ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.39.0-wmf.26
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
ଗ୍ୟାଜେଟ
ଗ୍ୟାଜେଟ ଆଲୋଚନା
ଗ୍ୟାଜେଟ ସଂଜ୍ଞା
ଗ୍ୟାଜେଟ ସଂଜ୍ଞା ଆଲୋଚନା
ପୃଷ୍ଠା:Typical selections from Oriya literature.pdf/୪୨୪
250
2507
54132
30585
2022-08-27T17:26:19Z
Ssgapu22
248
proofread-page
text/x-wiki
<noinclude><pagequality level="1" user="Pmsarangi" />{{rh|୩୮୬|ଓଡ଼ିଆ ସାହିତ୍ୟ-ପରିଚୟ|}}</noinclude>କେଉଁ ଉପମା, କରି ଜାନୁ ଜଙ୍ଘ ଯୁଗକୁ ।
କରିକଲଭର କରକୁ ଧିକ୍କାର ଶିଶୁ ମରକତ-ରମ୍ଭାକୁ ।
କେମନ୍ତ ମଧ୍ୟମ ଅତି ମନୋରମ ଦିଶେ ବିପୁଳବକ୍ଷସ୍ଥଳ ।
କୁବଳୟମାଳେ କୋକନଦ ଝୁମ୍ପାପ୍ରାୟେ ଶୋଭା ବାହୁ ଯୁଗଳ ।
କେବେ ନୋହିବ, କଥନ କଣ୍ଠ କର୍ଣ୍ଣ ନାସା ।
କବି କବି ହୋଇ କହିବି ବୋଇଲେ ମୁଖରୁ ନ ଆସିବ ଭାଷା ।
କଳଙ୍କ ରହିତ କଳାକରଜିତ ଶ୍ରୀମୁଖ ସୁଖ-ନିକେତନ ।
କେତେକାଳ ବିହି କଉତୁକ ବହି ଗଢ଼ିଲା ଏ ରୂପ ରତନ ।
କରିଥିଲେ ହେଁ, କୁମାର ଦଇବ ଆମ୍ଭର ।
କରନ୍ତାଇ ଇଷ୍ଟ ଦେବତାରୁ ଶ୍ରେଷ୍ଠ ବସାଇଁ ପଲଙ୍କ ଉପର ।
କେମନ୍ତ ସୁନ୍ଦର କଳା-କଳେବର କେମନ୍ତ ସୁରଙ୍ଗ ଅଧର ।
କେମନ୍ତ ନୟନ କଟାକ୍ଷର ଧନ୍ୟ ଲଲାଟପାଟୀ ମନୋହର ।
କେଡ଼େ ଯତନେ, କହିବା ହସି ଚତୁରତା ।
କେମନ୍ତପ୍ରକାରେ ନାଚଇ ସଧୀରେ କାମଧନୁ ଜିଣି ଭ୍ରୁଲତା ।
କମଳସମ୍ଭବ ଭବ ଆଦି ଦେବ ସ୍ତୁତି ଯାହାକୁ ତୁଚ୍ଛମାତ୍ର ।
କମଳୀ ଧବଳୀ ନୀଳୀ କୁଞ୍ଜଗଳୀ ଗାଇ ଡ଼ାକିବାକୁ ସେ ପାତ୍ର ।
କାଳ ବଳରେ, କାହାରି ଆୟତ୍ତ ନ ଥାଇ ।
କେମନ୍ତ ନୋହିଲେ ଶ୍ରୀବନ୍ତ ହୋଇ ସେ କନ୍ଧେ ପଶୁରଜ୍ଜୁ ବହଇ ।
କେ ବୋଲଇ ବଡ଼ ହେଲେହେଁ ଗଉଡ଼ଘରେ ବଢ଼ିଲେ ଯେତେବେଳୁଁ ।
କଠାଉ ଦଉଡ଼ୀ ଶିକା ଭାର ବାଡ଼ୀ ଆସ୍ଥା ହେଲାଣି ତେତେବେଳୁଁ ।
କାହୁଁ ଖାଇବେ, କହ ନ ରଖିଲେ ଗୋଧନ ।
କେ ବୋଲେ ଯେ ଯାହା ଜୀବିକା ସେ ତାହା ନ କଲେ କେହିଁ ନେବ ଦିନ ।
କମଳନୟନ ବନକୁ ଗମନ କରନ୍ତେ ପଡ଼େ ଏହି କଥା ।
କେ ହୋଏ ହରଷ କେ ହୋଏ ବିରସ କେ ଲଭେ ମନେ ମହାବ୍ୟଥା ।
କାମପାଳଙ୍କୁ, କେଶବ ଘେନି ସଙ୍ଗତରେ ।
କଉତୁକେ ବତ୍ସା ରଖୁଁ ରଖୁଁ ବତ୍ସାସୁରକୁ ପିଟିଲେ ବୃକ୍ଷରେ ।
କେତେଦିନେ ହରି ବକଥଣ୍ଟ ଚିରି କାଳ-ସଦନ ଦେଖାଇଲେ ।
କରି ଗୋପସୁତମାନଙ୍କୁ ଚକିତ ବିଚିତ୍ର ମନେ ରଖାଇଲେ ।
କ୍ରମେ ବିନାଶ, କଲେ ସେ ଅଘା-ଅସୁରକୁ ।
କଳୁଷ ପକାଇ ସୁରପୁରେ ଯାଇ ସମାନ ହୋଇଲା ସୁରକୁ ।
କଳା ଧଳା ବେନି ଭାଇ ବଡ଼ ଦାନୀ ଧାର୍ମିକ ବିବେକ ସୁଶୀଳ ।
କାଳକୁ କବଳ କରିଦେଲେ ତାଳ ପରାଏ ତାଳବନପାଳ ।
କରି ଅସୁର, କୁଳକୁ ନିର୍ମୂଳ କେଶବ ।
କୁଞ୍ଜକାନନରେ ବରଜସଙ୍ଗରେ କରନ୍ତି ନାନାରୂପେ ଭାବ ।<noinclude></noinclude>
otjwo7my5yt89ridjopuzo41zlanef7