ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.47.0-wmf.16
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
Event
Event talk
ଲେଖକ:ଗୋପାଳକୃଷ୍ଣ ପଟ୍ଟନାୟକ
0
7189
59628
58729
2026-08-20T13:43:29Z
Puru2021
2157
/* ଚଉପଦୀ */
59628
wikitext
text/x-wiki
{{author
| firstname = ଗୋପାଳକୃଷ୍ଣ
| lastname = ପଟ୍ଟନାୟକ
| last_initial = ପ
| birthyear = ୧୭୮୪
| deathyear = ୧୮୬୨
| description =ପାରଳାର ନିବାସୀ । ୟେ ଅନେକ ଲୋକପ୍ରିୟ ଚଉପଦୀର ରଚୟିତା । ଏହାଛଡ଼ା କେତେକ ଜଣାଣ, ଛାନ୍ଦ ଓ ଚଉତିଶା ମଧ୍ୟ ରଚନା କରିଛନ୍ତି । ''କବିକଳହଂସ'' ଭାବେ ପରିଚିତ ।
| image = Odissi musician ancient poet Gopalakrusna Pattanayaka.jpg
| wikipedia = ଗୋପାଳକୃଷ୍ଣ ପଟ୍ଟନାୟକ
| wikiquote =
| commons =
| commonscat =
}}
==ରଚନାବଳୀ==
=== ଜଣାଣ ===
*[[ଅନୁସରିତ]]
=== ଛାନ୍ଦ ===
=== ଚଉପଦୀ ===
*[[ବଂଶୀ ବାଜୁଛି କାହାର କାନନରେ]]
*[[ମୋହନ ମାଧୁରୀ]]
*[[ମନସିଜ ମନମୋହନ]]
*[[ଶ୍ୟାମ ଅପବାଦ ମୋତେ ଲାଗିଥାଉ]]
*[[କଦମ୍ବ ବନେ ବଂଶୀ ବାଜିଲା]]
*[[ଜଳ ଆଣି ଯାଇ]]
*[[ପଥ ଛାଡିଦେ ମୁଁ ଯିବି]]
*[[ଉଠିଲୁ ଏଡ଼େ ବେଗି କାହିଁକିରେ]]
*[[କାନନର ବିତାନରେ ଏ କି ଗାନ ଶୁଭୁଛି]]
*[[ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର]]
*[[ଏଥରକ ଶ୍ୟାମ ଦୋଷ କର କ୍ଷମା]]
*[[ଭଜୁଥାରେ ମନ ଶ୍ରୀରାଧା ରମଣ]]
*[[ସଙ୍ଗିନୀରେ ରାସ ରଙ୍ଗିନୀରେ]]
*[[ମୁହାଁମୁହିଁ କିଶୋର ଚନ୍ଦ୍ରମାଙ୍କର ମୋର]]
=== ଚଉତିଶା ===
* [[ଜଳଦ ଚଉତିଶା]]
* [[ଜାଈଫୁଲ ଚଉତିଶା]]
[[ଶ୍ରେଣୀ:ଗଜପତି ଜିଲ୍ଲାର ଲେଖକ]]
62qvfcryf5yp2v0qvncip2fswh4xsjl
ବିଦଗ୍ଧ ଚିନ୍ତାମଣି/ଶ୍ରୀରାଧା କୃଷ୍ଣନାମ ଶୁଣି କାତରେ
0
11825
59631
56861
2026-08-20T16:58:38Z
Puru2021
2157
59631
wikitext
text/x-wiki
{{header
| title = [[ବିଦଗ୍ଧ ଚିନ୍ତାମଣି]]<br/>
| author = ଅଭିମନ୍ୟୁ ସାମନ୍ତସିଂହାର
| translator =
| section = ଶ୍ରୀରାଧା କୃଷ୍ଣନାମ ଶୁଣି କାତରେ
| previous = [[ବିଦଗ୍ଧ ଚିନ୍ତାମଣି/ଉଷତରେ ଶୁଣ ହେ ସୁଧୀରେ ଧିରେ]]
| next = [[ବିଦଗ୍ଧ ଚିନ୍ତାମଣି/ଧୀରେ ଶୁଣ ଏ ଉତ୍ତାରୁ ଯେତେ ରସ]]
| year =
| notes =
}}
{{c|
{{larger|'''ନବମ ଛାନ୍ଦ'''}}<br/>
ଶ୍ରୀରାଧାଙ୍କ କୃଷ୍ଣ ନମାନୁସ୍ୱାଦନ
ରାଗ-କେଦାର କମୋଦୀ <br/> (ଉ-ପ୍ରାନ୍ତାନୁପ୍ରାସ)<hr>
<poem>
ଶ୍ରୀରାଧା କୃଷ୍ଣନାମ ଶୁଣି କାତରେ । ବିଶାଖାରେ କହନ୍ତି ସେ ଏକାନ୍ତରେ ଯେ ।।
ଯେଉଁ ନାମ କହିଲେ ଶ୍ରୀପୂର୍ଣ୍ଣମାସୀ । ଚିନ୍ତାସିନ୍ଧୁଙ୍କୁ ହେଲା ସେ ପୂର୍ଣ୍ଣମାସୀ ଯେ ।।୧।।
ସେ ନାମ ଗଢ଼ା ମିଶି କେତେ ଅମୃତ । ଯେ ଶୁଣିବ ତାର କି ହେବ ଅମୃତ ଯେ ।।
ବିଚିତ୍ର ସୁଖ ହୋଏ ତାହା ଶ୍ରବଣେ । ଲାଳସାହୋଏ କୋଟିକୋଟି ଶ୍ରବଣେ ଯେ ।।୨।।
ଉଚ୍ଚାରଣ କରିବାବେଳେ ମୁଖରେ । ଶେଷାନନ ହେବାକୁ ବାଞ୍ଛେ ମୁଁ କରେ ଯେ ।।
ପଡ଼ଇ ଯେତେବେଳେ ସେ ମାନସରେ । ଜ୍ଞାନେନ୍ଦ୍ରିୟ ମାନଙ୍କ ଗୁମାନ ସରେ ଯେ ।।୩।।
କୃଷ୍ଣବୋଲି ସେ ଯେଉଁ ବେନି ଅକ୍ଷର । କମାନ୍ଧିନୀଙ୍କ କନୀନିକା ଅକ୍ଷର ଯେ ।।
କି ସେ ତାଟଙ୍କ ପ୍ରିତୀନାରୀ ଶ୍ରୁତିର । କି ଭକ୍ତି ମୁକ୍ତି ଫଳ ବେନିଶ୍ରୁତିର ଯେ ।।୪।।
କିବା ଜୀବ ପରମ ସର୍ବଲୋକର । କାମୀତମ ଚନ୍ଦ୍ରାର୍କ କି ତ୍ରିଲୋକର ଯେ ।।
କିବା ଆନନ୍ଦ ଆହାଲାଦ ମୂରତି । ସେନାମରେ କେବଳ ଇଛେ ମୁଁ ରତି ଯେ ।।୫।।
ଉପମା ହେବ କାହା ପରଶଂସାରେ । ତୁଳା କରିତ ନାହିଁ ବିଧି ସଂସାରେ ଯେ ।।
ତା ଶୁଣିଲେ କି ରହେ ପତିବରତ । ମୋ ମାନସ ଆରତି ଅନୁବରତ ଯେ ।।୬।।
କୃଷ୍ଣ ନାମ ବଡ଼ଶୀ ମନ-ମତ୍ସ୍ୟର । ମୋ ହୃଦରୁ ଛଡ଼ାଇ ଦେଲା ମତ୍ସର ଯେ ।।
ଯେଯାହା ବୋଇଲେବୋଲ ସହୀବାର । ବଳାତ୍କାରେ ହେଲାନି ମୋସହିବାର ଯେ ।।୭।।
କରୁ କରୁ ସେ ନାମ ସୁମରଣକୁ । ବିହି ଭେଟାଇ ଦେଉ ସୁ-ମରଣକୁ ଯେ ।।
ତୁମ୍ଭେ କରି ବସିଲେ ନିବାରଣକୁ । ଔଷଧୀ ନାହିଁ ମୋ ଜୀବ ତାରଣକୁ ଯେ ।।୮।।
ରଙ୍ଗସେ ସଂସାରେବୋଲାଇ ନାରଙ୍ଗ । ଶ୍ୱେତବର୍ଣ୍ଣ ଦିଶଇ ତାହା ନା ରଙ୍ଗ ଯେ ।।
ନାମ ନାମୀ ଅଭେଦେ ଶଙ୍କା ଜନିତ । ଚିନ୍ତା ସେ ନ ଗଲା ଦିବାରଜନୀ ତ ଯେ ।।୯।।
ଯା ନାମ ସ୍ୱାଦୁ ଲୋଭେ ମାନସ ରତ । ତା ରୂପ ହୋଇଥିବ ସୁଧାସାର ତ ଯେ ।।
ନାମ ଅର୍ଥରୁ ତା ବର୍ଣ୍ଣ ଆଭାସଇ । ତଥାପି ସଂଶୟତାରୁଁ ନ ଭାଶଇ ଯେ ।।୧୦।।
</poem>
}}
c619up6wrqsbwb2j3g4en8rd6q3gig3
ମୁହାଁମୁହିଁ କିଶୋର ଚନ୍ଦ୍ରମାଙ୍କର ମୋର
0
12677
59629
2026-08-20T13:59:25Z
Puru2021
2157
"{{header | title = ମୁହାଁମୁହିଁ କିଶୋର ଚନ୍ଦ୍ରମାଙ୍କର ମୋର | author = ଗୋପାଳକୃଷ୍ଣ ପଟ୍ଟନାୟକ | translator = | section = | previous = | next = | year = | notes = }} <center> {{larger|ମୁହାଁମୁହିଁ କିଶୋର ଚନ୍ଦ୍ରମାଙ୍କର ମୋର}} <poem> ମ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59629
wikitext
text/x-wiki
{{header
| title = ମୁହାଁମୁହିଁ କିଶୋର ଚନ୍ଦ୍ରମାଙ୍କର ମୋର
| author = ଗୋପାଳକୃଷ୍ଣ ପଟ୍ଟନାୟକ
| translator =
| section =
| previous =
| next =
| year =
| notes =
}}
<center>
{{larger|ମୁହାଁମୁହିଁ କିଶୋର ଚନ୍ଦ୍ରମାଙ୍କର ମୋର}}
<poem>
ମୁହାଁମୁହିଁ କିଶୋର ଚନ୍ଦ୍ରମାଙ୍କର ମୋର
ଆଜ ଯମୁନା ତୀରେ ହୋଇଗଲା ମା । ୦ ।
ବେଳା ଶିଳାରେ ବସି ହେଳାରେ ତନୁ ଘଷି
ହେଉଥିଲି ବୟସୀ ଠାରି ଦେଲା ମା । ୧ ।
ଉଠୁଁ ମୁଁ ଝଟକରି ଆଳୀ ଆପଟ କରି
ପ୍ରତି ପ୍ରତୀକ ଯାକ ଥରିଲା ମା । ୨ ।
ଫିଟି ଚରମେ କେଶ ଲୋଟୁଥିଲା ଗୋ ବାସ
ଥିବା ଠାରେ ଯତ୍ନରେ ନଥିଲା ମା । ୩ ।
ଆଉରି ରହ ବୋଲି ସେକାଳେ ଭୂରୁ ବଲ୍ଲୀ
ଚାଳି ଚାହୁଁ ମୋ ଜ୍ଞାନ ହଜିଲା ମା । ୪ ।
ପଥରକୁ ଆସୁ ସେ ପଥ ମୋତେ ନ ଦିଶେ
ପାଥରେ ବୁଡ଼ ଆଳୀ କହିଦେଲା ମା । ୫ ।
ବୁଡ଼ି ଗଲା ଆଜିରେ କାଳନ୍ଦୀ ତୀରେ ନୀରେ
ଗୋପାଳକୃଷ୍ଣ ବାଟ କଢ଼ାଇଲା ମା । ୬ ।
</center>
</poem>
[[ଶ୍ରେଣୀ:ଗୋପାଳକୃଷ୍ଣ ପଟ୍ଟନାୟକ ରଚନାବଳୀ]]
5c865u631o5eausdexnj00kp0ctwgcc
ପୃଷ୍ଠା:Adbhut Parinam (M Rath, 1915).pdf/୩
250
12678
59630
2026-08-20T14:45:29Z
Ssgapu22
248
/* ପ୍ରମାଣିତ ହୋଇନଥିବା */ "________________ ଉର୍ସର୍ଗ । ଉତ୍କଳର ଉପନ୍ୟାସ-ବଧାରା ବ୍ୟାସ ଶ୍ରୀ ଫକୀରମୋହନ ସେନାପରଙ୍କ ଟ୍ରକରକମଳରେ ଏହି କ୍ଷୁଦ୍ର, ପୁସ୍ତିକା ଖଣ୍ଡି ଅନ୍ତଭଳ ଭକ୍ତିର ଊଦର୍ଶନସ୍ଵରୂପ ଅର୍ପିତ ହେଲା । Digitized by sru..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59630
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>________________
ଉର୍ସର୍ଗ ।
ଉତ୍କଳର
ଉପନ୍ୟାସ-ବଧାରା
ବ୍ୟାସ ଶ୍ରୀ ଫକୀରମୋହନ ସେନାପରଙ୍କ
ଟ୍ରକରକମଳରେ ଏହି କ୍ଷୁଦ୍ର, ପୁସ୍ତିକା ଖଣ୍ଡି ଅନ୍ତଭଳ ଭକ୍ତିର ଊଦର୍ଶନସ୍ଵରୂପ
ଅର୍ପିତ ହେଲା ।
Digitized by srujanika@gmail.com<noinclude></noinclude>
a4yu07zz1rhmyspkc9twdg73aokv3s3