ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.39.0-wmf.25 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା ଗ୍ୟାଜେଟ ଗ୍ୟାଜେଟ ଆଲୋଚନା ଗ୍ୟାଜେଟ ସଂଜ୍ଞା ଗ୍ୟାଜେଟ ସଂଜ୍ଞା ଆଲୋଚନା ପୃଷ୍ଠା:Typical selections from Oriya literature.pdf/୪୧୯ 250 2512 54124 30580 2022-08-22T19:24:26Z Ssgapu22 248 proofread-page text/x-wiki <noinclude><pagequality level="1" user="Pmsarangi" />{{rh||ଓଡ଼ିଆ ସାହିତ୍ୟ-ପରିଚୟ|୩୮୧}}</noinclude>ଚତୁର୍ଥ ଛାନ୍ଦ ରାଗ ଆହାରୀ କର୍ଣ୍ଣ ଦେଇ ଶୁଣ ଆହେ ସାଧୁଜନେ । କୁମାରଙ୍କ ଜନମିଲା କେତେଦିନେ । କୁଚକୁମ୍ଭେ ଦେଇ କାଳକୂଟ ବିଷ । କ୍ରୂରକର୍ମଣୀ ପୂତନା ପରବେଶ । କଳା କୁଟିଳ କୁନ୍ତଳେ ଖୋସା ଖୋସି । କମନୀୟ ଫୁଲମାନ ଅଛି ମିଶି । କପାଳରେ ସିନ୍ଦୂରମଣ୍ତଳ ଚିତା । କଟାକ୍ଷରେ ମୋହୁଅଛି ଊର୍ଦ୍ଧ୍ୱରେତା । କର୍ଣ୍ଣେ ତାଟଙ୍କ ଭ୍ରମରୀ ଫୁଲ ଶୋହେ । କଣ୍ଠେ କଣ୍ଠ-ଆଭରଣମାନ ବ‌ହେ । କରି ତାମ୍ବୁଳବୋଳରେ ଓଷ୍ଠ ରଙ୍ଗ । କରୁଅଛି ପୁରୁଷଙ୍କ ଧୈର୍ଯ୍ୟ ଭଙ୍ଗ । କରି ନାସା ଆଭରଣ ନାସାପୁଟେ । କଜ୍ଜଳ ପରିପୂରିତ ନେତ୍ରତଟେ । କର୍ଣ୍ଣସରି ଯାଏ ଲାଗିଅଛି ଲାଞ୍ଜି । କାମୀ ଦେଖିଲେ ହୋଇବେ କାମେ ଗଞ୍ଜି । କରେ ତାଡ଼ ଚୁଡ଼ୀ କଳିଆରୀ ରାଜେ । କିଣି କିଣି ପାହୁଡ଼ ଚରଣେ ବାଜେ । କରତଟେ ଡ଼ଉଁରିଆ ମାଳି ବାନ୍ଧି । କଳାମେଘି ଶାଢ଼ୀଏକ ଅଛି ପିନ୍ଧି । କରିବରଗତି ପ୍ରାୟେ ଗତିଭଙ୍ଗୀ । କି ସେ ମନମଥମହାନ‌ଦୀ-ଡ଼ଙ୍ଗୀ । କେତେବେଳେ କୋଣିଆଁଇ ଚାହେଁ ବାଳୀ । କାଖେ ଘେନି ଅଛି ବିଷଲଡ଼ୁ ଥାଳୀ । କେହୁ କାହାକୁ ପଚାରେ ଡାକି କରି । କାହାର ଏ ଅପୂରୁବ ଯୁବାନାରୀ । କେ ବୋଲଇ ହୋଇବ ଏ ଅପସରା । କେଉଁ ଯୁବତୀ ନୋହିଲେ ଏଡ଼େ ତୋରା । କେ ବୋଲଇ ଧନ୍ୟ ଏହୁ ରୂପରାଶି । କାହିଁ ବିହି ଏହା ଗଢ଼ିଥିଲା ବସି ।<noinclude></noinclude> 5rvt1akl5xxtgmdp2fnvvvs0hklsxhd