ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.47.0-wmf.24
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
Event
Event talk
ପୃଷ୍ଠା:Adbhut Parinam (M Rath, 1915).pdf/୬୬
250
12745
59710
59709
2026-10-26T15:36:10Z
Ssgapu22
248
59710
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>ବାହ୍ୟଜ୍ଞାନ କ୍ରମଶଃ ଅପସୃତ ହେବାକୁ ବସିଲା । ନିଷ୍ଠୁର ନିର୍ମମ ଜନମୋହନ ବେଳକାଳ ଉଣ୍ଡି ଆପଣାର ଚିର ଅଭୀପ୍ସିତ କର୍ମ ସମ୍ପାଦନରେ ଅଗ୍ରସର ହେଲେ । ଏଥି ମଧ୍ୟରେ ଥରେ ଦିଥର ଉଦ୍ୟତ ହୋଇ ସୁଦ୍ଧା ହସ୍ତ ସଙ୍କୁଚିତ କଲେଣି । କିନ୍ତୁ ସେଥି ପ୍ରତି କାହାରି ଦୃଷ୍ଟି ନାହିଁ । ଶେଷରେ ସିଦ୍ଧାନ୍ତ ହେଲା, ଆଉ ବିଳମ୍ବ କାହିଁକି? ଏହାର ଅଚିର ମରଣରେ ତ ନାରୀରତ୍ନଲାଭ ହେବ ! କ୍ରୀଡ଼ା ଛଳନାରେ ଯାହା କରାଯାଏ, ତାହା ତ ନୃଶଂସ କର୍ମ ନୁହେ ! ହଠାତ୍ ସେହି ନିସ୍ତବ୍ଧ ଭାବ ମଧ୍ୟରେ ଜିଘାଂସୁ ସ୍ୱାମୀ କହି ପକାଇଲେ - ଦେଖ ଲିଲି ! ମୁଁ ତୁମ୍ଭ ସଙ୍ଗରେ ଏପ୍ରିଲ ଫୁଲ ଖେଳିଲି ! କହି ତାହାର ନିତମ୍ବ ଦେଶରେ ହାତ ଦେଇ ସେତୁ ପୃଷ୍ଠରୁ ପାଦ ଦୁଇଟିକୁ ଉଠାଇ ଦିଅନ୍ତେ ଅଧୋମୁଖରେ ସବତ୍ସା ଜନନୀ ସମୁଦ୍ରରେ ପତିତ ହେଲେ ! ପଡ଼ିବା ମାତ୍ରକେ ଅନ୍ୟମନସ୍କା ଜନନୀର ବକ୍ଷଦେଶରୁ ଶିଶୁଟି ସମୁଦ୍ରଗର୍ଭସାତ୍ ହେଲା । ଲୀଳାବତୀ ଉଦ୍ଧାର ଲାଗି ବ୍ୟାକୁଳ ଭାବରେ ହସ୍ତ ଉତ୍ତୋଳନ କରି ମସ୍ତକ ଦେଖାନ୍ତେ ନିର୍ମମ ସ୍ୱାମୀ ତାହାର ଜୀବନରକ୍ଷାରେ ପ୍ରତିକୁଳ ହୋଇ ପାର୍ଶ୍ୱସ୍ଥିତ ଗୋରୁଦ୍ୟାମାନ ଜ୍ୟେଷ୍ଠ ପୁତ୍ରଟିକୁ ମଧ୍ୟ (ତାହାର ପୁନଃ ପୁନଃ କାତର ପ୍ରାର୍ଥନା ନ ମାନି) ଉପରକୁ ନିକ୍ଷେପ କଲେ । ତତ୍କ୍ଷଣାତ୍ ପୁତ୍ରବତ୍ସଳା ମାତା ତାହାକୁ ଆଲିଙ୍ଗନ କରିପକାଇଲେ ସତ୍ୟ, କିନ୍ତୁ ଅଧିକକ୍ଷଣ ନୁହେ ।<noinclude></noinclude>
srzcv1grqxd8ldwgjrl4vswthrraqes