ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.47.0-wmf.24 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା Event Event talk ପୃଷ୍ଠା:Adbhut Parinam (M Rath, 1915).pdf/୬୫ 250 12744 59707 59706 2026-10-23T16:19:37Z Ssgapu22 248 59707 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ବନ - ତୁମ୍ଭେ ଜାଣ ନାହିଁ । ଆଜି ପରା ଏପ୍ରିଲ ଫୁଲ ଦିନ - ଆଜି ବନ୍ଧୁମାନେ ଅବାଧରେ କେତେ ମଧୁର ଖେଳ ଖେଳନ୍ତି । ଏହା କହୁଁ କହୁଁ ସେ ଆସନରୁ ଉଠି ଜ୍ୟେଷ୍ଠପୁତ୍ରର ହାତ ଧରି ସେଆଡ଼କୁ ଅଗ୍ରସର ହେଲେ । କନିଷ୍ଠଟି ଜନନୀର ଅଙ୍କାସମରେ ଥାଇ ସେଠାକୁ ପଛେ ପଛେ ନୀତ ହେଲା । ଡକର ବାଡ଼କୁ ଆଉଜି ଲିଲି କେତେବେଳେ ସୂର୍ଯ୍ୟୋଦୟର ଦୃଶ୍ୟ-କେବେ ଆକାଶର ଦୃଶ୍ୟ-କେବେ ବା ଆକାଶ ସାଗର ମିଳନର ଦୃଶ୍ୟ-କେବେ ସମୁଦ୍ରଲହରୀର-କେବେ ବା ଭାସମାନ କ୍ଷୁଦ୍ରପୋତର ଦୃଶ୍ୟ ଏବଂ ବେଳେ ବେଳେ ତରଙ୍ଗୋଥିତ ଜଳଜନ୍ତୁର ଦୃଶ୍ୟ ଦେଖିବାକୁ ଲାଗିଲେ । ମାତ୍ର ଜିଘାଂସୁ ଜନମୋହନ କେବଳ ପତ୍ନୀର ଇଙ୍ଗିତ, ମନର ଗତି କଳନା କରି ଭିନ୍ନ ଦୃଶ୍ୟ ଦେଖୁଥିଲେ । ଶେଷକାଳରେ ସେହି ସବାଳବସ୍ଥା ଜନନୀ ଅଧୋବଦନରେ ସମୁଦ୍ରପୃଷ୍ଠରେ ସ୍ଥିର ଦୃଷ୍ଟି ନିକ୍ଷେପ କରି ଦେଖିଲେ ଯେ ତରଙ୍ଗ ଉପରେ ତରଙ୍ଗମାନ<noinclude></noinclude> s5hg01035xcjlual2k91yksm8pt41kq