ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.39.0-wmf.26 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା ଗ୍ୟାଜେଟ ଗ୍ୟାଜେଟ ଆଲୋଚନା ଗ୍ୟାଜେଟ ସଂଜ୍ଞା ଗ୍ୟାଜେଟ ସଂଜ୍ଞା ଆଲୋଚନା ପୃଷ୍ଠା:Typical selections from Oriya literature.pdf/୪୨୫ 250 2495 54133 30586 2022-08-28T15:30:22Z Ssgapu22 248 proofread-page text/x-wiki <noinclude><pagequality level="1" user="Pmsarangi" />{{rh||ଓଡ଼ିଆ ସାହିତ୍ୟ-ପରିଚୟ|୩୮୭}}</noinclude><poem> କେ କେକୀ ପରାୟେ ନାଚି ନାଚି ଯାଏ କେ ବକ ପରାଏ ବସନ୍ତି। କେ ଭ୍ରୁଙ୍ଗ ଝଙ୍କାର ଶୁଣି ଅହ‌ଙ୍କାର କରି ହୁଙ୍କାର ବିସ୍ତାରନ୍ତି । କେହୁ ସାଦରେ, କେକିଶିଶୁ ପଛେ ଗୋଡ଼ାନ୍ତି । କେ କାହା କରରେ କର ମାରି ଖରେ ପଳାଇ ପ୍ରତିଜ୍ଞା କରନ୍ତି । କେତେବେଳେ ବାହୁ ଯୁଦ୍ଧ କରି କେହୁ ଭାବେ ହୁଅନ୍ତି ଧରାଧରି । କେତେବେଳେ ଫଳ ସମରେ ଚଞ୍ଚଳ କେତେବେଳେ ଆଖିବୁଜାଳି । କେତେବେଳରେ, କୃଷ୍ଣ ହୁଅନ୍ତି ନରପତି । କରେ ପୁଷ୍ପଛତି ଧରି ସଖାପନ୍ତି ମଣିମା ମଣିମା ବୋଲନ୍ତି । କଉତୁକେ ଖେଳ ଖେଳୁଁ ଖେଳୁଁ ବଳଦେବଙ୍କୁ ନିଅନ୍ତେ ପ୍ରଳମ୍ବ । କି କି କରି ଜାଣି ଭାଙ୍ଗି ତାର ଆଣି ପରାଣ ନେଲେ ଅବିଳମ୍ବ । କୁଞ୍ଜବିହାରି, କଥା ଅଦ୍ଭୁତ ପୁଣି କଲେ । କରାଳୁଁ କରାଳ ଅତ୍ୟନ୍ତ ପ୍ରବଳ ତମଦାବାନଳ ଗିଳିଲେ । କୁଶକେତୁ ମନ ଭ୍ରମାଇଲେ ବନଭୋଜନ ବତ୍ସାହରଣରେ । କଲେ ଅତି ଖର୍ବ ସୁରପତିଗର୍ବ ଗୋବର୍ଦ୍ଧନ ଉଦ୍ଧରଣରେ । କରି ଉଶ୍ୱାସ, କନ୍ଦଳଜାକ ନନ୍ଦବାଳ । କଉତୁକେ ବନବିହାରୀ ଗୋଧନ ରଖନ୍ତି ଘେନି କାମ‌ପାଳ । କୁମୁଦ ପ୍ରମୋଦ କମଳଙ୍କ ନିଦ-ସମୟେ ଘରକୁ ଆସନ୍ତି । କମନୀୟ ବେଶ ଧରି ପୀତବାସ ସୁନ୍ଦରୁ ସୁନ୍ଦର ଦିଶନ୍ତି । କେକିକଳାପ, କଳାପେ ରଞ୍ଜିତ ମୁକୁଟ । କାଦମ୍ବିନୀକାଳେ କଳାମେଘ କୋଳେ ଇନ୍ଦ୍ରଧନୁ ଯେହ୍ନେ ପ୍ରକଟ । କର୍ଣ୍ଣେ କମନୀୟ ମହାମଣିମୟ ମକରକୁଣ୍ତଳ ଚଳନ୍ତି । କମଳ ଉଭୟ ପାଶେ ସୁଖୋଦୟ ଯୁଗଳ ମିତ୍ର କି ଖେଳନ୍ତି । କାବ୍ୟ ତାରରୁ, କାନ୍ତ ମୋତି ନାସେ ଲୁଳଇ । କରିବାରୁ ସଙ୍ଗ ଅଧର ସୁରଙ୍ଗ ଲୋହିତ ଅଙ୍ଗକୁ ବ‌ହଇ । କଣ୍ଠେ ତାର ହାର କାଳନ୍ଦୀ-ବିହାର କରେକି ରାଜ‌ହଂସ ପନ୍ତି । କାଳିକା କୋଳରେ ନାଦ ରହିତରେ ବଳାକା-ବଳିକି ଚଳନ୍ତି । କଟିତଟରେ, କମ‌ନୀୟ ପୀତବସନ । କନ‌କ କିଙ୍କିଣୀଶ୍ରେଣୀ ତ‌ହିଁ ପୁଣି କରନ୍ତି ମଧୁର ନିସ୍ୱନ । କରେ ସୁବଳୟ ଫୁଲ କୁବଳୟ ଅଙ୍ଗେ ମଣ୍ତିତ ଗୋରୁଧୂଳି । କଦମ୍ବକୁସୁମ ଶୋଭାକୁ ସୁମନ ଦିଶଇ ରଙ୍ଗ ଜାମୁଡ଼ାଳି । କନ୍ଧେ ଉତ୍ତରୀ, କୃତ ବନମାଳା ଲମ୍ବିତ । କୁସୁମରସରେ ମାତି ମଧୁକରେ ମହାସୁଖ ଭରେ ଚୁମ୍ବିତ । କେ ବେଣୁ ଶୁଙ୍ଗରେ ବିବିଧ ରଙ୍ଗରେ ଗୀତ ଶବଦମାନ କରେ । କେ କାହାକୁ ବଳି ପତରକାହାଳୀ ବଜାନ୍ତି ମହାମ‌ନୋହରେ । </poem><noinclude></noinclude> dx2fnp95ahqckym5vqv58hbj4jop6cc