ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.39.0-wmf.25 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା ଗ୍ୟାଜେଟ ଗ୍ୟାଜେଟ ଆଲୋଚନା ଗ୍ୟାଜେଟ ସଂଜ୍ଞା ଗ୍ୟାଜେଟ ସଂଜ୍ଞା ଆଲୋଚନା ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୧୯ 250 10072 54121 48190 2022-08-21T09:53:06Z Swetaketu20 1900 /* ପ୍ରମାଣିତ କରିବେ */ proofread-page text/x-wiki <noinclude><pagequality level="3" user="Swetaketu20" /></noinclude>ଭୂମିକା ଆଧାର୍ମିକ ଭାବଧାରା ଏବଂ ସେଦିନ ତାଙ୍କ ଭିତରଦେଇ ସେହି ଭାବଗୁଡ଼ିକ ସର୍ବପ୍ରଥମ ସଂଜ୍ଞା, ଐକ୍ୟ ଓ ରୂପଲାଭ କରିଥିଲା । ଭାରତବର୍ଷର ଯେଉଁ ଧର୍ମକୁ ସେ ପ୍ରଥମେ ଦକ୍ଷିଣେଶ୍ୱରରେ ନିଜ ଗୁରୁଙ୍କ ମଧ୍ୟରେ ଏବଂ ପରେ ଭାରତର ସର୍ବତ୍ର ଭ୍ରମଣକାଳରେ ପ୍ରତ୍ୟକ୍ଷ କରିଥିଲେ, ତାହାହିଁ ଏଠାରେ ତାଙ୍କ ମୁଖରୁ ନିଃସୃତ ହେଲା । ଯେଉଁ ଭାବଗୁଡ଼ିକ ମଧ୍ୟରେ ସମଗ୍ର ଭାରତର ଐକ୍ୟ ନିହିତ, ସେହି ଭାବଗୁଡ଼ିକ ସେ ବ୍ୟକ୍ତ କରିଥିଲେ, ଅନୈକ୍ୟର କଥାଗୁଡ଼ିକ ପ୍ରକାଶ କରିନଥିଲେ । ଆନ୍ତର୍ଜାତିକ ଦୃଷ୍ଟିଭଙ୍ଗୀସମ୍ପନ୍ନ ଧର୍ମମହାସମେଳନରେ(ବିଭିନ୍ନ ଧର୍ମବିଷୟକ) ପ୍ରବନ୍ଧାଦି ଆଲୋଚନା କରିବା ପାଇଁ ସତର ଦିନ ଲାଗିଗଲା । ସେପ୍ଟେମ୍ବର ୧୯ ତାରିଖରେ ସ୍ବାମୀ ବିବେକାନନ୍ଦ ସ୍ଵୀୟ ଲିଖିତ ପ୍ରବନ୍ଧ ପାଠ କଲେ । କିନ୍ତୁ ଯେଉଁଦିନ ପ୍ରତିନିଧିମାନଙ୍କ ଉଦ୍ଦେଶ୍ୟରେ ଆନୁଷ୍ଠାନିକ ଅଭ୍ୟର୍ଥନାସୂଚକ ବକୃତା ଏବଂ ସେଗୁଡ଼ିକର ଉତ୍ତର ପ୍ରଦତ୍ତ ହୋଇଥିଲା, ସେହି ପ୍ରଥମ ଦିନରୁ ସ୍ୱାମୀଜୀ ଶ୍ରୋତୃବର୍ଗର ସଂସ୍ପର୍ଶରେ ଆସିଥିଲେ । ଅପରାହ୍ନର ଶେଷ ଆଡ଼କୁ ସେ ଅଭ୍ୟର୍ଥନାର ଉତ୍ତର ଦେଲେ । ଯେତେବେଳେ ସେ ସରଳ ଭାରତୀୟ ସମ୍ବୋଧନ ମାଧ୍ୟମରେ ଆମେରିକାବାସୀଗଣଙ୍କୁ “ଭଗିନୀ ଓ ଭ୍ରାତା’ ବୋଲି ସମ୍ଭାଷଣ କଲେ, ଯେତେବେଳେ ସେହି ପ୍ରାଚୀ ସନ୍ନ୍ୟାସୀ ନାରୀଜାତିକୁ ପ୍ରଥମ ସ୍ଥାନ ଦେଲେ ଏବଂ ସମଗ୍ର ଜଗତକୁ ନିଜ ପରିବାର ବୋଲି ଘୋଷଣା କଲେ, ସେତେବେଳେ ସେହି ମହାସମେଳନରେ ଆନନ୍ଦର ଯେଉଁ ଶିହରଣ ସଞ୍ଚାରିତ ହୋଇଥିଲା, ତାହା ଶ୍ରୋତୃବର୍ଗଙ୍କ ନିକଟରୁ ମୁଁ ଅନେକ ଥର ଶୁଣିଛି । ସେମାନେ କହିଲେ, “ଆମର ସ୍ବଜାତୀୟ କୌଣସି ବ୍ୟକ୍ତି ଏପରି ଭାବରେ ଆମକୁ ସମ୍ବୋଧନ କରିବା କଥା ଭାବିପାରିଲେ ନାହିଁ ! ସେହି ମୁହୁର୍ଭରୁ ବୋଧ ହୁଏ ତାଙ୍କର ନିଶ୍ଚିତ ସାଫଲ୍ୟର ସୂଚନା ମିଳି ଥିଲା। ପରେ ସମ୍ମେଳନର ବ୍ୟବସ୍ଥାପକଗଣଙ୍କୁ, ଉଦବେବେଳିତ ଶ୍ରୋତୃବର୍ଗଙ୍କୁ କୌଶଳରେ ଶାନ୍ତ କରିବା ପାଇଁ ବହୁବାର କହିବାକୁ ପଡ଼ିଥିଲା ଯେ, ସେମାନେ ଯଦି ଧୈର୍ଯ୍ୟ ଧାରଣ କରି ଅପେକ୍ଷା କରନ୍ତି, ତାହାହେଲେ ସର୍ବଶେଷରେ ସ୍ୱାମୀଜୀ ଗୋଟିଏ ଗପ କହିବେ ବା ବକୃତା ଦେବେ । ଏହି ଭାଷଣସମୂହର କିଛି କିଛି ଅଂଶ ସୁରକ୍ଷିତ ହୋଇ ଏହି ପୁସ୍ତକରେ ଅନ୍ୟାନ୍ୟ ବକୃତାମଧ୍ୟରେ ସଂକ୍ଷିପ୍ତ ଭାଷଣରୂପେ ସନ୍ନିବେଶିତ ହୋଇଛି । ହିନ୍ଦୁ ଧର୍ମର ଇତିହାସରେ ଏହି ସମ୍ମେଳନ ଏପରି ଗୋଟିଏ ଯୁଗର ସୂଚନା କରିଛି, ଯାହାର ମୂଲ୍ୟ ଓ ଗୁରୁତ୍ୱ କାଳକ୍ରମେ ଆହୁରି ଗଭୀର ଭାବରେ ଉପଲବ୍ଧି କରାଯିବ । କେବଳ ବାହ୍ୟ ଚାକଚକ୍ୟ ଓ ଆଡ଼ମ୍ବରଦିଗରୁ ପ୍ରତିନିଧିମାନଙ୍କର ସମ୍ମେଳନ ସଭା ପ୍ରାରମ୍ଭରେ ଓ ଅବସାନରେ ଏପରି ଗୋଟିଏ ଦୃଶ୍ୟ ରଚନା କରିଥିଲା, ଯାହା ଆମର ସମସାମୟିକ କେହି ହେଲେ କେବେ ଦେଖି ନଥିବେ । କୋଟିକୋଟି ମାନବଙ୍କର ବିଭିନ୍ନ ଧର୍ମମତର ପ୍ରତିନିଧିଗଣ ମଞ୍ଚ ଉପରେ ଉପସ୍ଥିତ ଥିଲେ । ଦୃଶ୍ୟଟିକୁ ଯଥାଯଥ<noinclude></noinclude> tewrkgt9strs4v29bcoo7ah5p8aqqfv ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୨୦ 250 10074 54122 48191 2022-08-21T10:12:41Z Swetaketu20 1900 /* ପ୍ରମାଣିତ କରିବେ */ proofread-page text/x-wiki <noinclude><pagequality level="3" user="Swetaketu20" /></noinclude>୨୦ ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ରୂପରେ ଉପଲବ୍ଧ କରିବା ପାଇଁ ଆମେ ନିମ୍ନରେ ରେଭରେ ଜନ୍ମ ହେନରି ବ୍ୟାରୋଜଙ୍କ ଦ୍ୱାରା ପ୍ରଦତ୍ତ କାର୍ଯ୍ୟ-ବିବରଣୀର ପ୍ରାମାଣ୍ୟ-ଇତିହାସରୁ ଗୋଟିଏ ଅଂଶ ଉଦ୍ଧୄତ କରୁଛୁ । । “ନିର୍ଦ୍ଦିଷ୍ଟ ସମୟର ବହୁ ପୂର୍ବରୁ ପ୍ରାସାଦଟି ପ୍ରତିନିଧି ଓ ଦର୍ଶକମାନଙ୍କ ଦ୍ୱାରା ପୂର୍ଣ୍ଣ ହେଲା ଏବଂ କଲମ୍ବସ୍ ହଲରେ ଦେଶବିଦେଶର ବିଭିନ୍ନ ସ୍ଥାନରୁ ଆଗତ ଚାରି ହଜାର ଉସୁକ ଶ୍ରୋତୃବୃନ୍ଦ ଉପସ୍ଥିତ ହେଲେ । ଦଶଟାବେଳେ ବିଭିନ୍ନ ଜାତିର ଉଦୀୟମାନ ପତାକାତଳେ ବିଶାଳ ଜନତାର ଉଲ୍ଲାସ-ଧ୍ବନି ମଧ୍ୟରେ ଯେତେବେଳେ ବାରଟି ଧର୍ମର ପ୍ରତିନିଧୁଗଣ ହାତ ଧରାଧରି ହୋଇ ବାରଣ୍ଡା ଦେଇ ଆଗେଇ ଆସିଲେ, ସେତେବେଳେ ସଭାମଞ୍ଚଟି ଛବିଭଳି ଚିତ୍ତାକର୍ଷକ ରୂପ ଧାରଣ କଲା । କେନ୍ଦ୍ରସ୍ଥଳରେ ମାର୍କିନ୍ ଯୁକ୍ତରାଷ୍ଟ୍ରର ଗୀର୍ଜାର ପ୍ରଧାନ ଯାଜକ କାର୍ଡ଼ନାଲ୍ ଗିନସ୍ ଉଜ୍ଜଳ ରକ୍ତବର୍ଣ୍ଣ ବେଶରେ ସଜ୍ଜିତ ହୋଇ ଉଚ୍ଚାସନରେ ସମାସୀନ ହେଲେ । କଲମ୍ବସଙ୍କର ଏହି ସ୍ମୃତିବର୍ଷରେ ଯଥାଯୋଗ୍ୟ ବକ୍ତବ୍ୟ ଓ ପ୍ରାର୍ଥନା ଦ୍ୱାରା ସେ ସଭାର ଅଧିବେଶନ ଆରମ୍ଭ କଲେ । ତାଙ୍କର ଉଭୟ ପାର୍ଶ୍ବରେ ଉପବିଷ୍ଟ ପ୍ରାଚ୍ୟ ପ୍ରତିନିଧିଗଣଙ୍କର ନାନା ବର୍ଣ୍ଣର ପୋଷାକ ଉଜ୍ଜ୍ଵଳତାରେ ତାଙ୍କ ପୋଷାକର ସମତୁଲ୍ୟ ହୋଇଥିଲା । ବ୍ରାହ୍ମ, ବୌଦ୍ଧ ଓ ଇସଲାମ୍ ଧର୍ମାନୁଗାମୀଙ୍କ ମଧ୍ୟରେ ମନୋରମ ଉତ୍କଳ ରକ୍ତିମ ପୋଷାକ ପରିହିତ, ତାସୁବର୍ଣ୍ଣର ମୁଖମଣ୍ଡଳ, ଶୀର୍ଷରେ ହରିଦ୍ରା ବର୍ଣ୍ଣର ବୃହତ୍ ଉଷୀଷଭୂଷିତ ଭାରତର ବାଗ୍ନୀ ସନ୍ୟାସୀ ସ୍ୱାମୀ ବିବେକାନନ୍ଦ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତାଙ୍କ ପାର୍ଶ୍ୱରେ ପୀତ, ଲୋହିତ ଓ ଶୁଭ୍ରବେଶରେ ସଜ୍ଜିତ ଭାରତର ଏକେଶ୍ୱରବାଦୀ ବା ବ୍ରାହ୍ମ-ସମାଜର ବି:ବି:ନଗରକର ଓ ସିଂହଳର ବୌଦ୍ଧପଣ୍ଡିତ ଧର୍ମପାଳ ବସିଥିଲେ । ଧର୍ମପାଳ ଚାରିକୋଟି ସାତ ଲକ୍ଷ ପଚାଶ ହଜାର ବୌଦ୍ଧମାନଙ୍କର ଅଭିନନ୍ଦନ ବହନ କରି ଆଣିଥିଲେ ଏବଂ ତାଙ୍କର କୃଶ କ୍ଷୁଦ୍ର ଦେହଟି ଶୁଭ୍ର ପରିଚ୍ଛଦରେ ସଜିତ ଥିଲା ଏବଂ ତାଙ୍କ କୁଞ୍ଚିତ କୃଷ୍ଣ କେଶ ସ୍କନ୍ଧ ଉପରେ ଆସି ପଡୁଥିଲା । ସେଠାରେ ମୁସଲମାନ, ପାର୍ଶୀ ଓ ଜୈନ ଧର୍ମଯାଜକଗଣ ନିଜ ନିଜ ବିଚିତ୍ର ବର୍ଣ୍ଣ ଓ ଗତିଭଙ୍ଗୀ ନେଇ ଉପସ୍ଥିତ ଥିଲେ । ସେମାନେ ସମସ୍ତେ ନିଜ ନିଜ ଧର୍ମର ବ୍ୟାଖ୍ୟା ଓ ସମର୍ଥନ ପାଇଁ ତତ୍ପର ହେଲେ । ଜାପାନ ଓ ଚୀନର ଖ୍ୟାତାନାମା ବ୍ୟକ୍ତିବର୍ଗ ଇନ୍ଦ୍ରଧନୁର ବିଚିତ୍ର ବର୍ଣ୍ଣବିଶିଷ୍ଟ ରେଶମ ନିର୍ମିତ ଉଜ୍ଜଳ ଓ ମୁଲ୍ୟବାନ୍ ବେଶରେ ଶୋଭା ପାଉଥିଲେ । ସେମାନେ ବୌଦ୍ଧଧର୍ମ, ତାଓ-ଧର୍ମ, କିନଫୁସିଅସଙ୍କ ମତ ଓ ଶିକ୍ଟୋଧର୍ମର ପ୍ରତିନିଧିତ୍ବ କରୁଥିଲେ । ତପସ୍ଵୀ ପରି କୃଷ୍ଣବର୍ଣ୍ଣର ବେଶ ପରିଧାନ କରି ପ୍ରାଚ୍ୟ ପ୍ରତିନିଧିଙ୍କ ମଧ୍ୟରେ ଉପବିଷ୍ଟ ଥିଲେ ଶ୍ରୀ ପ୍ରତାପ ଚନ୍ଦ୍ର ମଜୁମଦାର । ଭାରତର ବ୍ରାହ୍ମ ସମାଜର ନେତା ମଜୁମଦାର ମହାଶୟ<noinclude></noinclude> eszop0kfish328r2krycfke8wl2twrj 54123 54122 2022-08-21T10:13:26Z Swetaketu20 1900 proofread-page text/x-wiki <noinclude><pagequality level="3" user="Swetaketu20" /></noinclude>୨୦ ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ରୂପରେ ଉପଲବ୍ଧ କରିବା ପାଇଁ ଆମେ ନିମ୍ନରେ ରେଭରେ ଜନ୍ମ ହେନରି ବ୍ୟାରୋଜଙ୍କ ଦ୍ୱାରା ପ୍ରଦତ୍ତ କାର୍ଯ୍ୟ-ବିବରଣୀର ପ୍ରାମାଣ୍ୟ-ଇତିହାସରୁ ଗୋଟିଏ ଅଂଶ ଉଦ୍ଧୄତ କରୁଛୁ । । “ନିର୍ଦ୍ଦିଷ୍ଟ ସମୟର ବହୁ ପୂର୍ବରୁ ପ୍ରାସାଦଟି ପ୍ରତିନିଧି ଓ ଦର୍ଶକମାନଙ୍କ ଦ୍ୱାରା ପୂର୍ଣ୍ଣ ହେଲା ଏବଂ କଲମ୍ବସ୍ ହଲରେ ଦେଶବିଦେଶର ବିଭିନ୍ନ ସ୍ଥାନରୁ ଆଗତ ଚାରି ହଜାର ଉତ୍ସୁକ ଶ୍ରୋତୃବୃନ୍ଦ ଉପସ୍ଥିତ ହେଲେ । ଦଶଟାବେଳେ ବିଭିନ୍ନ ଜାତିର ଉଦୀୟମାନ ପତାକାତଳେ ବିଶାଳ ଜନତାର ଉଲ୍ଲାସ-ଧ୍ବନି ମଧ୍ୟରେ ଯେତେବେଳେ ବାରଟି ଧର୍ମର ପ୍ରତିନିଧୁଗଣ ହାତ ଧରାଧରି ହୋଇ ବାରଣ୍ଡା ଦେଇ ଆଗେଇ ଆସିଲେ, ସେତେବେଳେ ସଭାମଞ୍ଚଟି ଛବିଭଳି ଚିତ୍ତାକର୍ଷକ ରୂପ ଧାରଣ କଲା । କେନ୍ଦ୍ରସ୍ଥଳରେ ମାର୍କିନ୍ ଯୁକ୍ତରାଷ୍ଟ୍ରର ଗୀର୍ଜାର ପ୍ରଧାନ ଯାଜକ କାର୍ଡ଼ନାଲ୍ ଗିନସ୍ ଉଜ୍ଜଳ ରକ୍ତବର୍ଣ୍ଣ ବେଶରେ ସଜ୍ଜିତ ହୋଇ ଉଚ୍ଚାସନରେ ସମାସୀନ ହେଲେ । କଲମ୍ବସଙ୍କର ଏହି ସ୍ମୃତିବର୍ଷରେ ଯଥାଯୋଗ୍ୟ ବକ୍ତବ୍ୟ ଓ ପ୍ରାର୍ଥନା ଦ୍ୱାରା ସେ ସଭାର ଅଧିବେଶନ ଆରମ୍ଭ କଲେ । ତାଙ୍କର ଉଭୟ ପାର୍ଶ୍ବରେ ଉପବିଷ୍ଟ ପ୍ରାଚ୍ୟ ପ୍ରତିନିଧିଗଣଙ୍କର ନାନା ବର୍ଣ୍ଣର ପୋଷାକ ଉଜ୍ଜ୍ଵଳତାରେ ତାଙ୍କ ପୋଷାକର ସମତୁଲ୍ୟ ହୋଇଥିଲା । ବ୍ରାହ୍ମ, ବୌଦ୍ଧ ଓ ଇସଲାମ୍ ଧର୍ମାନୁଗାମୀଙ୍କ ମଧ୍ୟରେ ମନୋରମ ଉତ୍କଳ ରକ୍ତିମ ପୋଷାକ ପରିହିତ, ତାସୁବର୍ଣ୍ଣର ମୁଖମଣ୍ଡଳ, ଶୀର୍ଷରେ ହରିଦ୍ରା ବର୍ଣ୍ଣର ବୃହତ୍ ଉଷୀଷଭୂଷିତ ଭାରତର ବାଗ୍ନୀ ସନ୍ୟାସୀ ସ୍ୱାମୀ ବିବେକାନନ୍ଦ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତାଙ୍କ ପାର୍ଶ୍ୱରେ ପୀତ, ଲୋହିତ ଓ ଶୁଭ୍ରବେଶରେ ସଜ୍ଜିତ ଭାରତର ଏକେଶ୍ୱରବାଦୀ ବା ବ୍ରାହ୍ମ-ସମାଜର ବି:ବି:ନଗରକର ଓ ସିଂହଳର ବୌଦ୍ଧପଣ୍ଡିତ ଧର୍ମପାଳ ବସିଥିଲେ । ଧର୍ମପାଳ ଚାରିକୋଟି ସାତ ଲକ୍ଷ ପଚାଶ ହଜାର ବୌଦ୍ଧମାନଙ୍କର ଅଭିନନ୍ଦନ ବହନ କରି ଆଣିଥିଲେ ଏବଂ ତାଙ୍କର କୃଶ କ୍ଷୁଦ୍ର ଦେହଟି ଶୁଭ୍ର ପରିଚ୍ଛଦରେ ସଜିତ ଥିଲା ଏବଂ ତାଙ୍କ କୁଞ୍ଚିତ କୃଷ୍ଣ କେଶ ସ୍କନ୍ଧ ଉପରେ ଆସି ପଡୁଥିଲା । ସେଠାରେ ମୁସଲମାନ, ପାର୍ଶୀ ଓ ଜୈନ ଧର୍ମଯାଜକଗଣ ନିଜ ନିଜ ବିଚିତ୍ର ବର୍ଣ୍ଣ ଓ ଗତିଭଙ୍ଗୀ ନେଇ ଉପସ୍ଥିତ ଥିଲେ । ସେମାନେ ସମସ୍ତେ ନିଜ ନିଜ ଧର୍ମର ବ୍ୟାଖ୍ୟା ଓ ସମର୍ଥନ ପାଇଁ ତତ୍ପର ହେଲେ । ଜାପାନ ଓ ଚୀନର ଖ୍ୟାତାନାମା ବ୍ୟକ୍ତିବର୍ଗ ଇନ୍ଦ୍ରଧନୁର ବିଚିତ୍ର ବର୍ଣ୍ଣବିଶିଷ୍ଟ ରେଶମ ନିର୍ମିତ ଉଜ୍ଜଳ ଓ ମୁଲ୍ୟବାନ୍ ବେଶରେ ଶୋଭା ପାଉଥିଲେ । ସେମାନେ ବୌଦ୍ଧଧର୍ମ, ତାଓ-ଧର୍ମ, କିନଫୁସିଅସଙ୍କ ମତ ଓ ଶିକ୍ଟୋଧର୍ମର ପ୍ରତିନିଧିତ୍ବ କରୁଥିଲେ । ତପସ୍ଵୀ ପରି କୃଷ୍ଣବର୍ଣ୍ଣର ବେଶ ପରିଧାନ କରି ପ୍ରାଚ୍ୟ ପ୍ରତିନିଧିଙ୍କ ମଧ୍ୟରେ ଉପବିଷ୍ଟ ଥିଲେ ଶ୍ରୀ ପ୍ରତାପ ଚନ୍ଦ୍ର ମଜୁମଦାର । ଭାରତର ବ୍ରାହ୍ମ ସମାଜର ନେତା ମଜୁମଦାର ମହାଶୟ<noinclude></noinclude> h0ns6khwm90ri5hlq3k7ei0ddf9js7x ବୈଦେହୀଶ ବିଳାସ/ବୋଇଲା, ବସି ପୁରେବଶ ଭୁତ ବାମରେ ଲଙ୍କେଶ 0 11364 54119 2022-08-20T16:49:49Z 43.241.194.205 "ରାଗ-କଳହଂସ କେଦାର ବୋଇଲା | ବସି ପୁରେ ବଶୀଭୂତ ବାମାରେ ଲଙ୍କେଶ ଯେ | ବିପତ୍ତି ଉତ୍ପତ୍ତି ଏ ସମ୍ପତ୍ତି ଗଲା ନାଶ ଯେ |୧ | ବୋଇଲା | ବଂଶତରୁ ପରା ବଂଶ ପଲ୍ଲବେ ତରୁଣ ଯେ | ବସନ୍ତ ରାମବଶରେ ହତ ପୁଣ ପୁ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ wikitext text/x-wiki ରାଗ-କଳହଂସ କେଦାର ବୋଇଲା | ବସି ପୁରେ ବଶୀଭୂତ ବାମାରେ ଲଙ୍କେଶ ଯେ | ବିପତ୍ତି ଉତ୍ପତ୍ତି ଏ ସମ୍ପତ୍ତି ଗଲା ନାଶ ଯେ |୧ | ବୋଇଲା | ବଂଶତରୁ ପରା ବଂଶ ପଲ୍ଲବେ ତରୁଣ ଯେ | ବସନ୍ତ ରାମବଶରେ ହତ ପୁଣ ପୁଣ ଯେ |୨ | lfe0r1l9b3d95sbt7l0pd6v89wwvxla 54120 54119 2022-08-20T16:55:29Z 43.241.194.205 wikitext text/x-wiki ରାଗ-କଳହଂସ କେଦାର ବୋଇଲା | ବସି ପୁରେ ବଶୀଭୂତ ବାମାରେ ଲଙ୍କେଶ ଯେ | ବିପତ୍ତି ଉତ୍ପତ୍ତି ଏ ସମ୍ପତ୍ତି ଗଲା ନାଶ ଯେ |୧ | ବୋଇଲା | ବଂଶତରୁ ପରା ବଂଶ ପଲ୍ଲବେ ତରୁଣ ଯେ | ବସନ୍ତ ରାମବଶରେ ହତ ପୁଣ ପୁଣ ଯେ |୨ | ବୋଇଲା | ବ୍ୟାଧିଭାବ ସୀତାଭାବ ହୃଦୟେ ଉଦୟେ ଯେ | ବିଶେଷେ ଶେଷ ହେବାର ଉପାୟ ନ ପାଏଁ ଯେ | ୩ | 8vkevi812vgbq3uqaxttplasvv1aklt