ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.39.0-wmf.26
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
ଗ୍ୟାଜେଟ
ଗ୍ୟାଜେଟ ଆଲୋଚନା
ଗ୍ୟାଜେଟ ସଂଜ୍ଞା
ଗ୍ୟାଜେଟ ସଂଜ୍ଞା ଆଲୋଚନା
ପୃଷ୍ଠା:Typical selections from Oriya literature.pdf/୪୨୨
250
2509
54128
30583
2022-08-25T08:55:47Z
Ssgapu22
248
proofread-page
text/x-wiki
<noinclude><pagequality level="1" user="Pmsarangi" />{{rh|୩୮୪|ଓଡ଼ିଆ ସାହିତ୍ୟ-ପରିଚୟ|}}</noinclude><poem>
କେଉଁ ଛଟକେ ମନ୍ଦିରେ ପଶଇ । କି କରି ସର ଲବଣୀ ଭକ୍ଷଇ ।
କାହିଁ ମୁଁ; ଦେଖି ନାହିଁ ଏପୁଅ । କ୍ରୋଧରେ ହସାଇ ଆରମ୍ଭି ଛୁଅ ।
କନ୍ଦାଇ ହସାଇ ବିନା କାରଣେ । କିକି କରି ଚାହେଁ ନୟନକୋଣେ ।
କିଳକିଞ୍ଚିତ ଭାବକୁ ବଢ଼ାଇ । କହୁଁ କହୁଁ ମୋଟ୍ଟାଇତକୁ ପାଇଁ ।
କାଲିତ; ଆମ୍ଭ ଆଗରେ ଜାତ । କାହୁଁ ଶିଖିଲେ ଏ ଏତେ ଚରିତ ।
କହୁଁ କହୁକ୍ଷ ଗୋପୀ ଏହି ପ୍ରସଙ୍ଗ । କି କି ହୋଇ ମିଳିଗଲେ ଶ୍ରୀରଙ୍ଗ ।
କରେ ଧରି ନବନୀତ ସମ୍ବଳ । କରୁଛନ୍ତି କଳେ କଳେ କବଳ ।
କୁଟିଳ; ନୀଳ ଅଳକା ଲୁଳେ । କମଳେ ଶୋଭା ଯେହ୍ନେ ଶଇବାଳେ ।
କଳାକଳେବର ଧୂଳିଧୂସର । କଟିରେ କିଙ୍କିଣୀ ନାହିଁ ଅମ୍ବର ।
କାକର ପ୍ରାୟ ଝାଳ ବିନ୍ଦୁ ବିନ୍ଦୁ । କଳିତ କରିଛି ଶ୍ରୀମୁଖ ଇନ୍ଦୁ ।
କମଳେ, ଭୃଙ୍ଗ ଖେଳିଲା ପ୍ରାୟେ । କଳାଡ଼ୋଳା ଚଳେ ଅପାଙ୍ଗଯାଏ ।
କୃଷ୍ଣକୁ ଦେଖି ଡ଼ାକିଲେ ଯୁବତି । କେ ବୋଲେ ଆସ ହେ ସୁଖସମ୍ପତ୍ତି ।
କୁଞ୍ଜନୟନ ଅଳକା-ବଳୀୟା । କୁମୁଦଦାନୀ ଘନଶ୍ୟାମଳୀୟା ।
କଣ୍ଠର; ଦିବ୍ୟ ମର୍କତମଣି । କର ନାଟ ଆମ୍ଭେ ଦେବୁଁ ଲବଣୀ ।
କରେ ଗୋପୀମାନେ ଧଇଲେ ଢାଳି । କମଳନୟନ ନାଚନ୍ତି ଢଳି ।
କଟିକିଙ୍କିଣୀ କିଣି କିଣି ବାଜେ । କନକନୂପୁର ଚରଣେ ସାଜେ ।
କହିବି; କେତେ ସେ ନାଟଛବି । କବି ଜଡ଼ ହୋଇ ରହେ ଯା ଭାବି ।
କେ ନେଇ ଶ୍ରଦ୍ଧାରେ ଦିଅନ୍ତି ସର । କରନ୍ତି ମଣୋହି ଶ୍ରୀଦାମୋଦର ।
କେ ବୋଲଇ ମୁଁ ଲୁଛିଯାଇଁ କିନା । କେ ବୋଲେ ଶ୍ରୀଅଙ୍ଗ ଫୁଟିବ ସିନା ।
କର ଯା ; ବିଜେ ଘରକୁ ଏବେ । କାତର ହୋଇ ମାଏ ଲୋଡ଼ୁଥିବେ ।
କେଉଁ ଗୋପୀ କରେ ଲବଣୀ ଦେଇ । କାଖରେ ବସାଇ ପୁରକୁ ନେଇ ।
କରେ ଯଶୋଦାଙ୍କ ଆଗରେ ଉଭା । କେ କହିବ ଅବା ସେକାଳ ଶୋଭା ।
କୋଳରେ; ମାଏ ଧଇଲେ ନେଇ । କାହିଁଥିଲୁ ବୋଲି ଚୁମ୍ବନ ଦେଇ ।
କରି ଶ୍ରୀଅଙ୍ଗେ ତଇଳ ମର୍ଦ୍ଦନ । କଲେ ଝୀନବସନରେ ମାର୍ଜନ ।
କଉଷେୟକାଛ ପିନ୍ଧାଇ ଦେଇ । କରପଦ୍ମେ ଦିବ୍ୟ ଅନ୍ନ ଭୁଞ୍ଜାଇ ।
କରାଇ; ଆଚମନ ସଧୀରେ । କଲେ ଶ୍ରୀମୁଖପୋଛା ବସନରେ ।
କେତେ କହିବି ବାଳଲୀଳା-ଭାବ । କହିଲେ ପଦ ବହୁତ ହୋଇବ ।
କଳପେ ବସି କଳପିଲେ ଯାହା । କହି ନ ପାରିବେ ଗିରିଜାନାହା ।
କୋଟିଏ; କୋଟି କୀଟେ ମୁଁ ଏକ । କେତେ ମୋର ବୁଦ୍ଧି କେତେ ବିବେକ ।
କେ ଅବା ଲେଖିବ ଗଗନତାରା । କେ ଅବା ଗଣିବ ବରଷାଧାରା ।
କେ ସଂଖ୍ୟା କରିବ ସିନ୍ଧୁଲହରୀ । କେ ପାରିବ ପୟୋନିଧି ପହଁରି ।
କେ ଅବା; ଏହା କରି ପାରିବ । କୃଷ୍ଣମହିଁମା କହି ନ ପାରିବ ।
କୃଷ୍ଣନାମରେ ପାପ କ୍ଷୟ ଯେତେ । କରି ନ ପାରେ ପାପୀ ପାପ ତେତେ ।
</poem><noinclude></noinclude>
t41sbnr7fk8et0jrl0pwjl8aemux8u9
ପୃଷ୍ଠା:Typical selections from Oriya literature.pdf/୪୨୧
250
2510
54127
30582
2022-08-24T17:28:19Z
Ssgapu22
248
proofread-page
text/x-wiki
<noinclude><pagequality level="1" user="Pmsarangi" />{{rh||ଓଡ଼ିଆ ସାହିତ୍ୟ-ପରିଚୟ|୩୮୩}}</noinclude><poem>କମ୍ବୁ କଣ୍ଠେ କଣ୍ଠଭୂଷଣ ଶୋହେ । କରେ କଙ୍କଣ ଜଗଜ୍ଜନ ମୋହେ ।
କଜ୍ଜଳେ ପୂରିତ ବେନି ଲୋଚନ । କୋକିଳକୁ ଜିଣେ କଳବଚନ ।
କୁଙ୍କୁମେ; ଶୋଭା କଳା ଶ୍ରୀଅଙ୍ଗ । କରେ ଉପହାସ କୋଟିଅନଙ୍ଗ ।
କେତେବେଳେ ନନ୍ଦପ୍ରାଙ୍ଗଣେ ବୁଲି । କରିକଲଭ ପରା ହୋଇ ଝୁଲି ।
କେତେବେଳେ ଧୂଳି ହୁଅନ୍ତି ବୋଳି । କରେ ଝାଡ଼ି ମାଏ ହୁଅନ୍ତି ଚଳି ।
କାନ୍ଦନ୍ତି ; ବାଣୀ କର୍କଶ ପାଇ । କପଟେ ଯଶୋଦା ଶାନ୍ତ କରାଇ ।
କେତେବେଳେ ପଙ୍କେ ପଡ଼ନ୍ତି ଯାଇଁ । କର ହୃଦେ ମାରି ଯଶୋଦା ଧାଇଁ ।
କର କର ହୋଇ ଗୋପୀ ହସନ୍ତି । କରେ ତୋଳି ଯଶୋଦାଙ୍କୁ ଦିଅନ୍ତି ।
କିରାନ୍ତି ; କ୍ଷୀରପାନ ଜନନୀ । କଉତୁକରେ କେ ଯାଆନ୍ତି ଘେନି ।
କରନ୍ତି ଗେଲ ନାନା ସୁଖ ପାଇ । କେହୁ ବୋଲଇ ମୋର ବାପ ଭାଇ ।
କଞ୍ଜଲୋଚନୀୟା କଳାକହ୍ନାଇ । କଳାମୁଖରୁ ଲୁଛି ହୋଇ ଯାଇ ।
କାହିଁକି ; କାନ୍ଦୁଥାଅ ମୋ ଧନ । କେ ଏତେ ତୁମ୍ଭଙ୍କୁ କରାଏ ମାନ ।
କେ ବୋଲେ ନବଘନଶ୍ୟାମଳୀୟା । କୁଟିଳ-ନୀଳ-ଚୂର୍ଣ୍ଣକୁନ୍ତଳୀୟା ।
କଣ୍ଠର ଅମୂଲ୍ୟ ମର୍କତମାଳି । କୋଟିଦୁଃଖହାରୀ ସୁଖସଙ୍ଖାଳି ।
କପଟୀ; ଧ୍ୟାୟୀ-ପରାଣଖିୟା । କୂଟମନ୍ଦିର ଏ ବାଘନଖୀୟା ।
କେ ବୋଲେ ମୋହର କୁସୁମଗଭା । କଜ୍ଜଳରେଖା ମୋ-ନୟନଶୋଭା ।
କପାଳର ଚାରୁ କସ୍ତୁରୀଚିତା । କୁଳଉଦ୍ଧାରଣ ଯଶୋଦା-ମାତା ।
କାହିଁରେ; ନନ୍ଦ କଲେ କି ତପ । କେଉଁଭାଗ୍ୟରୁ ପାଇଲେ ଏରୂପ ।
କାହା-କାଖରୁ କେ ଛଡ଼ାଇ ନେଇ । କୋଳେ ଧରି ମୁଖେ ଚୁମ୍ବନ ଦେଇ ।
କରେ ତୋଳି କୁଚଶିରେ ଲଗାଇ । କମଳ-ଚରଣଶୀତଳ ପାଇଁ ।
କରଇ; ନନ୍ଦ ଚନ୍ଦ୍ର ଚନ୍ଦାନ । କିଗୁଣରୁ ଏହା କରି ବନ୍ଦନ ।
କରନ୍ତି ଏହିରୂପେ ଭାବ କେତେ । କହିବାକୁ ସେ ଅଗୋଚର ମୋତେ ।
କଳି ନୁହଇ ସମୁଦ୍ରତରଙ୍ଗ । କମଳନେତ୍ର ବାଳଲୀଳାରଙ୍ଗ ।
କଲେ ସେ; ଦିନେ କିରୂପେ ଗୋଳ । କ୍ରୋଧେ ଯଶୋଦା ଖଟାଇଲେ ରୋଳ ।
କମଳକୁମାର-କୁମାର ଶାପେ । କୁବେରପୋଏ ଥିଲେ ବୃକ୍ଷରୂପେ ।
କଇବଲ୍ୟଦାନୀ ଯଶୋଦାସୁତ । କଲେ ତାଙ୍କୁ ଲୀଳାମାତ୍ରେ ମୁକତ ।
କେତେହେଁ; ଦିନେ ଚାଲିଲେ ହରି । କରି ଆନନ୍ଦ ଜାତ ଗୋପପୁରୀ ।
କ୍ରମେ କରି ସଖାମାନଙ୍କୁ ସଙ୍ଗ । କଉତୁକେ ଦିନ ନେଲେ ଶ୍ରୀରଙ୍ଗ ।
କେଉଁ ପୁରେ ପଶି ଲବଣୀ ହରି । କାହିଁ ଦହି ଦୁଧ ଏକତ୍ୱ କରି ।
କେ ଯାଇଁ; ଯଶୋଦାଙ୍କୁ କହନ୍ତି । କେ ଅବା ସ୍ନେହଭାବରେ ସହନ୍ତି ।
କେଉଁ ଗୋପୀ କୋପେ ବୋଲଇ ଶୋକେ । କେମନ୍ତେ ଆଉ ରହିବା ଏ ଲୋକେ ।
କୃଷ୍ଣ ପ୍ରତାପ ତ ନୋହିଲା ସହି । କେ ଅବା ଶୁଣିବ କହିବା କାହିଁ ।
କଂସକୁ; ଯେବେ ନୋହିଲା ଭୟ । କେଉଁ ଲୋକ ଏଥି ହୋଇବ ଥୟ ।
କାଳଯାକ ହେଲା ଗୋପରେ ଡ଼କା । କଅଁଳା ପୁଅର ଚୋରୀ ଜୀବିକା ।
</poem><noinclude></noinclude>
hq2rjy03wvynoorrd0ozo9vc8g1bbpx