଲେ, ସେତେବେଳେ ସେ ଏହିପରି ଏକ ପରିବେଶର ସମ୍ମୁଖୀନ ହୋଇଥିଲେ । ଅନ୍ୟ ପକ୍ଷରେ ତାଙ୍କ ପଶ୍ଚାତରେ ଥିଲା ବହୁ ଯୁଗର ଅଧାତ୍ମସାଧନାର ଏକ ଶାନ୍ତ ମହାସାଗର, ତାଙ୍କ ପଶ୍ଚାତରେ ଥିଲା। ଏପରି ଗୋଟିଏ ଜଗତ, ଯାହା ବୈଦିକ ଯୁଗଠାରୁ ନିଜ ଇତିହାସର ସଙ୍କେତ ବହନ କରି ଉପନିଷଦ ମଧ୍ୟରେ ଆତ୍ମୋପଲବ୍ଧି କରିଥିଲା; ଯାହା ତୁଳନାରେ ବୌଦ୍ଧଧର୍ମ ଆଧୁନିକ କହିଲେ ଚଳେ-ଯେଉଁ ଜଗତ ଧର୍ମବିଶ୍ୱାସ ଓ ମତବାଦସମୂହରେ ପରିପୂର୍ଣ୍ଣଗ୍ରୀଷ୍ମମଣ୍ଡଳର ରୌଦ୍ର ସମୂଜ୍ଜ୍ଵଳ ଗୋଟିଏ ପ୍ରଶାନ୍ତ ଭୂମି, ଯୁଗ ଯୁଗ ଧରି ଯାହାର ପଥ ରେଣୁ ମହାପୁରୁଷମାନଙ୍କରଚରଣ-ସ୍ପର୍ଶ ଲାଭ କରିଛି । ସଂକ୍ଷେପରେ ତାଙ୍କ ପଶ୍ଚାତରେ ଥିଲା ହଜାର ହଜାର ବର୍ଷବ୍ୟାପୀ ଜାତୀୟ-ବିକାଶପରିଣତିରେ ସମୃଦ୍ଧ ଭାରତବର୍ଷ- ଏହି ସମୟ ମଧ୍ୟରେ ସେ ନାନା ବିଷୟରେ ଗବେଷଣା କରିଛି, ନାନା ବିଷୟର ସତ୍ୟତା ପ୍ରମାଣ କରିଛି —କେବଳ ମାତ୍ର ନିଜର ଅନନ୍ତ ବିସ୍ତୃତ ଦେଶ ଓ କାଳର ଏକ ପ୍ରାନ୍ତରୁ ଅପରପ୍ରାନ୍ତ ପର୍ଯ୍ୟନ୍ତ କେତୋଟି ମୌଳିକ ଓ ଆବଶ୍ୟକୀୟ ସତ୍ୟ ସମ୍ପର୍କରେ ଏହାର ଜନସାଧାରଣଙ୍କୁ ସର୍ବସମ୍ମତ ବିଶ୍ୱାସ ସମ୍ବନ୍ଧରେ ଏହାର ନିଜସ୍ୱ ସମ୍ପୂର୍ଣ୍ଣ ଏକମତ ବ୍ୟତୀତ ଆଉ ସବୁ କିଛି ସେ ଉପଲବ୍ଧି କରିଛି । । ସୁତରା ଏଠାରେ ଥିଲା ଦୁଇ ପ୍ରକାରର ଚିରପ୍ରବାହ; ଯେପରି କି ଦୁଇଟି ବିଶାଳଚିନ୍ତାତରଙ୍ଗିଣୀ ପ୍ରାଚ୍ୟ ଓ ଆଧୁନିକ; ଧର୍ମ-ମହାସଭାର ବହୃତା-ମଞ୍ଚରେ ଦଣ୍ଡାୟମାନ<noinclude></noinclude> 1lv2ggwi4txyj8sfv03zx5ocjmro3pa ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୮ 250 10053 54100 48197 2022-08-17T16:12:59Z Swetaketu20 1900 /* ପ୍ରମାଣିତ କରିବେ */ proofread-page text/x-wiki <noinclude><pagequality level="3" user="Swetaketu20" /></noinclude><right>ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା <\right> ୮ ଭାରତବର୍ଷ ଯେ ସମଗ୍ର ମାନବଜାତି ନିକଟକୁ ଜୀବନର ମର୍ମବାଣୀ ବହନ କରି ନେବା ମଧ୍ୟରେ ନିଜର ସାର୍ଥକତା ଉପଲବ୍ଧ କରିଥାନ୍ତା, ଏକଥା ପୂର୍ବରୁ ଅନୁମାନ କରାଯାଇପାରେ ଏବଂ ଏହା ଯେ ପ୍ରଥମଥର ଘଟିଲା ତାହା ମଧ୍ୟ ନୁହେଁ ପୂର୍ବେ ମଧ୍ୟ ଥରେ ପ୍ରତିବେଶୀ ଦେଶସମୁହକୁ ଜାତି-ଗଠନକାରୀ ଧର୍ମର ବାଣୀପ୍ରେରଣ ମାଧ୍ୟମରେ ହିଁ ଭାରତବର୍ଷ ନିଜ ଚିନ୍ତାଧାରାର ମହତ୍ତ୍ବ ସମ୍ବନ୍ଧରେ ସଚେତନ ହେବା ପାଇଁ ଶିକ୍ଷା ପାଇଥିଲା । ଏହି ଆତ୍ମଗତ ଏକୀକରଣ ଯୋଗୁ ଆଧୁନିକ ହିନ୍ଦୁଧର୍ମ ଯେପରି କି ନୂତନ ଭାବରେ ସ୍ପଷ୍ଟ ହେଲା । ଆମେ କେବେହେଲେ ଯେପରି ଭୁଲ ନ ଯାଉ ଯେ, ଏହି ଭାରତର ମାଟିରେ ହିଁ ପ୍ରଥମେ ଶୁତ ହୋଇଥିଲା ଶିଷ୍ୟ ପ୍ରତି ଗୁରୁଙ୍କର ସେହି ଆଦେଶ : ‘ତୁମେମାନେ ସମଗ୍ର ପୃଥିବୀର ବିଭିନ୍ନ ଦେଶକୁ ଯାଅ ଏବଂ ଏହି ଭଗବତ୍ -ବାଣୀ ସବୁ ପ୍ରାଣୀଙ୍କ ନିକଟରେ ପ୍ରଚାର କର ।” ଏହା ସେହି ଚିନ୍ତା ଓ ସେହି ପ୍ରେମର ଅନୁପ୍ରେରଣା, ଯାହା ନୂତନରୂପରେ ସ୍ୱାମୀ ବିବେକାନନ୍ଦଙ୍କ କଣ୍ଠରେ ଧ୍ବନିତ ହୋଇଥିଲା, ଯେତେବେଳେ ସେ ପାଶ୍ଚାତ୍ୟର ଗୋଟିଏ ମହାନ୍ ସମ୍ମେଳନରେ କହିଲେ, “ଯଦି ଗୋଟିଏ ଧର୍ମ ସତ୍ୟ ହୋଇଥାଏ, ତା ହେଲେ ଅନ୍ୟଗୁଡ଼ିକ ମଧ୍ୟ ସତ୍ୟ ।” ତେଣୁ ହିନ୍ଦୁଧର୍ମ ଯେତେଟା ମୋର, ସେତେଟା ତୁମମାନଙ୍କର ମଧ୍ୟ ଏବଂ ସେ ନିଜ ବକ୍ତବ୍ୟର ଭାବ ସମ୍ପ୍ରସାରଣ କରି କହିଲେ, ‘ଆମେ ହିନ୍ଦୁମାନେ ଯେ କେବଳ ଅନ୍ୟାନ୍ୟ ମତଗୁଡ଼ିକୁ ସହ୍ୟ କରୁ ତାହା ନୁହେଁ, ବରଂ ଆମେ ସବୁଧର୍ମ ସହିତ ନିଜକୁ ମିଳିତ କରୁ । ଆମେ ମୁସଲମାନମାନଙ୍କର ମସ୍‌ଜିଦରେ ପ୍ରାର୍ଥନା କରୁ, ପୀର୍ଶୀମାନଙ୍କର ଅଗ୍ନିକୁ ପୂଜା କରୁ ଏବଂ ଖ୍ରୀଷ୍ଟିୟାନମାନଙ୍କର କୁଶ ସମ୍ମୁଖରେ ନତଜାନୁ ହେଉ । ଆମେ ଜାଣୁ ଯେ ନିମ୍ନତମ ଜଡ଼-ଉପାସନାଠାରୁ ଆରମ୍ଭ କରି ଉଚ୍ଚତମ ଅଦ୍ବୈତବାଦ ପର୍ଯ୍ୟନ୍ତ ସମସ୍ତ ଧର୍ମ ହିଁ ସମଭାବରେ ଅସୀମକୁ ଉପଲବ୍ଧ ଓ ଅନୁଭବ କରିବାର ବିଭିନ୍ନ ପ୍ରଚେଷ୍ଟା ମାତ୍ର । ସେଥିପାଇଁ ଆମେ ଏହି ପୁଷ୍ପଗୁଡ଼ିକୁ ଚୟନ କରି ଏକ ପ୍ରେମସୁତ୍ରରେ ଗୁନ୍ଥି ପୂଜା ନିମିର ଗୋଟିଏ ବିଚିତ୍ର ପୁଷ୍ପ-ସ୍ତବକରେ ପରିଣତ କରୁ ।” ଏହି ବକ୍ତାଙ୍କ ନିକଟରେ କେହି ବିଦେଶୀ ବା ବିଧର୍ମୀ ନ ଥିଲେ, ତାଙ୍କ ନିକଟରେ ଥିଲା କେବଳ ସତ୍ୟ ଓ ବିଶ୍ୱମାନବତା । ଧର୍ମ-ମହାସଭାରେ ସ୍ବାମୀଜୀଙ୍କ ବହୃତା ସମ୍ବନ୍ଧରେ କୁହାଯାଇପାରେ, ଯେତେବେଳେ ସେ ବକ୍ତୄତା ଆରମ୍ଭ କଲେ ସେତେବେଳେ ତାଙ୍କର ବିଷୟବସ୍ତୁ ଥିଲା ହିନ୍ଦୁମାନଙ୍କର ‘ଧର୍ମଭାବ-ସମୂହ’; କିନ୍ତୁ ଯେତେବେଳେ ସେ ତାହା ଶେଷ କଲେ ସେତେବେଳେ ହିନ୍ଦୁଧର୍ମ ଏକ ନୂତନ ଆକାର ଧାରଣ କଲା । ସେହି ମୂହୁର୍ତ୍ତ ଏହି ସମ୍ଭାବନାରେ ପୂର୍ଣ୍ଣ ଥିଲା । ତାଙ୍କ ସମ୍ମୁଖରେ ଉପସ୍ଥିତ ବିରାଟ ଶ୍ରୋତୃବୃନ୍ଦ କେବଳ ମାତ୍ର ପାଶ୍ଚାତ୍ୟଚିନ୍ତାଧାରାର ପ୍ରତିନିଧ ଥିଲେ, କିନ୍ତୁ ଏହା ମଧ୍ୟରେ କିଛି ନୂତନ ଅଭିବ୍ୟକ୍ତି ଓ ଅଗ୍ରଗତି ଥିଲା ଏବଂ ଏହା ହିଁ ସେହି<noinclude></noinclude> 2lvexhz3xs28wq0h6f78yw0k4zjldvy 54101 54100 2022-08-17T16:13:23Z Swetaketu20 1900 proofread-page text/x-wiki <noinclude><pagequality level="3" user="Swetaketu20" /></noinclude><right>ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା </right> ୮ ଭାରତବର୍ଷ ଯେ ସମଗ୍ର ମାନବଜାତି ନିକଟକୁ ଜୀବନର ମର୍ମବାଣୀ ବହନ କରି ନେବା ମଧ୍ୟରେ ନିଜର ସାର୍ଥକତା ଉପଲବ୍ଧ କରିଥାନ୍ତା, ଏକଥା ପୂର୍ବରୁ ଅନୁମାନ କରାଯାଇପାରେ ଏବଂ ଏହା ଯେ ପ୍ରଥମଥର ଘଟିଲା ତାହା ମଧ୍ୟ ନୁହେଁ ପୂର୍ବେ ମଧ୍ୟ ଥରେ ପ୍ରତିବେଶୀ ଦେଶସମୁହକୁ ଜାତି-ଗଠନକାରୀ ଧର୍ମର ବାଣୀପ୍ରେରଣ ମାଧ୍ୟମରେ ହିଁ ଭାରତବର୍ଷ ନିଜ ଚିନ୍ତାଧାରାର ମହତ୍ତ୍ବ ସମ୍ବନ୍ଧରେ ସଚେତନ ହେବା ପାଇଁ ଶିକ୍ଷା ପାଇଥିଲା । ଏହି ଆତ୍ମଗତ ଏକୀକରଣ ଯୋଗୁ ଆଧୁନିକ ହିନ୍ଦୁଧର୍ମ ଯେପରି କି ନୂତନ ଭାବରେ ସ୍ପଷ୍ଟ ହେଲା । ଆମେ କେବେହେଲେ ଯେପରି ଭୁଲ ନ ଯାଉ ଯେ, ଏହି ଭାରତର ମାଟିରେ ହିଁ ପ୍ରଥମେ ଶୁତ ହୋଇଥିଲା ଶିଷ୍ୟ ପ୍ରତି ଗୁରୁଙ୍କର ସେହି ଆଦେଶ : ‘ତୁମେମାନେ ସମଗ୍ର ପୃଥିବୀର ବିଭିନ୍ନ ଦେଶକୁ ଯାଅ ଏବଂ ଏହି ଭଗବତ୍ -ବାଣୀ ସବୁ ପ୍ରାଣୀଙ୍କ ନିକଟରେ ପ୍ରଚାର କର ।” ଏହା ସେହି ଚିନ୍ତା ଓ ସେହି ପ୍ରେମର ଅନୁପ୍ରେରଣା, ଯାହା ନୂତନରୂପରେ ସ୍ୱାମୀ ବିବେକାନନ୍ଦଙ୍କ କଣ୍ଠରେ ଧ୍ବନିତ ହୋଇଥିଲା, ଯେତେବେଳେ ସେ ପାଶ୍ଚାତ୍ୟର ଗୋଟିଏ ମହାନ୍ ସମ୍ମେଳନରେ କହିଲେ, “ଯଦି ଗୋଟିଏ ଧର୍ମ ସତ୍ୟ ହୋଇଥାଏ, ତା ହେଲେ ଅନ୍ୟଗୁଡ଼ିକ ମଧ୍ୟ ସତ୍ୟ ।” ତେଣୁ ହିନ୍ଦୁଧର୍ମ ଯେତେଟା ମୋର, ସେତେଟା ତୁମମାନଙ୍କର ମଧ୍ୟ ଏବଂ ସେ ନିଜ ବକ୍ତବ୍ୟର ଭାବ ସମ୍ପ୍ରସାରଣ କରି କହିଲେ, ‘ଆମେ ହିନ୍ଦୁମାନେ ଯେ କେବଳ ଅନ୍ୟାନ୍ୟ ମତଗୁଡ଼ିକୁ ସହ୍ୟ କରୁ ତାହା ନୁହେଁ, ବରଂ ଆମେ ସବୁଧର୍ମ ସହିତ ନିଜକୁ ମିଳିତ କରୁ । ଆମେ ମୁସଲମାନମାନଙ୍କର ମସ୍‌ଜିଦରେ ପ୍ରାର୍ଥନା କରୁ, ପୀର୍ଶୀମାନଙ୍କର ଅଗ୍ନିକୁ ପୂଜା କରୁ ଏବଂ ଖ୍ରୀଷ୍ଟିୟାନମାନଙ୍କର କୁଶ ସମ୍ମୁଖରେ ନତଜାନୁ ହେଉ । ଆମେ ଜାଣୁ ଯେ ନିମ୍ନତମ ଜଡ଼-ଉପାସନାଠାରୁ ଆରମ୍ଭ କରି ଉଚ୍ଚତମ ଅଦ୍ବୈତବାଦ ପର୍ଯ୍ୟନ୍ତ ସମସ୍ତ ଧର୍ମ ହିଁ ସମଭାବରେ ଅସୀମକୁ ଉପଲବ୍ଧ ଓ ଅନୁଭବ କରିବାର ବିଭିନ୍ନ ପ୍ରଚେଷ୍ଟା ମାତ୍ର । ସେଥିପାଇଁ ଆମେ ଏହି ପୁଷ୍ପଗୁଡ଼ିକୁ ଚୟନ କରି ଏକ ପ୍ରେମସୁତ୍ରରେ ଗୁନ୍ଥି ପୂଜା ନିମିର ଗୋଟିଏ ବିଚିତ୍ର ପୁଷ୍ପ-ସ୍ତବକରେ ପରିଣତ କରୁ ।” ଏହି ବକ୍ତାଙ୍କ ନିକଟରେ କେହି ବିଦେଶୀ ବା ବିଧର୍ମୀ ନ ଥିଲେ, ତାଙ୍କ ନିକଟରେ ଥିଲା କେବଳ ସତ୍ୟ ଓ ବିଶ୍ୱମାନବତା । ଧର୍ମ-ମହାସଭାରେ ସ୍ବାମୀଜୀଙ୍କ ବହୃତା ସମ୍ବନ୍ଧରେ କୁହାଯାଇପାରେ, ଯେତେବେଳେ ସେ ବକ୍ତୄତା ଆରମ୍ଭ କଲେ ସେତେବେଳେ ତାଙ୍କର ବିଷୟବସ୍ତୁ ଥିଲା ହିନ୍ଦୁମାନଙ୍କର ‘ଧର୍ମଭାବ-ସମୂହ’; କିନ୍ତୁ ଯେତେବେଳେ ସେ ତାହା ଶେଷ କଲେ ସେତେବେଳେ ହିନ୍ଦୁଧର୍ମ ଏକ ନୂତନ ଆକାର ଧାରଣ କଲା । ସେହି ମୂହୁର୍ତ୍ତ ଏହି ସମ୍ଭାବନାରେ ପୂର୍ଣ୍ଣ ଥିଲା । ତାଙ୍କ ସମ୍ମୁଖରେ ଉପସ୍ଥିତ ବିରାଟ ଶ୍ରୋତୃବୃନ୍ଦ କେବଳ ମାତ୍ର ପାଶ୍ଚାତ୍ୟଚିନ୍ତାଧାରାର ପ୍ରତିନିଧ ଥିଲେ, କିନ୍ତୁ ଏହା ମଧ୍ୟରେ କିଛି ନୂତନ ଅଭିବ୍ୟକ୍ତି ଓ ଅଗ୍ରଗତି ଥିଲା ଏବଂ ଏହା ହିଁ ସେହି<noinclude></noinclude> 8nhkbih10v163hrejoug6oonthub3wq 54102 54101 2022-08-18T01:33:43Z Swetaketu20 1900 proofread-page text/x-wiki <noinclude><pagequality level="3" user="Swetaketu20" /></noinclude>ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ୮ ଭାରତବର୍ଷ ଯେ ସମଗ୍ର ମାନବଜାତି ନିକଟକୁ ଜୀବନର ମର୍ମବାଣୀ ବହନ କରି ନେବା ମଧ୍ୟରେ ନିଜର ସାର୍ଥକତା ଉପଲବ୍ଧ କରିଥାନ୍ତା, ଏକଥା ପୂର୍ବରୁ ଅନୁମାନ କରାଯାଇପାରେ ଏବଂ ଏହା ଯେ ପ୍ରଥମଥର ଘଟିଲା ତାହା ମଧ୍ୟ ନୁହେଁ ପୂର୍ବେ ମଧ୍ୟ ଥରେ ପ୍ରତିବେଶୀ ଦେଶସମୁହକୁ ଜାତି-ଗଠନକାରୀ ଧର୍ମର ବାଣୀପ୍ରେରଣ ମାଧ୍ୟମରେ ହିଁ ଭାରତବର୍ଷ ନିଜ ଚିନ୍ତାଧାରାର ମହତ୍ତ୍ବ ସମ୍ବନ୍ଧରେ ସଚେତନ ହେବା ପାଇଁ ଶିକ୍ଷା ପାଇଥିଲା । ଏହି ଆତ୍ମଗତ ଏକୀକରଣ ଯୋଗୁ ଆଧୁନିକ ହିନ୍ଦୁଧର୍ମ ଯେପରି କି ନୂତନ ଭାବରେ ସ୍ପଷ୍ଟ ହେଲା । ଆମେ କେବେହେଲେ ଯେପରି ଭୁଲ ନ ଯାଉ ଯେ, ଏହି ଭାରତର ମାଟିରେ ହିଁ ପ୍ରଥମେ ଶୁତ ହୋଇଥିଲା ଶିଷ୍ୟ ପ୍ରତି ଗୁରୁଙ୍କର ସେହି ଆଦେଶ : ‘ତୁମେମାନେ ସମଗ୍ର ପୃଥିବୀର ବିଭିନ୍ନ ଦେଶକୁ ଯାଅ ଏବଂ ଏହି ଭଗବତ୍ -ବାଣୀ ସବୁ ପ୍ରାଣୀଙ୍କ ନିକଟରେ ପ୍ରଚାର କର ।” ଏହା ସେହି ଚିନ୍ତା ଓ ସେହି ପ୍ରେମର ଅନୁପ୍ରେରଣା, ଯାହା ନୂତନରୂପରେ ସ୍ୱାମୀ ବିବେକାନନ୍ଦଙ୍କ କଣ୍ଠରେ ଧ୍ବନିତ ହୋଇଥିଲା, ଯେତେବେଳେ ସେ ପାଶ୍ଚାତ୍ୟର ଗୋଟିଏ ମହାନ୍ ସମ୍ମେଳନରେ କହିଲେ, “ଯଦି ଗୋଟିଏ ଧର୍ମ ସତ୍ୟ ହୋଇଥାଏ, ତା ହେଲେ ଅନ୍ୟଗୁଡ଼ିକ ମଧ୍ୟ ସତ୍ୟ ।” ତେଣୁ ହିନ୍ଦୁଧର୍ମ ଯେତେଟା ମୋର, ସେତେଟା ତୁମମାନଙ୍କର ମଧ୍ୟ ଏବଂ ସେ ନିଜ ବକ୍ତବ୍ୟର ଭାବ ସମ୍ପ୍ରସାରଣ କରି କହିଲେ, ‘ଆମେ ହିନ୍ଦୁମାନେ ଯେ କେବଳ ଅନ୍ୟାନ୍ୟ ମତଗୁଡ଼ିକୁ ସହ୍ୟ କରୁ ତାହା ନୁହେଁ, ବରଂ ଆମେ ସବୁଧର୍ମ ସହିତ ନିଜକୁ ମିଳିତ କରୁ । ଆମେ ମୁସଲମାନମାନଙ୍କର ମସ୍‌ଜିଦରେ ପ୍ରାର୍ଥନା କରୁ, ପୀର୍ଶୀମାନଙ୍କର ଅଗ୍ନିକୁ ପୂଜା କରୁ ଏବଂ ଖ୍ରୀଷ୍ଟିୟାନମାନଙ୍କର କୁଶ ସମ୍ମୁଖରେ ନତଜାନୁ ହେଉ । ଆମେ ଜାଣୁ ଯେ ନିମ୍ନତମ ଜଡ଼-ଉପାସନାଠାରୁ ଆରମ୍ଭ କରି ଉଚ୍ଚତମ ଅଦ୍ବୈତବାଦ ପର୍ଯ୍ୟନ୍ତ ସମସ୍ତ ଧର୍ମ ହିଁ ସମଭାବରେ ଅସୀମକୁ ଉପଲବ୍ଧ ଓ ଅନୁଭବ କରିବାର ବିଭିନ୍ନ ପ୍ରଚେଷ୍ଟା ମାତ୍ର । ସେଥିପାଇଁ ଆମେ ଏହି ପୁଷ୍ପଗୁଡ଼ିକୁ ଚୟନ କରି ଏକ ପ୍ରେମସୁତ୍ରରେ ଗୁନ୍ଥି ପୂଜା ନିମିର ଗୋଟିଏ ବିଚିତ୍ର ପୁଷ୍ପ-ସ୍ତବକରେ ପରିଣତ କରୁ ।” ଏହି ବକ୍ତାଙ୍କ ନିକଟରେ କେହି ବିଦେଶୀ ବା ବିଧର୍ମୀ ନ ଥିଲେ, ତାଙ୍କ ନିକଟରେ ଥିଲା କେବଳ ସତ୍ୟ ଓ ବିଶ୍ୱମାନବତା । ଧର୍ମ-ମହାସଭାରେ ସ୍ବାମୀଜୀଙ୍କ ବହୃତା ସମ୍ବନ୍ଧରେ କୁହାଯାଇପାରେ, ଯେତେବେଳେ ସେ ବକ୍ତୄତା ଆରମ୍ଭ କଲେ ସେତେବେଳେ ତାଙ୍କର ବିଷୟବସ୍ତୁ ଥିଲା ହିନ୍ଦୁମାନଙ୍କର ‘ଧର୍ମଭାବ-ସମୂହ’; କିନ୍ତୁ ଯେତେବେଳେ ସେ ତାହା ଶେଷ କଲେ ସେତେବେଳେ ହିନ୍ଦୁଧର୍ମ ଏକ ନୂତନ ଆକାର ଧାରଣ କଲା । ସେହି ମୂହୁର୍ତ୍ତ ଏହି ସମ୍ଭାବନାରେ ପୂର୍ଣ୍ଣ ଥିଲା । ତାଙ୍କ ସମ୍ମୁଖରେ ଉପସ୍ଥିତ ବିରାଟ ଶ୍ରୋତୃବୃନ୍ଦ କେବଳ ମାତ୍ର ପାଶ୍ଚାତ୍ୟଚିନ୍ତାଧାରାର ପ୍ରତିନିଧ ଥିଲେ, କିନ୍ତୁ ଏହା ମଧ୍ୟରେ କିଛି ନୂତନ ଅଭିବ୍ୟକ୍ତି ଓ ଅଗ୍ରଗତି ଥିଲା ଏବଂ ଏହା ହିଁ ସେହି<noinclude></noinclude> jcwrc8p43q9xpsg79zlxwmpnwz7d39v ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୭ 250 10054 54098 48196 2022-08-17T15:57:53Z Swetaketu20 1900 proofread-page text/x-wiki <noinclude><pagequality level="1" user="Pmsarangi" /></noinclude><center><big>ଭୂମିକା ସ୍ୱାମୀଜୀ ଓ ତାଙ୍କର ବାଣୀ</big> (ଭଗିନୀ ନିବେଦିତାଙ୍କ ଦ୍ବାରା ଲିଖୁତ ଭୂମିକାର ଅନୁବାଦ)</center> ସ୍ୱାମୀ ବିବେକାନନ୍ଦଙ୍କର ଯେଉଁ ଚାରିଖଣ୍ଡ ଗ୍ରନ୍ଥାବଳୀ ବର୍ତ୍ତମାନ ସଂସ୍କରଣରେ ନିବଦ୍ଧ ହୋଇଛି, ତାହାର ମାଧ୍ୟମରେ ଆମେ ଯେ କେବଳ ସମଗ୍ର ବିଶ୍ୱବାସୀଙ୍କ ପ୍ରତି ସାଧାରଣଭାବରେ ଗୋଟିଏ ଦିବ୍ୟବାଣୀ ପାଇଛୁ, ତାହା ନୁହେଁ; ବରଂ ଏଥିରୁ ହିନ୍ଦୁଧର୍ମର ସନ୍ତାନମାନଙ୍କ ପାଇଁ ମଧ୍ୟ ଏହି ଧର୍ମର ଗୋଟିଏ ସନନ୍ଦ ଲାଭ କରିଛୁ । ବର୍ତ୍ତମାନ ଯୁଗର ବ୍ୟାପକ ଅବକ୍ଷୟ ମଧ୍ୟରେ ଏହି ଧର୍ମର ପ୍ରୟୋଜନ ଥିଲା ଗୋଟିଏ ଶୈଳଦୃଢ଼ ଆଶ୍ରୟ, ଯେଉଁଠାରେ ହିନ୍ଦୁଧର୍ମ ଗୋଟିଏ ସ୍ଥିର ଭୂମି ଲାଭ କରିପାରିବ; ପ୍ରୟୋଜନ ଥିଲା ଗୋଟିଏ ପ୍ରାମାଣିକ ଆପ୍ତବାକ୍ୟ, ଯାହାଦ୍ୱାରା ସେ ତାହାର ନିଜର ସ୍ବରୂପ ଉପଲବ୍ଧ କରିପାରିବ । ସ୍ବାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ମାଧ୍ୟମରେ ଏତକ ତାକୁ ଦିଆଯାଇଛି । । ଅନ୍ୟତ୍ର ଯେପରି କୁହାଯାଇଛି, ଇତିହାସରେ ସର୍ବପ୍ରଥମ ହିନ୍ଦୁଧର୍ମ ସାମଗ୍ରିକ ଭାବରେ ଜଣେ ଶ୍ରେଷ୍ଠ ହିନ୍ଦୁମନିଷୀଙ୍କ ଦ୍ବାରା ବିବୃତ ହେଲା । ଭବିଷ୍ୟତରେ ବହୁକାଳ ଧରି ଯେତେବେଳେ ହିନ୍ଦୁଧର୍ମାବଲମ୍ବୀ ହିନ୍ଦୁଧର୍ମର ପ୍ରମାଣ ଚାହିଁବେ, ଯେତେବେଳେ କୌଣସି ହିନ୍ଦୁଜନନୀ ତାଙ୍କୁ ସନ୍ତାନମାନଙ୍କୁ ପୂର୍ବପୁରୁଷମାନଙ୍କର ଧର୍ମ କଅଣ ଥିଲା ସେ ବିଷୟରେ ଶିକ୍ଷା ଦେବେ, ସେତେବେଳେ ପ୍ରମାଣ ଓ ଆଲୋକ ପାଇଁ ସେ ଏହି ଗ୍ରନ୍ଥାବଳୀ ଉପରେ ହଁ ନିର୍ଭର କରିବେ । ଭାରତରୁ ଇଂରାଜୀ ଭାଷା ବିଲୁପ୍ତ ହେବାର ବହୁକାଳ ପରେ ମଧ୍ୟ ଏହି ଭାଷା ମାଧ୍ୟମରେ ବିଶ୍ୱ ନିକଟରେ ଯେଉଁ ଉପହାର ପ୍ରଦତ୍ତ ହେଲା, ତାହା ଏଠାରେ ସ୍ଥାୟୀ ଭାବରେ ବିରାଜମାନ କରିବ ଏବଂ ପ୍ରାଚ୍ୟ ଓ ପାଶ୍ଚାତ୍ୟରେ ସମଭାବରେ ଫଳପ୍ରସୂ ହେବ । ହିନ୍ଦୁଧର୍ମର ପ୍ରୟୋଜନ ଥିଲା ନିଜ ଚିନ୍ତାଧାରାର ସଙ୍ଗଠନ ଓ ସାମଞ୍ଜସ୍ୟ– ବିଧାନ; ପୃଥିବୀର ପ୍ରୟୋଜନ ଥିଲା ଏପରି ଗୋଟିଏ ଧର୍ମ, ଯାହା ସତ୍ୟ ସମ୍ମୁଖରେ । ଏହି ଗ୍ରନ୍ଥରେ ଏହି ଦୁଇଟିର ସନ୍ଧାନ ମିଳିବ । ସଂଙ୍କଟପୂର୍ଣ ମୁହୁର୍ତ୍ତରେ ଯେ ଜାତୀୟ ଚେତନାକୁ ସଂହତ କରି ବାଙ୍ଗୟରୂପ ପ୍ରଦାନ କଲେ, ସେହି ବ୍ୟକ୍ତିଙ୍କ ଅଭ୍ୟୁଦୟ ଅପେକ୍ଷା ସନାତନ ଧର୍ମର ଶାଶ୍ବତ ଶକ୍ତିର ଏବଂ ଅତୀତ ସଦୃଶ ବର୍ତ୍ତମାନର ଭାରତ ଯେ ମହିମାମୟ, ଏହି ସତ୍ୟର ମହତ୍ତର ପ୍ରମାଣ ଆଉ କଣ ଥାଇପାରେ ? * ଇଂରେଜୀରେ ସ୍ବାମୀଜୀଙ୍କ ଗ୍ରନ୍ଥାବଳୀ ପ୍ରଥମେ ୪ ଖଣ୍ଡରେ ପ୍ରକାଶିତ ହୁଏ । ବର୍ତ୍ତମାନ ତାହା ୮ଖଣ୍ଡରେ ପ୍ରକାଶିତ ହେଉଛି । ଗ୍ରନ୍ଥାବଳୀର ଓଡ଼ିଆ ସଂସ୍କରଣ ୧୦ଖଣ୍ଡରେ ବିଭକ୍ତ ।<noinclude></noinclude> lqbtuy245pz5xry3tkykv4awcwunfph 54099 54098 2022-08-17T16:04:04Z Swetaketu20 1900 /* ପ୍ରମାଣିତ କରିବେ */ proofread-page text/x-wiki <noinclude><pagequality level="3" user="Swetaketu20" /></noinclude><center><big>ଭୂମିକା ସ୍ୱାମୀଜୀ ଓ ତାଙ୍କର ବାଣୀ</big> (ଭଗିନୀ ନିବେଦିତାଙ୍କ ଦ୍ବାରା ଲିଖିତ ଭୂମିକାର ଅନୁବାଦ)</center> ସ୍ୱାମୀ ବିବେକାନନ୍ଦଙ୍କର ଯେଉଁ ଚାରିଖଣ୍ଡ ଗ୍ରନ୍ଥାବଳୀ ବର୍ତ୍ତମାନ ସଂସ୍କରଣରେ ନିବଦ୍ଧ ହୋଇଛି, ତାହାର ମାଧ୍ୟମରେ ଆମେ ଯେ କେବଳ ସମଗ୍ର ବିଶ୍ୱବାସୀଙ୍କ ପ୍ରତି ସାଧାରଣଭାବରେ ଗୋଟିଏ ଦିବ୍ୟବାଣୀ ପାଇଛୁ, ତାହା ନୁହେଁ; ବରଂ ଏଥିରୁ ହିନ୍ଦୁଧର୍ମର ସନ୍ତାନମାନଙ୍କ ପାଇଁ ମଧ୍ୟ ଏହି ଧର୍ମର ଗୋଟିଏ ସନନ୍ଦ ଲାଭ କରିଛୁ । ବର୍ତ୍ତମାନ ଯୁଗର ବ୍ୟାପକ ଅବକ୍ଷୟ ମଧ୍ୟରେ ଏହି ଧର୍ମର ପ୍ରୟୋଜନ ଥିଲା ଗୋଟିଏ ଶୈଳଦୃଢ଼ ଆଶ୍ରୟ, ଯେଉଁଠାରେ ହିନ୍ଦୁଧର୍ମ ଗୋଟିଏ ସ୍ଥିର ଭୂମି ଲାଭ କରିପାରିବ; ପ୍ରୟୋଜନ ଥିଲା ଗୋଟିଏ ପ୍ରାମାଣିକ ଆପ୍ତବାକ୍ୟ, ଯାହାଦ୍ୱାରା ସେ ତାହାର ନିଜର ସ୍ବରୂପ ଉପଲବ୍ଧ କରିପାରିବ । ସ୍ବାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ମାଧ୍ୟମରେ ଏତକ ତାକୁ ଦିଆଯାଇଛି । । ଅନ୍ୟତ୍ର ଯେପରି କୁହାଯାଇଛି, ଇତିହାସରେ ସର୍ବପ୍ରଥମ ହିନ୍ଦୁଧର୍ମ ସାମଗ୍ରିକ ଭାବରେ ଜଣେ ଶ୍ରେଷ୍ଠ ହିନ୍ଦୁମନିଷୀଙ୍କ ଦ୍ବାରା ବିବୃତ ହେଲା । ଭବିଷ୍ୟତରେ ବହୁକାଳ ଧରି ଯେତେବେଳେ ହିନ୍ଦୁଧର୍ମାବଲମ୍ବୀ ହିନ୍ଦୁଧର୍ମର ପ୍ରମାଣ ଚାହିଁବେ, ଯେତେବେଳେ କୌଣସି ହିନ୍ଦୁଜନନୀ ତାଙ୍କୁ ସନ୍ତାନମାନଙ୍କୁ ପୂର୍ବପୁରୁଷମାନଙ୍କର ଧର୍ମ କଅଣ ଥିଲା ସେ ବିଷୟରେ ଶିକ୍ଷା ଦେବେ, ସେତେବେଳେ ପ୍ରମାଣ ଓ ଆଲୋକ ପାଇଁ ସେ ଏହି ଗ୍ରନ୍ଥାବଳୀ ଉପରେ ହଁ ନିର୍ଭର କରିବେ । ଭାରତରୁ ଇଂରାଜୀ ଭାଷା ବିଲୁପ୍ତ ହେବାର ବହୁକାଳ ପରେ ମଧ୍ୟ ଏହି ଭାଷା ମାଧ୍ୟମରେ ବିଶ୍ୱ ନିକଟରେ ଯେଉଁ ଉପହାର ପ୍ରଦତ୍ତ ହେଲା, ତାହା ଏଠାରେ ସ୍ଥାୟୀ ଭାବରେ ବିରାଜମାନ କରିବ ଏବଂ ପ୍ରାଚ୍ୟ ଓ ପାଶ୍ଚାତ୍ୟରେ ସମଭାବରେ ଫଳପ୍ରସୂ ହେବ । ହିନ୍ଦୁଧର୍ମର ପ୍ରୟୋଜନ ଥିଲା ନିଜ ଚିନ୍ତାଧାରାର ସଙ୍ଗଠନ ଓ ସାମଞ୍ଜସ୍ୟ– ବିଧାନ; ପୃଥିବୀର ପ୍ରୟୋଜନ ଥିଲା ଏପରି ଗୋଟିଏ ଧର୍ମ, ଯାହା ସତ୍ୟ ସମ୍ମୁଖରେ ନିର୍ଭୀକ । ଏହି ଗ୍ରନ୍ଥରେ ଏହି ଦୁଇଟିର ସନ୍ଧାନ ମିଳିବ । ସଂଙ୍କଟପୂର୍ଣ ମୁହୁର୍ତ୍ତରେ ଯେ ଜାତୀୟ ଚେତନାକୁ ସଂହତ କରି ବାଙ୍ମୟରୂପ ପ୍ରଦାନ କଲେ, ସେହି ବ୍ୟକ୍ତିଙ୍କ ଅଭ୍ୟୁଦୟ ଅପେକ୍ଷା ସନାତନ ଧର୍ମର ଶାଶ୍ବତ ଶକ୍ତିର ଏବଂ ଅତୀତ ସଦୃଶ ବର୍ତ୍ତମାନର ଭାରତ ଯେ ମହିମାମୟ, ଏହି ସତ୍ୟର ମହତ୍ତର ପ୍ରମାଣ ଆଉ କଣ ଥାଇପାରେ ? * ଇଂରେଜୀରେ ସ୍ବାମୀଜୀଙ୍କ ଗ୍ରନ୍ଥାବଳୀ ପ୍ରଥମେ ୪ ଖଣ୍ଡରେ ପ୍ରକାଶିତ ହୁଏ । ବର୍ତ୍ତମାନ ତାହା ୮ଖଣ୍ଡରେ ପ୍ରକାଶିତ ହେଉଛି । ଗ୍ରନ୍ଥାବଳୀର ଓଡ଼ିଆ ସଂସ୍କରଣ ୧୦ଖଣ୍ଡରେ ବିଭକ୍ତ ।<noinclude></noinclude> sahller7m6dt0u91re7chpqr4v23y5p ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୧୧ 250 10056 54105 48185 2022-08-18T02:05:56Z Swetaketu20 1900 /* ପ୍ରମାଣିତ କରିବେ */ proofread-page text/x-wiki <noinclude><pagequality level="3" user="Swetaketu20" /></noinclude>୧୧ ସେତେବେଳେ ଏହା ଆମମାନଙ୍କୁ ତାଙ୍କ ନିକଟକୁ ନେଇଯାଏ, ଯେ ମୃତ୍ୟୁମୟ ଜଗତରେ ଏକମାତ୍ର ଜୀବନ, ଯେ ନିୟତ ପରିବର୍ତ୍ତନଶୀଳ ବିଶ୍ୱର ନିତ୍ୟ ଅଧ୍ୟଷ୍ଠାନ, ଯେ ଏକମାତ୍ର ଆତ୍ମା, ଜୀବାତ୍ମାସମୂହ ଯାହାଙ୍କର ମାୟାମୟ ପ୍ରକାଶ ମାତ୍ର । ଏହି ଦୁଇଟି ଉପଦେଶକୁ ଯୋଡ଼ିଏ ପରମ ଓ ବିଶିଷ୍ଟ ସତ୍ୟ ବୋଲି ଗ୍ରହଣ କରାଯାଇପାରେ, ମାନବ ଇତିହାସର ଦୀର୍ଘତମ ଓ ଜଟିଳତମ ଅଭିଜ୍ଞତା ଦ୍ୱାରା ପ୍ରମାଣିତ ଏହି ସତ୍ୟକୁ ଭାରତବର୍ଷ ସ୍ବାମୀ ବିବେକାନନ୍ଦଙ୍କ ମାଧ୍ୟମରେ ଆଧୁନିକ ପାଶ୍ଚାତ୍ୟ ଜଗତ ସମକ୍ଷରେ ଘୋଷଣା କରିଥିଲା । ଭାରତ ପାଇଁ ଏହି କ୍ଷୁଦ୍ର ଭାଷଣଟି ସ୍ୱାଧିକାର ପ୍ରତିଷ୍ଠାର ଏକ ସଂକ୍ଷିପ୍ତ ପ୍ରମାଣପତ୍ର । ବକ୍ତା ହିନ୍ଦୁଧର୍ମକୁ ସାମଗ୍ରିକ ଭାବରେ ବେଦ ଉପରେ ପ୍ରତିଷ୍ଠା କରିଛନ୍ତି; କିନ୍ତୁ ବେଦ ଶବ୍ଦଟି ସେ ଯେତେବେଳେ ଉଚ୍ଚାରଣ କଲେ, ସେତେବେଳେ ବେଦ ବିଷୟରେ ଆମର ଧାରଣା ଆଧ୍ୟାତ୍ମ ଭାବରେ ମଣ୍ଡିତ ହୋଇଅଛି । ତାଙ୍କ ପକ୍ଷରେ ଯାହାକିଛି ସତ୍ୟ ତାହା ହିଁ ‘ବେଦ’ । ସେ କହିଛନ୍ତି ବେଦ ଶବ୍ଦ ଦ୍ୱାରା କୌଣସି ଗ୍ରନ୍ଥକୁ ବୁଝାଏ ନାହିଁ । ତାହା ଦ୍ୱାରା ବିଭିନ୍ନ ସମୟରେ ବିଭିନ୍ନ ବ୍ୟକ୍ତିଙ୍କ ଦ୍ୱାରା ଆବିଷ୍କୃତ ସତ୍ୟସମୂହର ସତ ଭଣ୍ଡାରକୁ ହିଁ ବୁଝାଏ । ପ୍ରସଙ୍ଗ କ୍ରମେ ସେ ସନାତନ ଧର୍ମ ସମ୍ବନ୍ଧରେ ମଧ୍ୟ ତାଙ୍କର ଧାରଣାକୁ ବ୍ୟକ୍ତ କରିଛନ୍ତି –ଯାହା ତୁଳନାରେ ଆଧୁନିକ ବୈଜ୍ଞାନିକ ଆବିଷ୍କାରସମୂହ ପ୍ରତିଧ୍ବନି ପରି ମନେହୁଏ । ସେହି ବେଦାନ୍ତ-ଦର୍ଶନର ମହତ୍ତମ ଅଧ୍ୟାତ୍ମ ଚେତନାରୁ ଆରମ୍ଭ କରି ବହୁ ବିଚିତ୍ର ପୁରାଣସମନ୍ବିତ ନିମ୍ନତମ ମୂର୍ତ୍ତିପୂଜା, ବୌଦ୍ଧମାନଙ୍କର ଅଜ୍ଞେୟବାଦ, ଜୈନମାନଙ୍କର ନିରୀଶ୍ବରବାଦ ପର୍ଯ୍ୟନ୍ତ ସମସ୍ତଙ୍କର ସ୍ଥାନ ହିନ୍ଦୁଧର୍ମରେ ଅଛି । ତାଙ୍କ ଚିନ୍ତାରେ ଏପରି କୌଣସି ସମ୍ପ୍ରଦାୟ, ଏପରି କୌଣସି ମତବାଦ—ଭାରତବାସୀଙ୍କର ଏପରି କୌଣସି ଆନ୍ତରିକ ଧର୍ମାନୁଭୂତି ଥାଇ ନ ପାରେ, ଯାହା ଯଥାର୍ଥ ଭାବରେ ହିନ୍ଦୁଧର୍ମର ବହିର୍ଭୁତ ହୋଇପାରେ । ବ୍ୟକ୍ତିବିଶେଷ ଏହି ସମ୍ପ୍ରଦାୟ ବା ମତବାଦ ବା ଅନୁଭୂତିକୁ ଯେତେ ବିପଥଗାମୀ ବୋଲି ଭାବନ୍ତୁ ପଛେ, ସେଥିରେ କିଛି ଯାଏ ଆସେ ନାହିଁ । ତାଙ୍କ ମତରେ ବ୍ୟକ୍ତିର ନିଜର ଇଷ୍ଟଦେବତା ବିଷୟକୁ ଶିକ୍ଷା ହିଁ ହେଲା ଭାରତବର୍ଷର ଏହି ମୂଳ ଧର୍ମଭାବର ବୈଶିଷ୍ଟ୍ୟ । ପ୍ରତ୍ୟେକ ଆତ୍ମାର ନିଜର ପନ୍ଥା ନିର୍ବାଚନ କରିବାର ଏବଂ ନିଜ ଭାବରେ ଈଶ୍ୱର ଅନୁସନ୍ଧାନ କରିବାର ଯେଉଁ ଅଧିକାର, ତାଙ୍କ ମତରେ ସନାତନ ହିନ୍ଦୁଧର୍ମର ଏହା ଏକ ବୈଶିଷ୍ଟ୍ୟପୂର୍ଣ୍ଣ ଶିକ୍ଷା । ତାହା ହେଲେ ଏହି ସଂଜ୍ଞାନୁସାରେ ହିନ୍ଦୁଧର୍ମର ବିଶାଳ ସାମ୍ରାଜ୍ୟର ପତାକା କୌଣସି ସୈନ୍ୟବାହିନୀ ବହନ କରି ନ ପାରେ, କାରଣ ଭଗବପ୍ରାପ୍ତି ତାହାର ଯେପରି ଆଧ୍ୟାତ୍ମିକ ଲକ୍ଷ୍ୟ, ସେହିପରି ପ୍ରତ୍ୟେକ ଆମ୍ବାର ସ୍ବରୂପଲାଭ ବା ସ୍ୱରୂପପ୍ରାପ୍ତି ପାଇଁ ପୂର୍ଣ୍ଣସ୍ବାଧୀନତା ତାର ଆଧ୍ୟାତ୍ମ ଅନୁଶାସନ । ତଥାପି ହିନ୍ଦୁଧର୍ମରେ ଏମାନଙ୍କୁ ଗ୍ରହଣ କରିବା ଏବଂ ପ୍ରତ୍ୟେକ ବ୍ୟକ୍ତିର ଏହି ସ୍ୱାଧୀନତା ଏ ଧର୍ମର ଗୌରବର କାରଣ ହୋଇ<noinclude></noinclude> kkpm1e4cw80w9isabj4tzwvhc6m5k32 ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୧୨ 250 10058 54106 48186 2022-08-18T10:06:32Z Swetaketu20 1900 /* ପ୍ରମାଣିତ କରିବେ */ proofread-page text/x-wiki <noinclude><pagequality level="3" user="Swetaketu20" /></noinclude>ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ନ ଥାନ୍ତା, ଯଦି ଏହା ମଧ୍ୟରେ ଧର୍ମର ସେହି ପରମ ଆହ୍ବାନ ଓ ମଧୁରତମ ପ୍ରତିଶୁତି ନ ଥାନ୍ତା: ‘ଶୁଣ, ହେ ଅମୃତର ପୂତ୍ରଗଣ ! ଯେଉଁମାନେ ଦିବ୍ୟ ଧାମରେ ବାସ କର ସେମାନେ ମଧ୍ୟ ଶୁଣ । ମୁଁ ସେହି ମହାନ୍ ପୁରାଣ ପୁରୁଷଙ୍କ ଦର୍ଶନ ପାଇଛି, ଯିଏ ସକଳ ଅନ୍ଧକାର ଓ ଅଜ୍ଞାନର ଉର୍ଦ୍ଧ୍ବରେ ଅବସ୍ଥିତ । ତାଙ୍କୁ ଜାଣିଲେ ତୁମମୋନେ ମଧ୍ୟ ମୃତ୍ୟୁକୁ ଅତିକ୍ରମ କରିବ ।” ଏହି ମହାନ୍ ବାଣୀ ନିମିତ୍ତ ସବୁକିଛିର ଅସ୍ତିତ୍ୱ ଥିଲା ଓ ରହିଛି ମଧ୍ୟ । ଏହା ହିଁ ହେଉଛି ସେହି ଉପଲବ୍ଧ ଯେଉଁଥିରେ ଅନ୍ୟ ସମସ୍ତ ଅନୁଭୂତି ମିଶି ଏକତ୍ର ହୋଇପାରେ । ‘ଆମମାନଙ୍କର ବର୍ତ୍ତମାନ କର୍ତ୍ତବ୍ୟ’ ବିଷୟକ ବକ୍ତୃତାରେ ସ୍ୱାମୀଜୀ ଯେତେବେଳେ ଗୋଟିଏ ମନ୍ଦିର ନିର୍ମାଣ ପାଇଁ ସମସ୍ତଙ୍କୁ ସାହାଯ୍ୟ କରିବାକୁ କହିଲେ, ଯେଉଁଠି ସମସ୍ତ ଉପାସକଗଣ ଆସି ଉପାସନା କରିପାରିବେ, ଯେଉଁ ମନ୍ଦିରର ପବିତ୍ର ବେଦୀ ଉପରେ ‘ଓଁ' ଶବ୍ଦଟି ରହିବ, ସେତେବେଳେ ଆମମାନଙ୍କ ମଧ୍ୟରୁ କେହି କେହି ତାଙ୍କର ଏହି ଉକ୍ତି ମଧ୍ୟରେ ଅନ୍ୟ ଏକ ବୃହତ୍ତର ମନ୍ଦିରର ଆଭାସ ପାଇଥିଲେ—ଯେଉଁ ମନ୍ଦିର ଆମର ପୁଣ୍ୟ ମାତୃଭୂମି ଭାରତବର୍ଷ ଯେଉଁ ମନ୍ଦିରର ପବିତ୍ର-ବେଦୀ ତଳେ କେବଳ ଭାରତର ନୁହେଁ, ବରଂ ସମଗ୍ର ପୃଥିବୀର ସମସ୍ତ ସାଧନା-ପଥ ଆସି ମିଳିତ ହୋଇଛି ଏବଂ ଯାହାର ବେଦୀରେ ପ୍ରତିଷ୍ଠିତ ରହିଛି ସେହି ପ୍ରତୀକଟି, ଯାହା କେବଳ ମାତ୍ର ପ୍ରତୀକ ନୁହେଁସେହି ନାମ ଯାହା ସକଳ ଶବ୍ଦର ଅତୀତ । ସକଳ ଉପାସନା ସକଳ ଧର୍ମପଦ୍ଧତି ଏହାରି ଅଭିମୁଖରେ-ବିପରୀତ ଦିଗକୁ ନୁହେଁ । ପୃଥିବୀର ନିଷ୍ଠାପରାୟଣ ଧର୍ମସମୁହ ସହିତ ଭାରତ ସମସ୍ବରରେ ଘୋଷଣା କରୁଛି ଯେ, ସାଧନାର ଅଗ୍ରଗତି ଦୃଷ୍ଟିରୁ ଅଦୃଷ୍ଟକୁ, ବହୁତ୍ତ୍ୱରୁ ଏକତ୍ୱକୁ, ନିମ୍ନରୁ ଉଚ୍ଚତର ସ୍ତରକୁ, ସାକାରରୁ ନିରାକାରକୁ—କେବେହେଲେ ଏହାର ବିପରୀତ ଦିଗକୁ ନୁହେଁ । ଭାରତର ବୈଶିଷ୍ଟ୍ୟ କେବଳ ଏହି ବିଷୟରେ ଯେ, ସେ ପ୍ରତ୍ୟେକ ଆନ୍ତରିକ ଧର୍ମବିଶ୍ବାସକୁ—ତାହା ଯେ କୌଣସି ସ୍ଥାନର ବା ଯେ କୌଣସି ପ୍ରକାରର ହେଉନା କାହିଁକି, ସେହି ମହାନ୍ ଉନ୍ନତି-ପଥରେ ଗୋଟିଏ ଗୋଟିଏ ସୋପାନ ସଦୃଶ ମନେ କରେ ଏବଂ ଏହି ସକଳ ଧର୍ମ-ବିଶ୍ୱାସକୁ ସେ ସହାନୁଭୂତି ଜଣାଏ ଓ ଆଶ୍ବାସ ପ୍ରଦାନ କରେ । ହିନ୍ଦୁଧର୍ମର ଏହି ପ୍ରବକ୍ତାଙ୍କ ମଧ୍ୟରେ ଯଦି ଏପରି କିଛି ଥାଆନ୍ତା, ଯାହା ତାଙ୍କର ନିଜସ୍ବ, ତେବେ ସ୍ୱାମୀ ବିବେକାନନ୍ଦଙ୍କର ଯଥାର୍ଥ ମହତ୍ତ୍ୱ ବାସ୍ତବିକ କ୍ଷୁର୍ଣ୍ଣ ହୋଇଥାଆନ୍ତା । ଗୀତାରେ ଶ୍ରୀକୃଷ୍ଣଙ୍କ ପରି ବୁଦ୍ଧ, ଶଙ୍କରାଚାର୍ଯ୍ୟ ଓ ଭାରତର ଚିନ୍ତା-ଜଗତର ଅନ୍ୟ ସକଳ ଆଚାର୍ଯ୍ୟଙ୍କ ପରି ତାଙ୍କର କଥାସମୂହ ବେଦ ଓ ଉପନିଷଦୂର ଉଦ୍ଧୄତିରେ ସମୃଦ୍ଧ । ଯେଉଁ ରତ୍ନ-ଭଣ୍ଡାରକୁ ଭାରତ ନିଜ ଅନ୍ତରରେ ଧାରଣ କରି ରଖୁଛି, କେବଳ ସେଗୁଡ଼ିକର ପ୍ରକାଶକ ରୂପେ-ବ୍ୟାଖ୍ୟାତାରୂପେ ସ୍ୱାମୀଜୀ ସେଠାରେ ବିରାଜମାନ । ସେ ଯଦି<noinclude></noinclude> n615q0fp423p4coc9qb9dvmdt6bab3k 54107 54106 2022-08-18T10:07:26Z Swetaketu20 1900 proofread-page text/x-wiki <noinclude><pagequality level="3" user="Swetaketu20" /></noinclude>ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ନ ଥାନ୍ତା, ଯଦି ଏହା ମଧ୍ୟରେ ଧର୍ମର ସେହି ପରମ ଆହ୍ବାନ ଓ ମଧୁରତମ ପ୍ରତିଶୁତି ନ ଥାନ୍ତା: ‘ଶୁଣ, ହେ ଅମୃତର ପୂତ୍ରଗଣ ! ଯେଉଁମାନେ ଦିବ୍ୟ ଧାମରେ ବାସ କର ସେମାନେ ମଧ୍ୟ ଶୁଣ । ମୁଁ ସେହି ମହାନ୍ ପୁରାଣ ପୁରୁଷଙ୍କ ଦର୍ଶନ ପାଇଛି, ଯିଏ ସକଳ ଅନ୍ଧକାର ଓ ଅଜ୍ଞାନର ଉର୍ଦ୍ଧ୍ବରେ ଅବସ୍ଥିତ । ତାଙ୍କୁ ଜାଣିଲେ ତୁମମୋନେ ମଧ୍ୟ ମୃତ୍ୟୁକୁ ଅତିକ୍ରମ କରିବ ।” ଏହି ମହାନ୍ ବାଣୀ ନିମିତ୍ତ ସବୁକିଛିର ଅସ୍ତିତ୍ୱ ଥିଲା ଓ ରହିଛି ମଧ୍ୟ । ଏହା ହିଁ ହେଉଛି ସେହି ଉପଲବ୍ଧ ଯେଉଁଥିରେ ଅନ୍ୟ ସମସ୍ତ ଅନୁଭୂତି ମିଶି ଏକତ୍ର ହୋଇପାରେ । ‘ଆମମାନଙ୍କର ବର୍ତ୍ତମାନ କର୍ତ୍ତବ୍ୟ’ ବିଷୟକ ବକ୍ତୃତାରେ ସ୍ୱାମୀଜୀ ଯେତେବେଳେ ଗୋଟିଏ ମନ୍ଦିର ନିର୍ମାଣ ପାଇଁ ସମସ୍ତଙ୍କୁ ସାହାଯ୍ୟ କରିବାକୁ କହିଲେ, ଯେଉଁଠି ସମସ୍ତ ଉପାସକଗଣ ଆସି ଉପାସନା କରିପାରିବେ, ଯେଉଁ ମନ୍ଦିରର ପବିତ୍ର ବେଦୀ ଉପରେ ‘ଓଁ' ଶବ୍ଦଟି ରହିବ, ସେତେବେଳେ ଆମମାନଙ୍କ ମଧ୍ୟରୁ କେହି କେହି ତାଙ୍କର ଏହି ଉକ୍ତି ମଧ୍ୟରେ ଅନ୍ୟ ଏକ ବୃହତ୍ତର ମନ୍ଦିରର ଆଭାସ ପାଇଥିଲେ—ଯେଉଁ ମନ୍ଦିର ଆମର ପୁଣ୍ୟ ମାତୃଭୂମି ଭାରତବର୍ଷ ଯେଉଁ ମନ୍ଦିରର ପବିତ୍ର-ବେଦୀ ତଳେ କେବଳ ଭାରତର ନୁହେଁ, ବରଂ ସମଗ୍ର ପୃଥିବୀର ସମସ୍ତ ସାଧନା-ପଥ ଆସି ମିଳିତ ହୋଇଛି ଏବଂ ଯାହାର ବେଦୀରେ ପ୍ରତିଷ୍ଠିତ ରହିଛି ସେହି ପ୍ରତୀକଟି, ଯାହା କେବଳ ମାତ୍ର ପ୍ରତୀକ ନୁହେଁସେହି ନାମ ଯାହା ସକଳ ଶବ୍ଦର ଅତୀତ । ସକଳ ଉପାସନା ସକଳ ଧର୍ମପଦ୍ଧତି ଏହାରି ଅଭିମୁଖରେ-ବିପରୀତ ଦିଗକୁ ନୁହେଁ । ପୃଥିବୀର ନିଷ୍ଠାପରାୟଣ ଧର୍ମସମୁହ ସହିତ ଭାରତ ସମସ୍ବରରେ ଘୋଷଣା କରୁଛି ଯେ, ସାଧନାର ଅଗ୍ରଗତି ଦୃଷ୍ଟିରୁ ଅଦୃଷ୍ଟକୁ, ବହୁତ୍ତ୍ୱରୁ ଏକତ୍ୱକୁ, ନିମ୍ନରୁ ଉଚ୍ଚତର ସ୍ତରକୁ, ସାକାରରୁ ନିରାକାରକୁ—କେବେହେଲେ ଏହାର ବିପରୀତ ଦିଗକୁ ନୁହେଁ । ଭାରତର ବୈଶିଷ୍ଟ୍ୟ କେବଳ ଏହି ବିଷୟରେ ଯେ, ସେ ପ୍ରତ୍ୟେକ ଆନ୍ତରିକ ଧର୍ମବିଶ୍ବାସକୁ—ତାହା ଯେ କୌଣସି ସ୍ଥାନର ବା ଯେ କୌଣସି ପ୍ରକାରର ହେଉନା କାହିଁକି, ସେହି ମହାନ୍ ଉନ୍ନତି-ପଥରେ ଗୋଟିଏ ଗୋଟିଏ ସୋପାନ ସଦୃଶ ମନେ କରେ ଏବଂ ଏହି ସକଳ ଧର୍ମ-ବିଶ୍ୱାସକୁ ସେ ସହାନୁଭୂତି ଜଣାଏ ଓ ଆଶ୍ବାସ ପ୍ରଦାନ କରେ । ହିନ୍ଦୁଧର୍ମର ଏହି ପ୍ରବକ୍ତାଙ୍କ ମଧ୍ୟରେ ଯଦି ଏପରି କିଛି ଥାଆନ୍ତା, ଯାହା ତାଙ୍କର ନିଜସ୍ବ, ତେବେ ସ୍ୱାମୀ ବିବେକାନନ୍ଦଙ୍କର ଯଥାର୍ଥ ମହତ୍ତ୍ୱ ବାସ୍ତବିକ କ୍ଷୁର୍ଣ୍ଣ ହୋଇଥାଆନ୍ତା । ଗୀତାରେ ଶ୍ରୀକୃଷ୍ଣଙ୍କ ପରି ବୁଦ୍ଧ, ଶଙ୍କରାଚାର୍ଯ୍ୟ ଓ ଭାରତର ଚିନ୍ତା-ଜଗତର ଅନ୍ୟ ସକଳ ଆଚାର୍ଯ୍ୟଙ୍କ ପରି ତାଙ୍କର କଥାସମୂହ ବେଦ ଓ ଉପନିଷଦୂର ଉଦ୍ଧୄତିରେ ସମୃଦ୍ଧ । ଯେଉଁ ରତ୍ନ-ଭଣ୍ଡାରକୁ ଭାରତ ନିଜ ଅନ୍ତରରେ ଧାରଣ କରି ରଖୁଛି, କେବଳ ସେଗୁଡ଼ିକର ପ୍ରକାଶକ ରୂପେ-ବ୍ୟାଖ୍ୟାତାରୂପେ ସ୍ୱାମୀଜୀ ସେଠାରେ ବିରାଜମାନ । ସେ ଯଦି<noinclude></noinclude> 8xwg4tzkc3bveslb0uuii5qcbqw1zc6 ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୧୩ 250 10060 54108 37283 2022-08-18T10:17:56Z Swetaketu20 1900 /* ପ୍ରମାଣିତ କରିବେ */ proofread-page text/x-wiki <noinclude><pagequality level="3" user="Swetaketu20" /></noinclude>୧୩ ଜନ୍ମଗ୍ରହଣ କରି ନ ଥାନ୍ତେ, ତେବେ ସୁଦ୍ଧା ଯେଉଁ ସକଳ ସତ୍ୟ ସେ ପ୍ରଚାର କରିଛନ୍ତି, ତାହା ସମଭାବରେ ସତ୍ୟ ହୋଇ ରହିଥାନ୍ତା । କେବଳ ସେତିକି ନୁହେଁ, ତାହା ସମଭାବରେ ପ୍ରାମାଣ୍ୟ ମଧ୍ୟ ହୋଇଥାନ୍ତା । ତେବେ ପାର୍ଥକ୍ୟ ଟିକିଏ ରହିଥାନ୍ତା; ଏଗୁଡ଼ିକର ଆଧୁନିକ ପ୍ରାଞ୍ଜଳତା ଓ ବକ୍ତବ୍ୟର ତୀକ୍ଷଣତା ରହି ନ ଥାନ୍ତା, ପାରସ୍ପରିକ ସଙ୍ଗତି ଓ ଐକ୍ୟର ଅଭାବ ହୋଇଥାନ୍ତା । ସେ ଯଦି ଜନ୍ମଗ୍ରହଣ କରି ନ ଥାନ୍ତେ, ତେବେ ଯେଉଁ ଶାସ୍ତ୍ର ବଚନଗୁଡ଼ିକ ଆଜି ସହସ୍ର ସହସ୍ର ମାନବଙ୍କ ନିକଟକୁ ଜୀବନର ମର୍ମ-ବାଣୀ ବହନ କରି ନେଇଯିବ, ସେଗୁଡ଼ିକ ପଣ୍ଡିତ-ମଣ୍ଡଳୀର ଦୁର୍ବୋଧ ବିତର୍କର ବିଷୟବସ୍ତୁ ହୋଇ ରହିଥାନ୍ତା । ସେ ଆଧିକାରିକ ପୁରୁଷଙ୍କ ପରି ଶିକ୍ଷା ଦେଇଥିଲେ, ପଣ୍ଡିତମାନଙ୍କ ପରି ନୁହେଁ, କାରଣ ଯେଉଁ ବିଷୟ ସେ ଶିକ୍ଷା ଦେଉଥିଲେ ସେହି ଉପଲବ୍ଧିର ଗଭୀରତାରେ ସେ ଅବଗାହନ କରିଛନ୍ତି ଏବଂ ରାମାନୁଜଙ୍କ ପରି ସେହି ଅବସ୍ଥାରୁ ଫେରି ଆସିଛନ୍ତି କେବଳ ଅନ୍ତ୍ୟଜ, ଜାତିଚ୍ୟୁତ ଓ ବିଦେଶୀମାନଙ୍କ ନିକଟରେ ଏହି ଉପଲବ୍ଧି ରହସ୍ୟ ପ୍ରକାଶ କରିବା ପାଇଁ । ତାଙ୍କ ଉପଦେଶରେ ନୂତନ କିଛି ନ ଥିଲା—ଏକଥା କିନ୍ତୁ ସମ୍ପୂର୍ଣ ସତ୍ୟ ନୁହେଁ । ଏକଥା ଭୁଲିଗଲେ ଚଳିବ ନାହିଁ ଯେ, “ଏକାମେବାଦ୍ୱିତୀୟମ୍' ଅନୁଭୂତି ଯେଉଁ ଦର୍ଶନର ଅନ୍ତର୍ଗତ ସେହି ଅଦ୍ଵୈତବାଦର ଶ୍ରେଷ୍ଠତ୍ଵ ଘୋଷଣା କରିବା ସରେ ସ୍ବାମୀ ବିବେକାନନ୍ଦ ହିନ୍ଦୁଧର୍ମରେ ଏହି ଶିକ୍ଷା ସଂଯୁକ୍ତ କରିଦେଲେ ଯେ, ଦ୍ବୈତ, ବିଶିଷ୍ଟାଦ୍ବୈତ ଓ ଅଦ୍ବୈତ ଗୋଟିଏ ବିକାଶର ତିନୋଟି ଅବସ୍ଥା ବା କ୍ରମିକ ସ୍ତର ମାତ୍ର ଏବଂ ଏହି ବିକାଶର ଚରମଲକ୍ଷ୍ୟ ହେଉଛି ଶେଷୋକ୍ତ ଅଦ୍ବୈତତତ୍ତ୍ୱ । ଏହା ଆହୁରି ଗୋଟିଏ ମହତ୍ତର ଓ ସହଜତର ତତ୍ତ୍ୱର ଅପରିହାର୍ଯ୍ୟ ଅଙ୍ଗ । ବହୁ ଏବଂ ଏକ-ଯାହା ମୂଳତଃ ଏକ ସତ୍ତା, ବିଭିନ୍ନ ସମୟରେ ବିଭିନ୍ନ ଅବସ୍ଥାରେ ମନରେ ଅନୁଭୂତ ଏକ ସତ୍ତା ବିଭିନ୍ନ ପ୍ରକାଶ ମାତ୍ର, ଅଥବା ଶ୍ରୀରାମକୃଷ୍ଣ ଯେପରି କହୁଥିଲେ, “ଈଶ୍ବର ସାକାର ଓ ନିରାକାର ଉଭୟ, ସେ ଏପରି ଏକ ତତ୍ତ୍ବ ଯେଉଁଥିରେ ସାକାର ଓ ନିରାକାର ଉଭୟ ଅନ୍ତର୍ଗତ ।” ଆମ ଗୁରୁଦେବଙ୍କ ଜୀବନର ଚରମ ତାତ୍ପର୍ଯ୍ୟ ଏହା ହିଁ । ଏଥିପାଇଁ ଯେ ସେ କେବଳ ପ୍ରାଚ୍ୟ ଓ ପାଶ୍ଚାତ୍ୟର ମିଳନ-କେନ୍ଦ୍ର ହୋଇଛନ୍ତି ତାହା ନୁହେଁ, ବରଂ ଅତୀତ ଓ ଭବିଷ୍ୟତ କାଳର ମଧ୍ୟ । ଯଦି ବହୁ ଓ ଏକ ପ୍ରକୃତରେ ଗୋଟିଏ ସଭା ହୋଇଥାନ୍ତି, ତେବେ କେବଳ ବିଭିନ୍ନ ଉପାସନାପଦ୍ଧତି ନୁହେଁ, ବରଂ ସମସ୍ତ କର୍ମ-ପଦ୍ଧତି ମଧ, ସକଳ ପ୍ରକାର ପ୍ରୟାସ ଓ ସୃଷ୍ଟି ମଧ୍ୟ ସତ୍ୟ ଉପଲବ୍ଧିର ବିଭିନ୍ନ ପନ୍ତି । ତେବେ ଆଧ୍ୟାତ୍ମିକ ଓ ଲୌକିକର ଭେଦ ଅସମ୍ଭବ । ଯାହା କାୟିକ ପରିଶ୍ରମ, ତାହା ହିଁ ପ୍ରାର୍ଥନା । ଯାହା ଜୟ, ତାହା ହିଁ ତ୍ୟାଗ । ସମଗ୍ର ଜୀବନକୁ ହିଁ ଧର୍ମରେ ପରିଣତ କରିବାକୁ ହେବ । ଯୋଗ ଓ<noinclude></noinclude> 3ydxugnfqo6v3ybo5dj74o5h4uwpogq