ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.39.0-wmf.25
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
ଗ୍ୟାଜେଟ
ଗ୍ୟାଜେଟ ଆଲୋଚନା
ଗ୍ୟାଜେଟ ସଂଜ୍ଞା
ଗ୍ୟାଜେଟ ସଂଜ୍ଞା ଆଲୋଚନା
ପୃଷ୍ଠା:Typical selections from Oriya literature.pdf/୪୧୭
250
2519
54109
30578
2022-08-18T13:44:33Z
Ssgapu22
248
proofread-page
text/x-wiki
<noinclude><pagequality level="1" user="Pmsarangi" />{{rh||ଓଡ଼ିଆ ସାହିତ୍ୟ-ପରିଚୟ|୩୭୯}}</noinclude><poem>କାଳିନ୍ଦୀ ସୁର-ସରିତ ହୋଇଲା ପ୍ରାୟେ ଏକତ୍ୱ,
କମନୀୟ ଦିଶେ କଳା ଧଳା ଶ୍ରୀଅଙ୍ଗ ।
କରିବାକୁ କଳୁଷ ନାଶ । କଲା ବିହି ମନେ ବେନି ତୀର୍ଥ ପ୍ରକାଶ ।
କରାଇ ପବିତ୍ର ସ୍ଥାନ ତୀର୍ଥ ଜଳେ କଲେ ସ୍ନାନ ଏ ତୀର୍ଥ ନାମରେ ନାନା ଦୂରିତ ନାଶ ।
କଇବିଲ୍ୱ ଲଭି ହେଳେ ନ ପଡ଼ି ଜଠରଜାଳେ,
ବଇକୁଣ୍ଠେ ବସି ବଇକୁଣ୍ଠ ସଦୃଶ ।
କରି ଏହିକଥା କୀର୍ତ୍ତନ । କରୁଥାଇ ଦୀନକୃଷ୍ଣ ଦିନ କିର୍ତ୍ତନ ।
ତୃତୀୟ ଛାନ୍ଦ
ରାଗ-କେଦାର ଚକ୍ରକେଳି
କର୍ଣ୍ଣେ ନନ୍ଦସୁତ ହେବା ଶୁଣିଲେ । କଳାକରମୁଖୀ ଗୋପୀ ଧାଇଁଲେ ।
କୋଟିନିଧି ପାଇଲା ପରା ହୋଇ । କେଉଁ ଗୋପୀ ଆନନ୍ଦରେ ଗମଇ ।
କରୁଥିଲା କେ ଗୃହକର୍ମମାନ । କଲା ଶ୍ରବଣମାତ୍ର କରେ ଆନ ।
କଲା ଭୂଷଣ କେହୁ ବିପରୀତ । କରାଇଲା ବିଭ୍ରମ ସ୍ନେହ ଚିତ୍ତ ।
କରୁଥିଲା କେ କୁନ୍ତଳ ମାର୍ଜନ । କରାଇଲା ଉଚ୍ଚାଟ ତା ବର୍ଜନ ।
କେଶମାର୍ଜନୀ କରେ ଧରି କରି । କରିବରଗତି ଦେଲା ବିସ୍ତାରି ।
କେତେରୂପେ ଧାଇଁଲେ ଗୋପବାଳୀ । କେ କହିବ ଅବା ତା ମନେ ଭାଳି ।
କାଦମ୍ବିନୀ କୋଳେ ଯେହ୍ନେ ବିଜୁଳି । କରେ ଝଟକ ସବୁ ଦିଗେ ମିଳି ।
କଳଧଉତଲତା ବାତେ ଯେହ୍ନେ । କାମିନୀଙ୍କ ଗମନେ ଅଙ୍ଗ ତେହ୍ନେ ।
କାହାକବରୀରୁ ଫୁଲ ଖସଇ । କବିମନକୁ ଏମନ୍ତ ଆସଇ ।
କଳାକର କି ରାହୁ କବଳରୁ । କ୍ରମେ ଗଳି ପଡ଼ୁଅଛି ଗଳରୁ ।
କଳାମେଘୁଁ ଚନ୍ଦ୍ର ହୋଏ ବାହାର । କରେ ଚରମରେ କିବା ବିହାର ।
କାହାନିତମ୍ବବିମ୍ବ ଅତିଗୁରୁ । କଟି ସରୁ କେଶରୀମଧ୍ୟଠାରୁ ।
କଳହଂସ ପ୍ରାୟେ କରେ ଗମନ । କରେ ହଂସକ ହରଷରେ ସ୍ୱନ ।
କାବ୍ୟ ତାର ମୁକୁତାହାର ଛଳେ । କ୍ରତୁ-ଭୁଜ ସରିତ ସେ ଉଛୁଳେ ।
କେତେରୂପେ ଧାଇଁଲେ ଗୋପନାରୀ । କହିବାକୁ ତା ବଚନେ ନ ପାରି ।
କଳାମେଘ ପାଶରେ ଚନ୍ଦ୍ରପ୍ରାୟେ । କୁମାରଙ୍କ ଶ୍ରୀଅଙ୍ଗ ଶୋଭାପାଏ ।
କେଉଁ ଗୋପୀ ଅନାଇଁ ସୁଚକିତ । କେହୁ ହୋଇଲା ଚିତ୍ରପଟ ମତ ।
କାହା ଅଙ୍ଗ ହୋଇଲା ପୁଲକିତ । କଲା ଆନନ୍ଦ ଅଶ୍ରୁଜଳ ଜାତ ।
କେ ବୋଲଇ ଯଶୋଦା ଭାଗ୍ୟବନ୍ତ । କୋଳେ ଧଇଲା ପ୍ରତ୍ୟକ୍ଷେ ଅନନ୍ତ ।
କେ ବୋଲଇ ନନ୍ଦ କି ତପ କଲା । କେତେ ପ୍ରକାରେ କେତେ ଦାନ ଦେଲା ।
କେ ବୋଲଇ କଳ୍ପତରୁ ଅଙ୍କୁର । କେ ବୋଲଇ କନ୍ଦର୍ପ ଅବତାର ।
</poem><noinclude></noinclude>
3mlqj95276axnrokasso72e3l65nwvr