ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.47.0-wmf.24
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
Event
Event talk
ପୃଷ୍ଠା:Adbhut Parinam (M Rath, 1915).pdf/୬୫
250
12744
59708
59707
2026-10-24T15:10:24Z
Ssgapu22
248
59708
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>ବନ - ତୁମ୍ଭେ ଜାଣ ନାହିଁ । ଆଜି ପରା ଏପ୍ରିଲ ଫୁଲ ଦିନ - ଆଜି ବନ୍ଧୁମାନେ ଅବାଧରେ କେତେ ମଧୁର ଖେଳ ଖେଳନ୍ତି ।
ଏହା କହୁଁ କହୁଁ ସେ ଆସନରୁ ଉଠି ଜ୍ୟେଷ୍ଠପୁତ୍ରର ହାତ ଧରି ସେଆଡ଼କୁ ଅଗ୍ରସର ହେଲେ । କନିଷ୍ଠଟି ଜନନୀର ଅଙ୍କାସମରେ ଥାଇ ସେଠାକୁ ପଛେ ପଛେ ନୀତ ହେଲା । ଡକର ବାଡ଼କୁ ଆଉଜି ଲିଲି କେତେବେଳେ ସୂର୍ଯ୍ୟୋଦୟର ଦୃଶ୍ୟ-କେବେ ଆକାଶର ଦୃଶ୍ୟ-କେବେ ବା ଆକାଶ ସାଗର ମିଳନର ଦୃଶ୍ୟ-କେବେ ସମୁଦ୍ରଲହରୀର-କେବେ ବା ଭାସମାନ କ୍ଷୁଦ୍ରପୋତର ଦୃଶ୍ୟ ଏବଂ ବେଳେ ବେଳେ ତରଙ୍ଗୋଥିତ ଜଳଜନ୍ତୁର ଦୃଶ୍ୟ ଦେଖିବାକୁ ଲାଗିଲେ । ମାତ୍ର ଜିଘାଂସୁ ଜନମୋହନ କେବଳ ପତ୍ନୀର ଇଙ୍ଗିତ, ମନର ଗତି କଳନା କରି ଭିନ୍ନ ଦୃଶ୍ୟ ଦେଖୁଥିଲେ । ଶେଷକାଳରେ ସେହି ସବାଳବସ୍ଥା ଜନନୀ ଅଧୋବଦନରେ ସମୁଦ୍ରପୃଷ୍ଠରେ ସ୍ଥିର ଦୃଷ୍ଟି ନିକ୍ଷେପ କରି ଦେଖିଲେ ଯେ ତରଙ୍ଗ ଉପରେ ତରଙ୍ଗମାନ ଆସି ସେହିଠାରେ ଚୂର୍ଣ୍ଣିତମସ୍ତକ ହୋଇ ଶୁଭଶ୍ରୀକର ମୁକ୍ତାବଳୀ ପ୍ରକ୍ଷେପ କରୁଅଛି । ଦେଖୁ ଦେଖୁ ଅତି ରଙ୍ଗ ତରଙ୍ଗମାନ ସେଠାରେ ବିଲୟ ପ୍ରାପ୍ତ ହେଉଅଛି । ସେହି ଅକୂଳ ତରଙ୍ଗାୟିତ ବକ୍ଷରେ ଭାସମାନ କ୍ଷୁଦ୍ରତରୀମାନ କ୍ଷଣେ ନଗ୍ନ-କ୍ଷେଣ ମଗ୍ନ-କ୍ଷଣକେ ପୁଣି ଭଗ୍ନ ଅବସ୍ଥା ଭଜି ପୋତଚାଳକଙ୍କୁ ଆକୁଳିତ କରୁଅଛି । ଲିଲି ଭାଳିବାକୁ ଲାଗିଲେ, ଭବସିନ୍ଧୁ ଏହିପରି ଭୟଙ୍କର ସିନା ! ଦୃଶ୍ୟ ନିରୀକ୍ଷଣ କରୁ କରୁ ତାହାଙ୍କର<noinclude></noinclude>
kcxf94ywxcswr1zfisex8kh0xx5ofza