ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.39.0-wmf.25
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
ଗ୍ୟାଜେଟ
ଗ୍ୟାଜେଟ ଆଲୋଚନା
ଗ୍ୟାଜେଟ ସଂଜ୍ଞା
ଗ୍ୟାଜେଟ ସଂଜ୍ଞା ଆଲୋଚନା
ପୃଷ୍ଠା:Typical selections from Oriya literature.pdf/୪୧୮
250
2517
54118
30579
2022-08-20T11:29:00Z
Ssgapu22
248
proofread-page
text/x-wiki
<noinclude><pagequality level="1" user="Pmsarangi" />{{rh|୩୮୦|ଓଡ଼ିଆ ସାହିତ୍ୟ-ପରିଚୟ|}}</noinclude><poem>କରିଥିଲେ ଯେ କପର୍ଦୀ ଅନଙ୍ଗ । କ୍ରମେ ଧଇଲେ ଏତେକାଳେ ଅଙ୍ଗ ।
କେ ବୋଲଇ ଚାହିଁ ସଖୀ ନିଶ୍ଚଳେ । କେତେ ଲକ୍ଷଣ ଅଛି ପାଦତଳେ ।
କମ୍ବୁ ଚକ୍ର ମୀନ ପଦ୍ମ କୁଳିଶ । କଲଶାଦି କାର୍ମୁକ ଅଷ୍ଟାଦଶ ।
କେ ବୋଲଇ କବିବାଟ ପଡ଼ିଲା । କ୍ରମେ ବିଧାତା ତାହାଙ୍କୁ ଛାଡ଼ିଲା ।
କରୁଥିଲେ ଯହିଁକି ଯାହା ଲକ୍ଷ୍ୟ । କାଳେ ସବୁ ଆସି ହେଲା ଅଲକ୍ଷ୍ୟ ।
କରୁଥିବାରୁ ଜଳରେ ତପସ୍ୟା । କେତେ ଥିବ ପଦ୍ମର ପ୍ରତିଆଶା ।
କଳାନିଧି ମହେଶଙ୍କୁ ସେବିଛି । କିଛି ହୋଇବ ଅବା ସେହୁ ଲକ୍ଷି ।
କଣ୍ଠୀରବ ଭଜିଅଛି ଶିବାଙ୍କୁ । କର୍ମେ ଥିଲେ ପାଇବ ଉପମାକୁ ।
କଳାକମଳ କଜ୍ଜଳ ତମାଳ । କଳାମେଘ ମଘବା-ମଣି-ମାଳ ।
କଳିନ୍ଦ କନ୍ୟା କମଳ ଅତସୀ । କୁହୁନିଶୀ ନିବିଡ଼ ତମରାଶି ।
କଳାମଧ୍ୟେ ଏ ହୋଇଥିଲେ ଗୁରୁ । କୁମାରଙ୍କ ରୂପ ନ ଦେଖିବାରୁ ।
କୁନ୍ଦ କର୍ପୂର କୁମୁଦ ଗୋକ୍ଷୀର । କମ୍ବୁ ଶମ୍ଭୁ ପର୍ବତ ଗଙ୍ଗା-ନୀଋ ।
କଳଧଉତ ସ୍ଫଟିକ ତୁଷାର । କାଶ ସାଗରଫେନ ଶଶଧର ।
କର ଏଥୁଁ ପୁତ୍ରରୂପ ଲୋକନ । କହୁଁ କହୁଁ ଏ ଦିଶିଲା ନିଉନ ।
କବି ଏହାଙ୍କୁ ଏହାଙ୍କ କାନ୍ତିକି । କଲେ ଲକ୍ଷ୍ୟ ବୋଲିବା ଅବିବେକୀ ।
କାଚ କାଞ୍ଚନେ ତୁଳିଲାପରାଏ । କବିବାଣୀ ନିକିତିରେ ସେ ହୋଏ ।
କାମଞ୍ଚକୁ ଯେ ସୁନାସଙ୍ଗେ ତୁଳି । କ୍ରମେ ମୂଲ ବେଳକୁ ପଡ଼େ ବଳି ।
କବିବଚନେ କରେ ତାରତମ । କୁବେରକୁ ବୋଲଇ କୋଟିକାମ ।
କେଉଁଠାରେ କନ୍ଦର୍ପ ହୋଏ ନିନ୍ଦା । କେତେ କହିବି ତାଙ୍କ ମିଛ ଫନ୍ଦା ।
କହୁଁ କହୁଁ କୁମାର ଯେ ରୋଦନ୍ତି । କଳକଣ୍ଠ କଣ୍ଠ ହେଳେ ନିନ୍ଦନ୍ତି ।
କହି ଶେଷ କେ କରିବ ସେ ସୁଖ । କବି ହୋଇଲେ ଦଶଶତ ମୁଖ ।
କହି ଯାହାର ମହିମା ଅନନ୍ତ । କରି ନାହାନ୍ତି ଆଜିଯାଏ ଅନ୍ତ ।
କୁମାରଙ୍କ ଶୋଭାକୁ ମନେ ଘେନି । କଷ୍ଟେ ଗମିଲେ ବରଜକାମିନୀ ।
କମନୀୟ କୃଷ୍ଣ କଥା ପ୍ରସଙ୍ଗ । କାଳସର୍ପକୁ ସେ କଥାପ୍ରସଙ୍ଗ ।
କାଳକାନ୍ତାରକୁ ଯେ ସୁନାସୀର । କରେ ଯାହାକୁ ଚିନ୍ତା ସୁନାସୀର ।
କଲେ ଜାତ ତ ସର୍ବତୋମୁଖକୁ । କଲେ ଭ୍ରମଯେ ସର୍ବତୋମୁଖକୁ ।
କଷ୍ଟସରିତକୁ ଯେ ପାଥରଥ । କାଳେ ଯେ ବାହୁଥିଲେ ପାର୍ଥରଥ ।
କୁମ୍ଭୀର ଯେ ମାରିବାରେ ବାରଣ । କଷ୍ଟ କଲେ ଯେ କୃପାରେ ବାରଣ ।
କଲେ କୀର୍ତ୍ତନ ଯା ନାମ ସଂଘାତ । କାଳେ ପାପୀ ନ ଦେଖଇ ସଂଘାତ ।
କରୁଣାରେ ଯେ ବରୁଣଶରଣ । କରେ ଅଶରଣ ଲୋକ ଶରଣ ।
କାମିଲୋକର ଯେ ପାରିଜାତକ । କଲେ ହରଣ ଯେ ପାରିଜାତକ ।
କରି ଫଣିମଣିବର ଶୟନ । କରିଅଛନ୍ତି ସୁଖେ ଯେ ଶୟନ ।
କରେ ଶୋଭିତ ଯାହାର ଶଙ୍ଖାରୀ । କୃଷ୍ଣ କଷ୍ଟ ହରିବେ ସେ ଶଙ୍ଖାରି ।
</poem><noinclude></noinclude>
8ahxh9h41btx40m3jt0pgao7940qt6m
ଲେଖକ:ଭୀମ ଭୋଇ
0
3126
54117
52488
2022-08-20T10:20:58Z
2409:4062:4D1A:3E23:E44C:C813:E2CE:BAF6
wikitext
text/x-wiki
{{author
| firstname = ଭୀମ
| lastname = ଭୋଇ
| last_initial = ଭ
| birthyear = ୧୮୫୦
| deathyear = ୧୮୯୫
| description = ମହିମା ଧର୍ମର ପ୍ରବର୍ତ୍ତକ ଓ ଅନେକ ଶୂନ୍ୟଭଜନର କବି । ସନ୍ଥକବି ଭାବେ ପରିଚିତ ।
| image = Bhima Bhoi.png
| wikipedia = ଭୀମ ଭୋଇ
| wikiquote = ସନ୍ଥକବି ଭୀମ ଭୋଇ ଭୀମ ଭୋଇ (୧୮୫୦-୧୮୯୫ ) ରେଢ଼ାଖୋଲ ର ମଧୁପୁର ଗ୍ରାମ ରେ ଜନ୍ମ ଗ୍ରହଣ କରିଥିଲେ ।ଭୀମ ଭୋଇ ଜଣେ ଓଡ଼ିଆ କବି ଓ ମହିମା ଧର୍ମର ପ୍ରଚାରକ ଥିଲେ ।[୧] ତାଙ୍କର ରଚନା ଗୁଡ଼ିକରେ ମାନବ ଧର୍ମ, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରାଯାଇଅଛି । ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତାବଳୀ ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" କବିତା ଅନ୍ୟତମ । ତାଙ୍କ ସମସାମୟିକମାନଙ୍କ କବିତାସବୁ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବିଷୟରେ ହୋଇଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଓ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ପ୍ରଚଳନ ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନ ନିମନ୍ତେ ସେ ଶହଶହ ଛାନ୍ଦ, ଚଉପଦୀ ଓ ଚଉତିଶା ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ବହିଗୁଡ଼ିକ ମଧ୍ୟରେ "ସ୍ତୁତିଚିନ୍ତାମଣି", "ହଲିଆ ଗୀତ", "ଡାଲଖାଈ", "ରସରକେଲି", "ଜାଇଫୁଲ", "ବ୍ରହ୍ମ ନିରୂପଣ ଗୀତା", "ଆଦିଅନ୍ତ ଗୀତା", "ଅଷ୍ଟକ ବିହାରୀ ଗୀତା", "ନିର୍ବେଦ ସାଧନା", "ଶ୍ରୁତିନିଷେଧ ଗୀତା", "ମନୁସଭାମଣ୍ଡଳ", "ଗୃହଧର୍ମ" ଓ "ମହିମାବିନୋଦ" । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ସୁରକ୍ଷିତ । ତାଙ୍କ ରଚିତ ବହିଗୁଡ଼ିକ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।[୨]
ଜୀବନୀ
ମହିମା ଧର୍ମ
ରଚନାବଳୀ
ଟୀକା
ଅଧିକ ପଠନ
| commons =
| commonscat =
}}
==ରଚନାବଳୀ==
===ଗ୍ରନ୍ଥ===
* [[ସ୍ତୁତି ଚିନ୍ତାମଣି|'''ସ୍ତୁତି ଚିନ୍ତାମଣି''']]
* ବ୍ରହ୍ମ ନିରୂପଣ ଗୀତା
===ଭଜନ===
* [[ତାତ ମାତ କରୁଛନ୍ତି ରୋଦନ]]
* [[ରୂପରେଖ ନାହିଁ ହେ ଶୂନ୍ୟଦେହୀ]]
* [[ଦେଖ ମୁଁ ଯାଉଛି ସରି]]
* [[ଭାଗ୍ୟ ଥିଲେ ଧର ଧର]]
* [[ସମର୍ପି ଦେଲି ପାଇଲ ସର୍ବ]]
* [[ବ୍ରହ୍ମଜ୍ଞାନ କରିଛନ୍ତି ବିସ୍ତାର]]
* [[ନିର୍ବେଦେ ରହିଛି ଅଣଅକ୍ଷର ହେ]]
* [[ଡାକ ନ ଶୁଣ କିମ୍ପାଇଁ]]
* [[ବିନା ଭକତିରେ ହେ]]
* [[ଭଜରେ ଶ୍ରୀଗୁରୁପାଦ]]
* [[ଦୁଃଖ ଜଣାଇବି କେତେ]]
* [[ଦିଅ ପରିତ୍ରାଣ ଦାନ ସମ୍ଭାଳ ଶରଣ]]
* [[ରଖ ନବଖଣ୍ଡ ମହୀ ଅନାଦି ଅଲେଖ]]
* [[ଯେତେକ ଭକ୍ତ ତୁମ୍ଭର]]
* [[ବିଚାରି କରିଛି ଲୟେ]]
* [[ବନ୍ଦନା ପାଦପଦ୍ମକୁ]]
* [[ଚାଳନ୍ତି ଶୂନ୍ୟେ ଶବଦ]]
* [[ବହୁଛି ଅବନା ବାଇ]]
* [[ଚିହ୍ନି ଭଜିଲେ ଜାଣି ପ୍ରସନ୍ନ ହେବେ]]
* [[ଅଣାକାର ଅଣରୂପେ ପ୍ରକାଶ]]
* [[ଶୂନ୍ୟ ସ୍ୱରୂପ ହେ]]
* [[ଜାଗିଛନ୍ତି ବ୍ରହ୍ମଅଗ୍ନି ଅଲେଖ କୁଣ୍ଡେ]]
* [[ଅକ୍ଷୟ ଅନନ୍ତ ହେ]]
* [[ଭାସି ଯାଉଛି ପୃଥ୍ୱୀ]]
* [[ପରଚେ ହୋଇ ପାରିଲେ ଅଣଆକାରେ]]
* [[ଦେଖ ସ୍ୱାମୀ ଏ ସଂସାର]]
* [[ଅଶେଷ ମହିମା ତିନି ଭୁବନେ ଖ୍ୟାତ]]
* [[ପାଦ ପାଣି ନାହିଁ ତାଙ୍କୁ ଧରିବ କିଏ]]
* [[କେହୁ ଦେଖିଛ କି ବେନି ନେତ୍ରରେ]]
* [[ଅଣହିଂସା ଧର୍ମ ଏହି]]
[[ଶ୍ରେଣୀ:ସମ୍ବଲପୁର ଜିଲ୍ଲାର ଲେଖକ]]
tw1q2ptbbmkmy60ksww0yqkztoqkhqf
ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୧୪
250
10062
54110
48187
2022-08-19T14:35:14Z
Swetaketu20
1900
/* ପ୍ରମାଣିତ କରିବେ */
proofread-page
text/x-wiki
<noinclude><pagequality level="3" user="Swetaketu20" /></noinclude>୧୪
ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା
କ୍ଷେମ-ତ୍ୟାଗ ଏବଂ ବର୍ଜନ ସଦୃଶ ଦାୟସ୍ବରୂପ ।। । ଏହି ଉପଲବ୍ଧ ହିଁ ବିବେକାନନ୍ଦଙ୍କୁ କର୍ମର ମହାନ୍ ପ୍ରଚାରକରେ ପରିଣତ କରିଛି । କର୍ମ ଜ୍ଞାନ ଓ ଭକ୍ତିଠାରୁ ବିଛିନ୍ନ ନୁହେଁ, ବରଂ ଏଗୁଡ଼ିକର ପ୍ରକାଶକ ମାତ୍ର । ତାଙ୍କ ନିକଟରେ କାରଖାନା, ପାଠଗୃହ, କ୍ଷେତଖମାର ପ୍ରଭୃତି ସାଧୁର କୁଟୀର କିମ୍ବା ମନ୍ଦିର ପରି ପବିତ୍ର ଏବଂ ଭଗବାନଙ୍କ ସହିତ ମନୁଷ୍ୟର ମିଳନର ଉପଯୁକ୍ତ କ୍ଷେତ୍ର । ତାଙ୍କ ନିକଟରେ ମାନବ ସେବାରେ ଓ ଭଗବଦାରାଧନାରେ କୌଣସି ପ୍ରଭେଦ ନାହିଁ; ତାଙ୍କ ନିକଟରେ ପୁରୁଷକାର ଓ ବିଶ୍ବାସରେ, ଯଥାର୍ଥ ସଦାଚାର ଓ ଆଧ୍ୟାତ୍ମିକତାରେ କୌଣସି ପାର୍ଥକ୍ୟ ନାହିଁ । ଗୋଟିଏ ଦିଗରୁ ଦେଖୁଲେ ତାଙ୍କର ସକଳ ବାଣୀ ଏହି ମୁଖ୍ୟତତ୍ତ୍ୱର ଭାଷ୍ୟ ବୋଲି ବୋଧହୁଏ । ଥରେ ସେ କହିଥିଲେ, ଚାରୁକଳା, ବିଜ୍ଞାନ ଓ ଧର୍ମଗୋଟିଏ ସତ୍ୟକୁ ପ୍ରକାଶ କରିବାର ତିନୋଟି ଉପାୟ ।” କିନ୍ତୁ ଏହି କଥାର ଯଥାର୍ଥ ମର୍ମ ବୁଝିବାକୁ ହେଲେ ଆମମାନଙ୍କୁ ଅଦ୍ବୈତବାଦ ଗ୍ରହଣ କରିବାକୁ ହେବ ।
ଯେଉଁ ଗଠନମୂଳକ ପ୍ରଭାବଦ୍ୱାରା ତାଙ୍କର ଅଲୌକିକ ଦୃଷ୍ଟି ନିରୂପିତ ହୋଇଥିଲା, ତାହାର ତିନୋଟି ସୂତ୍ର ଅଛି । ପ୍ରଥମତଃ ସଂସ୍କୃତ ଓ ଇଂରାଜୀ ସାହିତ୍ୟରେ ତାଙ୍କର ଶିକ୍ଷାଲାଭ । ଏହି ଭାବରେ ଦୁଇଟି ବିରୁଦ୍ଧ ଜଗତର ସଂଘାତ ତାଙ୍କ ନିକଟରେ ସ୍ପଷ୍ଟ ହୋଇଉଠିଥିଲା; ଏହା ସହିତ ଭାରତୀୟ ଶାସ୍ତ୍ରସମୂହର ମୂଳ ବିଷୟବସ୍ତୁରୂପେ ଯେଉଁ ବିଶେଷ ଉପଲବ୍ଧି, ତାହାର ଦୃଢ଼ ଧାରଣା ଜଡ଼ିତ ଥିଲା । ଅତଏବ ଏହି ଉପଲବ୍ଧି ଯଦି ସତ୍ୟ ହୋଇଥାଏ, ତେବେ ଅନ୍ୟମାନଙ୍କ ନିକଟରେ ଆକସ୍ମିକ ହେଲେ ମଧ୍ୟ ଭାରତୀୟ ଋଷିମାନେ ଆକସ୍ମିକ ଭାବରେ ଏହି ସତ୍ୟର ସମ୍ମୁଖୀନ ହୋଇ ନ ଥିଲେ । ଏହା ଗୋଟିଏ ବିଜ୍ଞାନ-ପ୍ରତିପାଦ୍ୟ ବିଷୟ, ସେହି ଯୁକ୍ତିମୂଳକ ବିଶ୍ଳେଷଣର ବିଷୟୀଭୂତ-ଯାହା ସତ୍ୟ ଅନ୍ବେଷଣରେ କୌଣସି ପ୍ରକାର ତ୍ୟାଗ ସ୍ବୀକାର କରିବାକୁ ବିମୁଖ ନୁହେଁ ।
ଦକ୍ଷିଣେଶ୍ୱରର ମନ୍ଦିରୋଦ୍ୟାନରେ ରହି ଶ୍ରୀରାମକୃଷ୍ଣ ପରମହଂସ ଯେତେବେଳେ ତାଙ୍କର ଭାବ ଶିକ୍ଷା ଦେଉଥିଲେ, ସେତେବେଳେ ସ୍ୱାମୀ ବିବେକାନନ୍ଦ-ତଦାନୀନ୍ତନ ନରେନ’ ତାଙ୍କ ଗୁରୁଙ୍କ ଭିତରେ ପୁରାତନ ଶାସ୍ତ୍ରସମୂହର ସେହି ପ୍ରମାଣ ପାଇଥିଲେ, ଯାହା ତାଙ୍କ ହୃଦୟ ଓ ବୁଦ୍ଧି ଖୋଜୁଥିଲା । ଏଠାରେ ସେ ସେହି ତତ୍ତ୍ବକୁ ପାଇଥିଲେ, ଯାହା ଗ୍ରନ୍ଥିସମୂହରେ ଅସ୍ଫୁଟ ଭାବରେ ବର୍ଣ୍ଣିତ । ଏଠାରେ ଏପରି ଜଣେ ଥିଲେ, ସମାଧି ଯାହାଙ୍କ ଜ୍ଞାନଲାଭର ଏକମାତ୍ର ପଦ୍ଧତି । ମୁହୁର୍ମୁହୁ ତାଙ୍କ ମନର ଗତି ବହୁରୁ ଏକ ଅଭିମୁଖରେ ଧାବିତ ହେଉଥିଲା । ପ୍ରତି ମୁହୁର୍ତ୍ତରେ ତାଙ୍କ ସମାଧିଲବ୍ଧ ଜ୍ଞାନ ବାଣୀରୂପେ ଉଚ୍ଚାରିତ ହେଉଥିଲା । ତାଙ୍କ ସାନ୍ନିଧ୍ୟରେ ଯେଉଁମାନେ ଥିଲେ, ସେମାନେ ସମସ୍ତେ ଦିବ୍ୟଦର୍ଶନ ଲାଭ କରିଥିଲେ । ଏହି ଶିଷ୍ୟଟିକୁ ଅତୀନ୍ଦ୍ରିୟ ଜ୍ଞାନଲାଭର ତୃଷ୍ଣା ଜ୍ବର ଭଳି ଘୋଟିଯାଇଥିଲା ।<noinclude></noinclude>
harnsu6w20xh24dzickarmavvag5hgv
ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୧୫
250
10065
54111
48188
2022-08-19T14:40:47Z
Swetaketu20
1900
/* ପ୍ରମାଣିତ କରିବେ */
proofread-page
text/x-wiki
<noinclude><pagequality level="3" user="Swetaketu20" /></noinclude> ୧୫
ଯଦିଓ ରାମକୃଷ୍ଣ ଧର୍ମଗ୍ରନ୍ଥ-ସମୂହର ଜୀବନ୍ତ ବିଗ୍ରହ ଥିଲେ, ତଥାପି ସେ ତାଙ୍କ ଅଜ୍ଞାତସାରରେ ଏହି ରୂପ ଥିଲେ, କାରଣ ସେ କୌଣସି ଗ୍ରନ୍ଥ ପଢ଼ି ନ ଥିଲେ । ଗୁରୁ ରାମକୃଷ୍ଣ ପରମହଂସଙ୍କୁ ନିକଟରେ ବିବେକାନନ୍ଦ ତାଙ୍କ ଜୀବନର ଚାବିକାଠି ଖୋଜି ପାଇଥିଲେ ।
ତେବେ ସୁଦ୍ଧା ତାଙ୍କର ନିର୍ଦ୍ଧାରିତ କର୍ମ ପାଇଁ ପ୍ରସ୍ତୁତ ସମ୍ପୂର୍ଣ୍ଣ ହୋଇନାହିଁ । ତାଙ୍କୁ ହିମାଳୟଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତବର୍ଷର ସର୍ବତ୍ର ଭ୍ରମଣ କରିବାକୁ ହୋଇଥିଲା - ସାଧୁ, ପଣ୍ଡିତ ଓ ସାଧାରଣ ମନୁଷ୍ୟ ସହିତ ସମଭାବରେ ମିଶିବାକୁ ହୋଇଥିଲା, ସମସ୍ତଙ୍କ ନିକଟରୁ ଶିକ୍ଷା ଗ୍ରହଣ କରିବାକୁ ହୋଇଥିଲା, ସମସ୍ତଙ୍କୁ ଶିଖାଇବାକୁ ହୋଇଥିଲା, ସମସ୍ତଙ୍କ ନିକଟରେ ବାସ କରିବାକୁ ହୋଇଥିଲା ଏବଂ ଭାରତମାତା ଅତୀତରେ ଯେପରି ଥିଲେ ଏବଂ ଯାହା ହୋଇଛନ୍ତି ତାହା ଦେଖିବାକୁ ହୋଇଥିଲା-ଏହି ଭାବରେ ବିଶାଳ ସମଗ୍ରତାର ସର୍ବାବଗାହିତ୍ୱ ତାଙ୍କ ଉପଲବ୍ଧି କରିବାକୁ ହୋଇଥିଲା—ତାଙ୍କ ଗୁରୁଦେବଙ୍କ ଜୀବନ ଓ ବ୍ୟକ୍ତିତ୍ୱ ଯାହାର ସଂକ୍ଷିପ୍ତ ଓ ଘନୀଭୂତ ବିଗ୍ରହ ।
ସୁତରାଂ ଶାସ୍ତ୍ର, ଗୁରୁ ଓ ମାତୃଭୂମି—ଏହି ତିନୋଟି ସ୍ୱର ମିଳିତ ହୋଇ ସୃଷ୍ଟି କରିଛି ସ୍ୱାମୀ ବିବେକାନନ୍ଦଙ୍କ ରଚନାବଳୀର ମହାନ୍ ସଙ୍ଗୀତ । ଏହି ସମ୍ପଦ ହିଁ ତାଙ୍କ ପକ୍ଷରୁ ଉପହାର ଦେବାର ଥିଲା । ଏହିସବୁ ଉପାଦାନ ଦ୍ୱାରା ସେ ପୃଥିବୀ ପାଇଁ ତାଙ୍କର ଅପାର୍ଥିବ କରୁଣାସିକ୍ତ ସର୍ବତାପହର ମହୌଷଧି ପ୍ରସ୍ତୁତ କରିଥିଲେ । ଏଗୁଡ଼ିକ ଯେପରି ତିନୋଟି ଦୀପଶିଖା ସଦୃଶ-ଗୋଟିଏ ଦୀପାଧାରରେ ହିଁ ପ୍ରଜ୍ଜଳିତ । ଭାରତବର୍ଷ ଏହି ପ୍ରଦୀପକୁ ତାଙ୍କ ହସ୍ତରେ ଜଳାଇ ରଖୁଛନ୍ତି - ତାଙ୍କ ସନ୍ତାନଗଣ ଓ ସମଗ୍ର ମାନବଜାତିର ପଥନିର୍ଦ୍ଦେଶ କରିବା ପାଇଁ–୧୯ ସେପ୍ଟେମ୍ବର ୧୮୯୩ ଠାରୁ ୪ ଜୁଲାଇ ୧୯୦୨ ପର୍ଯ୍ୟନ୍ତ ମାତ୍ର ଏହି କେତୋଟି ବର୍ଷର କର୍ମ ମାଧ୍ୟମରେ । କେହି କେହି ଏହି ଦୀପ ପ୍ରଜ୍ଜଳନ ପାଇଁ ଓ ଯେଉଁ ଲେଖାମାଳା ସ୍ୱାମୀଜୀ ଆମମାନଙ୍କ ପାଇଁ ରଖିଯାଇଛନ୍ତି, ସେଥିପାଇଁ ସ୍ବସ୍ତିବାଦ ଜଣାଉଛନ୍ତି—ସେହି ଦେଶକୁ, ଯେଉଁ ଦେଶରେ ସେ ଜନ୍ମଗ୍ରହଣ କରିଥିଲେ, ଧନ୍ୟବାଦ ଜଣାଉଛନ୍ତି ସେମାନଙ୍କୁ, ଯେଉଁମାନେ ତାଙ୍କୁ ପାଶ୍ଚାତ୍ୟକୁ ପ୍ରେରଣ କରିଥିଲେ ଏବଂ ଆମର ବିଶ୍ୱାସ, ଏବେ ସୁଦ୍ଧା ତାଙ୍କ ବାଣୀର ବିଶାଳତା ଓ ତାତ୍ପର୍ଯ୍ୟ ବୁଝିବାର ସୌଭାଗ୍ୟ ଆମର ହୋଇନାହିଁ ।
୪ ଜୁଲାଇ, ୧୯୦୭
ରାମକୃଷ୍ଣ ବିବେକାନନ୍ଦଙ୍କ ନିବେଦିତା।
(N.of RK. V)<noinclude></noinclude>
o9scx8pxoxizo0qj1toenamcuoiazfl
ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୧୭
250
10068
54112
37292
2022-08-19T14:50:02Z
Swetaketu20
1900
/* ପ୍ରମାଣିତ କରିବେ */
proofread-page
text/x-wiki
<noinclude><pagequality level="3" user="Swetaketu20" /></noinclude><center><big><big>ଚିକାଗୋ ବତ୍କୃତାମାଳା</big>
</big>
ଭୂମିକା</center>
୧୮୯୩ ଖ୍ରୀଷ୍ଟାବ୍ଦରେ ଚିକାଗୋରେ ଯେଉଁ ବିଶ୍ବମେଳା ହୋଇଥିଲା, ଧର୍ମମହାସଭା ସେହି ଉପଲକ୍ଷେ ଅନୁଷ୍ଠିତ ଗୋଟିଏ ସମ୍ମେଳନ । ପାଶ୍ଚାତ୍ୟ ଦେଶରେ ଆଜିକାଲି ଯେଉଁସବୁ ବିରାଟ ଆନ୍ତର୍ଜାତିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥାଏ, ସେଗୁଡ଼ିକ ସହିତ ସାହିତ୍ୟ, କଳା ଏବଂ ବିଜ୍ଞାନ ସମ୍ମେଳନ ମଧ୍ୟ ସଂଶ୍ଳିଷ୍ଟ କରିବା ଗୋଟିଏ ରୀତି ହୋଇଉଠିଛି । ଯେଉଁ ବିଷୟଗୁଡ଼ିକ ମାନବର କଲ୍ୟାଣକାରୀ, ତାହାର ଇତିହାସରେ ଏହିପରି ପ୍ରତ୍ୟେକଟି ଅଧବେଶନ ଯେ ସ୍ମରଣୀୟ ହୋଇ ରହିବ, ତାହା ନିଃସନ୍ଦେହ । ଆନ୍ତର୍ଜାତିକ ପ୍ରଦର୍ଶନୀ ଉପଲକ୍ଷେ ମହାସମ୍ମେଳନରେ ମିଳିତ ମାନବମଣ୍ଡଳୀ ଚିକିତ୍ସା-ବିଜ୍ଞାନ, ଆଇନବିଦ୍ୟା, ଯନ୍ତ୍ରବିଜ୍ଞାନ ଏବଂ ଜ୍ଞାନର ଅନ୍ୟାନ୍ୟ ଶାଖାର ଗବେଷଣା ଓ କାର୍ଯ୍ୟକାରୀ ଆବିଷ୍କାରର ଆଦାନପ୍ରଦାନ ଇତ୍ୟାଦି ସକଳ ବିଷୟର ଉନ୍ନତି ସାଧନ କରିବା ହିଁ ସେମାନଙ୍କର ଲକ୍ଷ୍ୟ ବୋଲି ମନେ କରନ୍ତି । ମାର୍କିନ-ଜାତିର ସାହସ ଓ ମୌଳିକ ମନୋଭାବ ନେଇ କେବଳ ଚିକାଗୋବାସୀଗଣ ଭାବିବାକୁ ସମର୍ଥ ହୋଇଥିଲେ ଯେ ପୃଥିବୀର ପ୍ରଧାନ ଧର୍ମଗୁଡ଼ିକର ଏକତ୍ର ସମାବେଶ ଏହି ସମସ୍ତ ସମ୍ମେଳନ ମଧ୍ୟରେ ଶ୍ରେଷ୍ଠ ହେବ । ଏହି ସମସ୍ତ ଧର୍ମର ପ୍ରତିନିଧିଗଣ ନିଜ ନିଜ ଧର୍ମବିଶ୍ୱାସର ସମର୍ଥନରେ ଯେଉଁସବୁ ଯୁକ୍ତି ଉପସ୍ଥାପିତ କରିବେ, ଆନ୍ତରିକ ସହାନୁଭୂତି ସହକାରେ ତାହା ଶୁଣିବାକୁ ହେବ-ଏପରି ସଂକଳ୍ପ ମଧ୍ୟ କରାହୋଇଥିଲା । ଏହିପରି ଭାବରେ ସମ ମର୍ଯ୍ୟଦା ଓ ସୁନିୟନ୍ତ୍ରିତ ବାକ୍-ସ୍ବାଧୀନତା ମଧ୍ୟରେ ମିଳିତ ହୋଇ ପ୍ରତିନିଧିଗଣ ଯେଉଁ ସଂସଦ ଗଠନ କରିବେ, ତାହା ହିଁ ହେବ ଏକ ଧର୍ମ ମହାସଭା । ଫଳରେ ବିଭିନ୍ନ ଜାତିର ଧର୍ମଗୁଡ଼ିକ ମଧ୍ୟରେ ଭ୍ରାତୃଭାବପୂର୍ଣ୍ଣ ମିଳନର ପ୍ରୟୋଜନୀୟତା, ଜଗତର ମାନସପଟରେ ସୁସ୍ପଷ୍ଟ ଭାବରେ ଅଙ୍କିତ ହୋଇ ରହିବ ।
ପ୍ରତିନିଧି ପ୍ରେରଣ ନିମିତ୍ତ ଯେଉଁ ନିମନ୍ତ୍ରଣ ଓ ଯଥାରୀତି ନିର୍ବାଚନର ପ୍ରୟୋଜନ, ସେ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥାଇ ଦକ୍ଷିଣ ଭାରତୀୟ ଅଳ୍ପ କେତେଜଣ ଶିଷ୍ୟ ତାଙ୍କ ଗୁରୁଦେବଙ୍କୁ ହିନ୍ଦୁଧର୍ମ ପକ୍ଷରୁ ବହୃତା ଦେବାର ପ୍ରୟୋଜନୀୟତା ବୁଝାଇବା ପାଇଁ
*ପାଠକମାନଙ୍କର ଅବଗତି ନିମିତ୍ତ ଏଠାରେ ଉଲ୍ଲେଖ କରାଗଲା ଯେ, ଏହି ବିଶୁମେଳା ଉପଲକ୍ଷେ ଚାରୋଟି ସମାବେଶ ହୋଇଥିଲା ।<noinclude></noinclude>
84ai7nk3fumsdymj4ycu3qxz4xdiljg
54113
54112
2022-08-19T14:50:35Z
Swetaketu20
1900
proofread-page
text/x-wiki
<noinclude><pagequality level="3" user="Swetaketu20" /></noinclude><center><big><big>ଚିକାଗୋ ବତ୍କୃତାମାଳା</big>
</big>
ଭୂମିକା</center>
୧୮୯୩ ଖ୍ରୀଷ୍ଟାବ୍ଦରେ ଚିକାଗୋରେ ଯେଉଁ ବିଶ୍ବମେଳା ହୋଇଥିଲା, ଧର୍ମମହାସଭା ସେହି ଉପଲକ୍ଷେ ଅନୁଷ୍ଠିତ ଗୋଟିଏ ସମ୍ମେଳନ । ପାଶ୍ଚାତ୍ୟ ଦେଶରେ ଆଜିକାଲି ଯେଉଁସବୁ ବିରାଟ ଆନ୍ତର୍ଜାତିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥାଏ, ସେଗୁଡ଼ିକ ସହିତ ସାହିତ୍ୟ, କଳା ଏବଂ ବିଜ୍ଞାନ ସମ୍ମେଳନ ମଧ୍ୟ ସଂଶ୍ଳିଷ୍ଟ କରିବା ଗୋଟିଏ ରୀତି ହୋଇଉଠିଛି । ଯେଉଁ ବିଷୟଗୁଡ଼ିକ ମାନବର କଲ୍ୟାଣକାରୀ, ତାହାର ଇତିହାସରେ ଏହିପରି ପ୍ରତ୍ୟେକଟି ଅଧବେଶନ ଯେ ସ୍ମରଣୀୟ ହୋଇ ରହିବ, ତାହା ନିଃସନ୍ଦେହ । ଆନ୍ତର୍ଜାତିକ ପ୍ରଦର୍ଶନୀ ଉପଲକ୍ଷେ ମହାସମ୍ମେଳନରେ ମିଳିତ ମାନବମଣ୍ଡଳୀ ଚିକିତ୍ସା-ବିଜ୍ଞାନ, ଆଇନବିଦ୍ୟା, ଯନ୍ତ୍ରବିଜ୍ଞାନ ଏବଂ ଜ୍ଞାନର ଅନ୍ୟାନ୍ୟ ଶାଖାର ଗବେଷଣା ଓ କାର୍ଯ୍ୟକାରୀ ଆବିଷ୍କାରର ଆଦାନପ୍ରଦାନ ଇତ୍ୟାଦି ସକଳ ବିଷୟର ଉନ୍ନତି ସାଧନ କରିବା ହିଁ ସେମାନଙ୍କର ଲକ୍ଷ୍ୟ ବୋଲି ମନେ କରନ୍ତି । ମାର୍କିନ-ଜାତିର ସାହସ ଓ ମୌଳିକ ମନୋଭାବ ନେଇ କେବଳ ଚିକାଗୋବାସୀଗଣ ଭାବିବାକୁ ସମର୍ଥ ହୋଇଥିଲେ ଯେ ପୃଥିବୀର ପ୍ରଧାନ ଧର୍ମଗୁଡ଼ିକର ଏକତ୍ର ସମାବେଶ ଏହି ସମସ୍ତ ସମ୍ମେଳନ ମଧ୍ୟରେ ଶ୍ରେଷ୍ଠ ହେବ । ଏହି ସମସ୍ତ ଧର୍ମର ପ୍ରତିନିଧିଗଣ ନିଜ ନିଜ ଧର୍ମବିଶ୍ୱାସର ସମର୍ଥନରେ ଯେଉଁସବୁ ଯୁକ୍ତି ଉପସ୍ଥାପିତ କରିବେ, ଆନ୍ତରିକ ସହାନୁଭୂତି ସହକାରେ ତାହା ଶୁଣିବାକୁ ହେବ-ଏପରି ସଂକଳ୍ପ ମଧ୍ୟ କରାହୋଇଥିଲା । ଏହିପରି ଭାବରେ ସମ ମର୍ଯ୍ୟଦା ଓ ସୁନିୟନ୍ତ୍ରିତ ବାକ୍-ସ୍ବାଧୀନତା ମଧ୍ୟରେ ମିଳିତ ହୋଇ ପ୍ରତିନିଧିଗଣ ଯେଉଁ ସଂସଦ ଗଠନ କରିବେ, ତାହା ହିଁ ହେବ ଏକ ଧର୍ମ ମହାସଭା । ଫଳରେ ବିଭିନ୍ନ ଜାତିର ଧର୍ମଗୁଡ଼ିକ ମଧ୍ୟରେ ଭ୍ରାତୃଭାବପୂର୍ଣ୍ଣ ମିଳନର ପ୍ରୟୋଜନୀୟତା, ଜଗତର ମାନସପଟରେ ସୁସ୍ପଷ୍ଟ ଭାବରେ ଅଙ୍କିତ ହୋଇ ରହିବ ।
ପ୍ରତିନିଧି ପ୍ରେରଣ ନିମିତ୍ତ ଯେଉଁ ନିମନ୍ତ୍ରଣ ଓ ଯଥାରୀତି ନିର୍ବାଚନର ପ୍ରୟୋଜନ, ସେ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥାଇ ଦକ୍ଷିଣ ଭାରତୀୟ ଅଳ୍ପ କେତେଜଣ ଶିଷ୍ୟ ତାଙ୍କ ଗୁରୁଦେବଙ୍କୁ ହିନ୍ଦୁଧର୍ମ ପକ୍ଷରୁ ବହୃତା ଦେବାର ପ୍ରୟୋଜନୀୟତା ବୁଝାଇବା ପାଇଁ
*ପାଠକମାନଙ୍କର ଅବଗତି ନିମିତ୍ତ ଏଠାରେ ଉଲ୍ଲେଖ କରାଗଲା ଯେ, ଏହି ବିଶ୍ୱମେଳା ଉପଲକ୍ଷେ ଚାରୋଟି ସମାବେଶ ହୋଇଥିଲା ।<noinclude></noinclude>
q1qmmqraoglm67s1zcqgrry6l1gnt9f
ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୧୮
250
10071
54114
48189
2022-08-19T14:55:17Z
Swetaketu20
1900
/* ପ୍ରମାଣିତ କରିବେ */
proofread-page
text/x-wiki
<noinclude><pagequality level="3" user="Swetaketu20" /></noinclude>ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା
ବିଶେଷ ତତ୍ପର ହେଲେ । ଅଗାଧ ବିଶ୍ୱାସବଶତଃ ସେମାନେ ବୁଝିପାରି ନଥିଲେ ଯେ, ସେମାନେ ଏପରି କିଛି ଦାବୀ କରିବାକୁ ଯାଉଛନ୍ତି, ଯାହା ମଣିଷ ପକ୍ଷରେ ଅସମ୍ଭବ । ସେମାନେ ଭାବିଥିଲେ ଯେ ବିବେକାନନ୍ଦ ସେଠାରେ କେବଳ ଉପସ୍ଥିତ ହେବାମାତ୍ରେ ବକ୍ତୃତା ଦେବାର ସୁଯୋଗ ପାଇବେ । ସ୍ୱାମୀଜୀ ମଧ୍ୟ ଶିଷ୍ୟଗଣଙ୍କ ପରି ଜାଗତିକ ରୀତିନୀତି ବିଷୟରେ ଅନଭିଜ୍ଞ ଥିଲେ । ଯେତେବେଳେ ସେ ନିଶ୍ଚିତ ଭାବରେ ଜାଣିଲେ ଯେ, ଏହି କାର୍ଯ୍ୟପାଇଁ ସେ ଈଶ୍ବରାଦେଶ ଲାଭ କରିଛନ୍ତି, ସେତେବେଳେ ଏହି କାର୍ଯ୍ୟରେ ଯେ କୌଣସି ବାଧା ଥାଇପାରେ, ସ୍ୱାମୀଜୀ ଏକଥା ଚିନ୍ତା କଲେ ନାହିଁ । ଯଥାରୀତି ବିଜ୍ଞପ୍ତି ଓ ପରିଚୟ-ପତ୍ରାଦି ବ୍ୟତିରେକେ ହିନ୍ଦୁଧର୍ମର ପ୍ରତିନିଧ ବିଶ୍ୱର ସମୃଦ୍ଧି ଓ ଶକ୍ତିର ସୁରକ୍ଷିତ ଦ୍ୱାରରେ ପ୍ରବେଶ କରିବାକୁ ଉଦ୍ୟତ ହେଲେ । ଏହା ଅପେକ୍ଷା ହିନ୍ଦୁଧର୍ମର ସଂଘବଦ୍ଧହୀନତାର ଅନ୍ୟ କୌଣସି ସ୍ପଷ୍ଟତର ପ୍ରମାଣ ଆଉ କଅଣ ଥାଇପାରେ !
।
ଚିକାଗୋରେ ଉପସ୍ଥିତ ହୋଇ ସ୍ୱାମୀଜୀ ପ୍ରକୃତ ଅବସ୍ଥା ବୁଝିପାରିଥିଲେ । ପ୍ରେରିତ ଓ ଗୃହୀତମାନଙ୍କ ପାଇଁ ଆମନ୍ତ୍ରଣର ରୀତି ଅନୁସାରେ କୌଣସି ପରିଚିତ ବା ସ୍ଵୀକୃତ ସଂସ୍ଥା ତାହାକୁ ପ୍ରେରଣ କରି ନାହିଁ । ଅଧୂକନ୍ତୁ ନୂଆ ପ୍ରତିନିଧିମାନଙ୍କୁ ନେବାର ସମୟ ଚାଲିଯାଇଛି । ଭାରତକୁ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବୋଷ୍ଟନ୍ରେ ଯଦି କାହାରି ସହିତ ଦୈବକ୍ରମେ ପରିଚୟ ହୁଏ, ଏହିପରି ଭାବି, କି ଗଭୀର ନୈରାଶ୍ୟ ନେଇ ତାଙ୍କୁ ଚିକାଗୋର ରୁଦ୍ଧ ଦ୍ୱାରରୁ ଫେରିବାକୁ ନ ପଡ଼ିଥିବ !
ଏହି ଭାବରେ ଦୂରଦୃଷ୍ଟି ବା ନିଜର କୌଣସି ପରିକଳ୍ପନା ନ ଥିବା ସନ୍ଦେ ହାଭାର୍ଡ଼ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ରାଇଟ୍ଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା । ରାଇଟ୍ ତାଙ୍କର ପ୍ରତିଭା ଉପଲବ୍ଧି କରିପାରିଲେ ଏବଂ ମାନ୍ଦ୍ରାଜୀ ଶିଷ୍ୟଗଣଙ୍କ ପରି ସେ ମଧ୍ୟ ଅନୁଭବ କଲେ ଯେ ଆଗାମୀ ଧର୍ମମହାସମ୍ମେଳନରେ ପୃଥିବୀକୁ ଏହି ବ୍ୟକ୍ତିଙ୍କର ବାଣୀ ନିଶ୍ଚୟ ଶୁଣାଇବାକୁ ହେବ । ପରେ ଅଧ୍ୟାପକ ରାଇଟ୍ ତାଙ୍କୁ ଲେଖିଥିଲେ, “ଆପଣଙ୍କଠାରୁ ପରିଚୟପତ୍ର ଦାବୀ କରିବା ଏବଂ ସୂର୍ଯ୍ୟଙ୍କୁ ତାଙ୍କର ଆଲୋକଦାନର ଅଧିକାରକୁ ପ୍ରଶ୍ନ କରିବା ଏକା କଥା ।’ ଏପରି ପ୍ରୀତି ଓ ପ୍ରଭାବ ହିଁ ସ୍ୱାମୀଜୀଙ୍କୁ ପୁନରାୟ ଚିକାଗୋ ପଠାଇଥିଲା ଓ ସେଠାରେ ସ୍ୱୀକୃତ ପ୍ରତିନିଧିଙ୍କର ମର୍ଯ୍ୟାଦା ଏବଂ ଆସନଲାଭର ପଥ ଉନ୍ମୁକ୍ତ କରିଥିଲା । ଅଧିବେଶନର ଆରମ୍ଭରୁ ତାଙ୍କୁ ବକ୍ତୃତାମଞ୍ଚରେ ଉପସ୍ଥିତ ଥିବାର ଦେଖାଗଲା; ସେଠାରେ ଏକମାତ୍ର ଭାରତୀୟ ନ ହେଲେ ମଧ୍ୟ ସେ ଥିଲେ ଯଥାର୍ଥ ହିନ୍ଦୁଧର୍ମର ଏକମାତ୍ର ପ୍ରତିନିଧି ।
ଅନ୍ୟ ସମସ୍ତେ କୌଣସି ସମିତି, ସମାଜ, ସଂପ୍ରଦାୟ ବା ଧର୍ମସଂସ୍ଥାର ପ୍ରତିନିଧ ହୋଇ ଆସିଥିଲେ । ଏକମାତ୍ର ସ୍ୱାମୀଜୀଙ୍କର ବହୃତାର ବିଷୟବସ୍ତୁ ଥିଲା ହିନ୍ଦୁମାନଙ୍କର<noinclude></noinclude>
jksfmz6arh9odve0rp0a8x19ij6y6oq
ପୃଷ୍ଠା:Sri Jagannath (MM Tripathy, 2012, 3e. 2014).pdf/୧୫
250
11344
54116
54025
2022-08-19T15:19:34Z
Ssgapu22
248
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>ମନ୍ତ୍ରରୁ ପ୍ରତିପାଦ୍ୟ ବିଷୟ ଜଣାପଡ଼ିବ ନାହିଁ ।" 'ଦାରୁ' ଶବ୍ଦ ଦେଖି ତାକୁ ଜଗନ୍ନାଥଙ୍କ ଦାରୁମୂର୍ତ୍ତି
ବୋଲି ଧରିନେବା ଯୁକ୍ତିଯୁକ୍ତ ନୁହେଁ । ବେଦରେ ଅଲକ୍ଷ୍ମୀକୁ ସମୁଦ୍ରରେ ଭାସୁଥିବା ଗୋଟିଏ ଦାରୁ
ବା କାଷ୍ଠ ଉପରେ ବସି ଅନ୍ୟତ୍ର ଚାଲିଯିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଆହୁରି ମଧ୍ୟ କୁହାଯାଇଛି,କୌଣସି ବ୍ୟକ୍ତି ଯଦି ଧନ ବା ଲକ୍ଷ୍ମୀବିହୀନ ହୋଇ ଜୀବନ ଯାପନ
କରୁଥାନ୍ତି, ତେବେ ସେ ଋଗ୍ ବେଦ ଦଶମ ମଣ୍ଡଳର ୧୫୫ ତମ ସୂକ୍ତର ପାଞ୍ଚଗୋଟି ମନ୍ତ୍ରକୁ ନିତ୍ୟ
ପ୍ରାତଃ କାଳରେ ସ୍ନାନ କରିବା ପରେ ୧୦୧ ଥର ଜପ କରନ୍ତୁ । ଏହି ଜପ ପୂର୍ବରୁ ଓ ପରେ
ଗାୟତ୍ରୀ ମହାମନ୍ତ୍ରର ଗୋଟିଏ ମାଳା ଜପ ଆବଶ୍ୟକ । (ଯୁଗଶକ୍ତି ଗାୟତ୍ରୀ, ଜାନୁଆରି, ୨୦୦୫)
ବୌଦ୍ଧ ବଜ୍ରଯାନର ପ୍ରସିଦ୍ଧ ଗ୍ରନ୍ଥ 'ଜ୍ଞାନସିଦ୍ଧି'ରେ ଉଲ୍ଲେଖ ଅଛି: "ପ୍ରଣିପତ୍ୟ ଜଗନ୍ନାଥଂ
ସର୍ବଜିନ ବରାର୍ଚ୍ଚିତମ୍ । ସର୍ବ ବୁଦ୍ଧମୟଂ ସିଦ୍ଧି ବ୍ୟାପିନଂ ଗଗନୋପମମ୍ ।।" (୧/୧) । ଏହି ଗ୍ରନ୍ଥର
ପ୍ରଣେତା ଖ୍ରୀ: ସପ୍ତମ/ଅଷ୍ଟମ ଶତାବ୍ଦୀର ସମ୍ୱଳକ (ଏବର ସମ୍ୱଲପୁର)ର ରାଜା ଇନ୍ଦ୍ରଭୂତି । ଏହି
ଗ୍ରନ୍ଥର ମଙ୍ଗଳାଚରଣ ପାଠକରି କେତେଜଣ ଲେଖକ ତଥା ଗବେଷକ ମତ ଦିଅନ୍ତି ଯେ, ଏଥିରେ
ପ୍ରଥମଥର ପାଇଁ 'ଜଗନ୍ନାଥ' ଶବ୍ଦ ବ୍ୟବହୃତ ହୋଇଛି ଓ ତାହା ଶ୍ରୀକ୍ଷେତ୍ରର ଜଗନ୍ନାଥ ମହାପ୍ରଭୁଙ୍କୁ
ବୁଝାଉ ଅଛି । ଏହି ଗ୍ରନ୍ଥରୁ ଉଦାହରଣ ଦେଇ ବୌଦ୍ଧ ଏପରିକି ଜୈନମାନେ ମଧ୍ୟ ଜଗନ୍ନାଥ
ମହାପ୍ରଭୁଙ୍କୁ ଯଥାକ୍ରମେ ବୁଦ୍ଧ ଓ ଜୀନନାଥ ମନେକରନ୍ତି ।
ନୀଳାଚଳ ଧାମର ପ୍ରସିଦ୍ଧି ଖ୍ରୀ: ଅଷ୍ଟମ ବା ନବମ ଶତାବ୍ଦୀରେ ଥିବା କା ମୁରାରି କବିଙ୍କ
'ଅନର୍ଘ ରାଘବ' ନାଟକରୁ ପ୍ରତିପାଦିତ ହୁଏ ବୋଲି ସତ୍ୟନାରାୟଣ ରାଜଗୁରୁ ଲେଖିଛନ୍ତି । କିନ୍ତୁ
ମୁରାରିଙ୍କ ସମୟ ଏକାଦଶ ଶତାବ୍ଦୀ ବୋଲି ଐତିହାସିକ ନବୀନ କୁମାର ସାହୁ ମତ ଦେଇଛନ୍ତି ।
ପ୍ରଫେସର ସାହୁ ଆହୁରି କହିଛନ୍ତି ଯେ, ଚୋଡ଼ଗଙ୍ଗଦେବଙ୍କ ଉତ୍କଳ ଅଧିକାର ପୂର୍ବରୁ
ପୁରୀଠାରେ ପୁରୁଷୋତ୍ତମ ଜଗନ୍ନାଥଙ୍କର ଏକ ମନ୍ଦିର ବା କାନ୍ଥ ପ୍ରାଚୀନ ଗ୍ରନ୍ଥ ଓ
ଅଭିଲେଖଗୁଡ଼ିକରୁ ଜଣାଯାଏ । ଏହି ସବୁ ଗ୍ରନ୍ଥ ଓ ଅଭିଲେଖରୁ ଗୋଟିଏ ସୁଦ୍ଧା ଏକାଦଶ ଶତାବ୍ଦୀର
ପୂର୍ବବର୍ତ୍ତୀ ନୁହେଁ । 'ଅନର୍ଘ ରାଘବ'ର ଚରୟିତା ମୁରାରିଙ୍କ ସମୟ ଏକାଦଶ ଶତାବ୍ଦୀ, କୃଷ୍ଣମିଶ୍ରଙ୍କ
ରଚିତ 'ପ୍ରବୋଧ ଚନ୍ଦ୍ରୋଦୟ' ନାଟକର ସମୟ ଖ୍ରୀଷ୍ଟାବ୍ଦ ୧୦୭୩ରୁ ୧୦୭୬ ମଧ୍ୟରେ ।
'ଭାସ୍ୱତି' ଓ 'କୃତ୍ୟ କଳ୍ପତରୁ' ଗ୍ରନ୍ଥ ଯଥାକ୍ରମେ ୧୧୦୦ ଓ ୧୧୧୦ ଖ୍ରୀଷ୍ଟାବ୍ଦରେ ରଚିତ ।
'ବ୍ରହ୍ମ ଯାମଳ ତନ୍ତ୍ର' ଏକାଦଶ ଶତାବ୍ଦୀର ପୂର୍ବବର୍ତ୍ତୀ ନୁହେଁ ।
ଓଡ଼ିଆ ସାହିତ୍ୟରେ ଆଦି କବି ସାରଳା ଦାସ (୧୫ଶ ଶତାବ୍ଦୀ)ଙ୍କ ମହାଭାରତରେ ପ୍ରମ
କରି ଶ୍ରୀଜଗନ୍ନାଥଙ୍କ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି । ପରବର୍ତ୍ତୀ 'ପଞ୍ଚସଖା'
ସାହିତ୍ୟରେ ଅର୍ଥାତ ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ, ଯଶୋବନ୍ତ, ଅଚୁ୍ୟତ ଓ ଅନନ୍ତ ଦାସଙ୍କ
ରଚନାରେ ଶ୍ରୀଜଗନ୍ନାଥଙ୍କ ମାହାତ୍ମ୍ୟ ବର୍ଣ୍ଣିିତ ହୋଇଅଛି ।<noinclude>{{left|୧୬ ■ ଶ୍ରୀଜଗନ୍ନାଥ}}</noinclude>
j3b9856wcxj46sur0buhig07p7d8lnv
ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୨୩
250
11363
54115
2022-08-19T15:03:19Z
Swetaketu20
1900
/* ପ୍ରମାଣିତ ହୋଇନଥିବା */ "ଅଭ୍ୟର୍ଥନା ଉତ୍ତର କୋଟି କୋଟି ନରନାରୀ ଯେଉଁ ସ୍ତୋତ୍ରଟିକୁ ପ୍ରତିଦିନ ପାଠ କରନ୍ତି, ଯେଉଁ ସ୍ତବକଟିକୁ ମୁଁ ଶୈଶବରୁ ଆବୃତ୍ତି କରି ଆସୁଛି, ତାହାର କେତୋଟି ପଙ୍କ୍ତି ମୁଁ ଆପଣଙ୍କ ନିକଟରେ ଆ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
proofread-page
text/x-wiki
<noinclude><pagequality level="1" user="Swetaketu20" /></noinclude>ଅଭ୍ୟର୍ଥନା ଉତ୍ତର
କୋଟି କୋଟି ନରନାରୀ ଯେଉଁ ସ୍ତୋତ୍ରଟିକୁ ପ୍ରତିଦିନ ପାଠ କରନ୍ତି, ଯେଉଁ ସ୍ତବକଟିକୁ
ମୁଁ ଶୈଶବରୁ ଆବୃତ୍ତି କରି ଆସୁଛି, ତାହାର କେତୋଟି ପଙ୍କ୍ତି ମୁଁ ଆପଣଙ୍କ ନିକଟରେ ଆବୃତ୍ତି
କରୁଛି :
‘ରୁଚୀନାଂ ବୈଚିତ୍ରଦୃଜୁଟିଳ ନାନାପଥଜୁଷାମ୍ ।
ନୃଣାମେକୋ ଗମ୍ୟସ୍ତମସି ପୟସାମଣ୍ଡବ ଇବ ।’*
୨୩
—ବିଭିନ୍ନ ନଦୀର ଉତ୍ସ ବିଭିନ୍ନ ସ୍ଥାନରେ, କିନ୍ତୁ ସେମାନେ ସମସ୍ତେ ଯେପରି ଗୋଟିଏ
ସମୁଦ୍ରରେ ସେମାନଙ୍କର ଜଳରାଶି ଢାଳି ଏକତ୍ର ମିଳତି ହୁଅନ୍ତି, ସେହିପରି ହେ ଭଗବାନ୍ !
ନିଜ ନିଜ ରୁଚିର ବୈଚିତ୍ର୍ଯବଶତଃ ସରଳ, କୁଟିଳ ପ୍ରଭୃତି ନାନା ପଥରେ ଯେଉଁମାନେ ଯାଉଛନ୍ତି,
ତୁମେ ହିଁ ସେମାନଙ୍କର ଏକମାତ୍ର ଲକ୍ଷ୍ୟ ।
ଏହି ଧର୍ମମହାସଭା ଗୀତା-ପ୍ରଚାରିତ ସେହି ଅଦ୍ଭୁତ ମତର ସତ୍ୟତା ପ୍ରତିପନ୍ନ କରୁଛି,
ସେହି ବାଣୀ ଘୋଷଣା କରୁଛି:
‘ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂସ୍ତଥୈବ ଭଜାମ୍ୟହମ୍ ।
ମମ ବର୍ମାନୁବର୍ଗନ୍ତେ ମନୁଷ୍ୟ ପାର୍ଥ ସର୍ବଶଃ ॥’
—ଯେ ଯେଉଁ ଭାବ ଆଶ୍ରୟ କରି ଆସୁନା କାହିଁକି, ମୁଁ ତାକୁ ସେହି ଭାବରେ ଅନୁଗ୍ରହ
କରିଥାଏ। ହେ ଅର୍ଜୁନ ! ମନୁଷ୍ୟମାନେ ସର୍ବତୋଭାବରେ ମୋ ଦିଗକୁ ହିଁ ଅନୁଗମନ କରିଥାଆନ୍ତି ।
ସାମ୍ପ୍ରଦାୟିକତା, ସଂକୀର୍ଣ୍ଣତା ଓ ଏସବୁର ଭୟାବହ ଫଳସ୍ଵରୂପ ଧର୍ମୋନ୍ମତ୍ତତା ଏହି
ସୁନ୍ଦର ଧରାକୁ ବହୁକାଳ ଧରି ଅଧିକାର କରି ରଖୁଛି । ଏଗୁଡ଼ିକ ପୃଥିବୀକୁ ହିଂସାରେ ପୂର୍ଣ୍ଣ
କରିଛି, ବହୁବାର ଏହାକୁ ନରଶୋଣିତରେ ସିକ୍ତ କରିଛି, ସଭ୍ୟତାକୁ ଧ୍ୱଂସ କରିଛି ଏବଂ ସମଗ୍ର
ଜାତିକୁ ହତାଶାରେ ମଗ୍ନ କରିଛି । ଏହିସବୁ ଭୀଷଣ ପିଶାଚଗୁଡ଼ିକ ଯଦି ନ ଥାନ୍ତେ, ତାହାହେଲେ
ମାନବସମାଜ ଆଜି ପୂର୍ବାପେକ୍ଷା ବହୁଗୁଣ ଉନ୍ନତ ହୋଇଥାଆନ୍ତା । ତେବେ ଏମାନଙ୍କର ମୃତ୍ୟୁକାଳ
ଉପସ୍ଥିତ, ମୁଁ ସର୍ବାନ୍ତଃକରଣରେ ଆଶା କରେ ଯେ, ଏହି ଧର୍ମ-ମହାସମିତିର ସମ୍ମାନାର୍ଥ ଆଜି
ଯେଉଁ ଘଣ୍ଟାଧ୍ଵନି ନିନାଦିତ ହୋଇଛି, ତାହା ହିଁ ସର୍ବବିଧ ଧର୍ମୋନ୍ମତ୍ତତା, ତରବାରି ଅଥବା
ଲେଖନୀଦ୍ଵାରା ଅନୁଷ୍ଠିତ ସର୍ବପ୍ରକାର ନିର୍ଯ୍ୟାତନାର ଏବଂ ସେହି ଏକ ଲକ୍ଷ୍ୟଦିଗକୁ ଅଗ୍ରସର
ହେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସର୍ବବିଧ ଅସଦ୍ଭାବର ସମ୍ପୂର୍ଣ୍ଣ ଅବସାନର ବାର୍ତ୍ତା ଘୋଷଣା
କରୁ ।
* ଶିବମହିମଃ ସ୍ତୋତ୍ରମ<noinclude></noinclude>
l2kg4t3hkdm87l4c2yjh0oig9mdvy3s