ଉଇକିଅଭିଧାନ orwiktionary https://or.wiktionary.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.47.0-wmf.20 case-sensitive ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିଅଭିଧାନ ଉଇକିଅଭିଧାନ ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ସୂଚୀ ସୂଚୀ ଆଲୋଚନା ଆଧାର ଆଧାର ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା Event Event talk ଖଣ୍ଡାୟତ 0 113083 229021 228843 2026-09-16T14:41:29Z ~2026-49869-90 3428 Better 229021 wikitext text/x-wiki {{info|ଏହି ଲେଖାଟି ଓଡ଼ିଆ ଉଇକିଅଭିଧାନ ଢାଞ୍ଚାରେ ଲେଖାଯାଇନାହିଁ । ଲେଖାଟି ପାଇଁ କୌଣସି ନିର୍ଦ୍ଧିଷ୍ଟ ତଥ୍ୟ କିମ୍ବା ଆଧାର ଦିଆ ଯାଇନହିଁ । ଏହାକୁ ଏକ ସମ୍ପୂର୍ଣ ପ୍ରସଙ୍ଗ/article ଭାବରେ [[:or:w:wikipedia|ଓଡ଼ିଆ ଉଇକିପିଡ଼ିଆ]]ରେ ଲେଖିପାରିବେ । କେହି ଉଇକିଆଳି ଏହି ଶବ୍ଦଟିକୁ ଠିକ କରିବାରେ ସହଯୋଗ କରନ୍ତୁ । ଏହି ଶବ୍ଦ ବିଷୟରେ ଅଧିକ ଆଲୋଚନା, ଆଲୋଚନା ପୃଷ୍ଠାରେ କରିବାପାଇଁ ଅନୁରୋଧ ।}} ''' ଖଣ୍ଡାୟତ ଓଡ଼ିଶାର ଏକ ପାରମ୍ପାରିକ କ୍ଷତ୍ରିୟ ଯୋଦ୍ଧା ଜାତି । ଖଣ୍ଡାୟତ ମାନେ ବ୍ରିଟିଶ ଶାସନ ପୂର୍ବରୁ ଶାସନକାର୍ଯ୍ୟ ଓ ଯୁଦ୍ଧରେ ନିୟୋଜିତ ଥିଲେ। ପୁରୀ ଗଜପତିଙ୍କ ନିଦ୍ଦେଶ ଅନୁସାରେ ଖଣ୍ଡାୟତମାନେ ଯୁଦ୍ଧବିଦ୍ୟାରେ ନିପୁଣ ହୋଇଥିବେ, ରାଜ୍ୟଶାସନରେ ମହାରଥୀ ପଦ ହାସଲ କରିଥିବେ ଏବଂ ନିଜେ ମଧ୍ୟ ଶୃଙ୍ଖଳିତ ହୋଇଥିବେ । ଖଣ୍ଡାୟତମାନେ କ୍ଷତ୍ରୀୟ ଅନ୍ତର୍ଭୁକ୍ତ । ପ୍ରାଚୀନ ଉତ୍କଳ ର ରାଜ୍ୟ ଶାସନ ଭାର ଖଣ୍ଡାୟତ ମାନଙ୍କ ଉପରେ ହିଁ ନିର୍ଭର ଥିଲା । ଖଣ୍ଡାୟତ ମାନେ ହିଁ ବିଭିନ୍ନ ପ୍ରାନ୍ତ ରେ ଶାସନ କରୁଥିଲେ । ଶାସନ କରିବା ଠାରୁ ଆରମ୍ଭ କରି ସେନାପତି , ଦଳପତି ପ୍ରଭୃତି ବୀର ସନ୍ୟ ମାନେ ଖଣ୍ଡାୟତ ମାନେ ହିଁ ଥିଲେ ।୨୫୦୦ ବର୍ଷରୁ ଉର୍ଦ୍ଧ୍ୱ ଲିଖିତ ଇତିହାସ ଭିତରୁ କଳିଙ୍ଗ ଯୁଦ୍ଧ ଏବଂ ପାଇକ ବିଦ୍ରୋହ କେତେକ ଐତିହାସିକ ଘଟଣା ଭାବେ ଅନ୍ୟତମ । ଯେଉଁ ଖଣ୍ଡାୟତମାନେ ଯୁଦ୍ଧରେ ଲଢୁଥିଲେ ସେମାନଙ୍କୁ ପଦ ଅନୁସାରେ ଜମି ପ୍ରଦାନ କରାଯାଉଥିଲା ଯାହା ଜାଗିରି ବୋଲି ମଧ୍ୟ ଜଣା । ଏହା ଫଳରେ ୧୯ଶ ଶତାବ୍ଦୀ ଶେଷ ଭାଗ ସମୟରେ ଅଧିକାଂଶ ଜମିଦାରୀ ଖଣ୍ଡାୟତ ସମୁଦାୟର ଲୋକମାନଙ୍କ ପାଖେ ଥିଲା । ପାଇକ ବିଦ୍ରୋହ ଖଣ୍ଡାୟତ ମାନଙ୍କ ନେତୃତ୍ୱ ରେ ହୋଇଥିଲା । ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଜମିଦାରୀ ପ୍ରଥାକୁ ଉଚ୍ଛେଦ ହେଲା ପରେ ଓଡ଼ିଶାର [[ଖଣ୍ଡାୟତ]] ଓ ବ୍ରାହ୍ମଣ ସମୁଦାୟ ଲୋକ ସେବା, ରାଜନୀତି ଓ ବିଭିନ୍ନ ଅନ୍ୟ ବୃତ୍ତିରେ ନିୟୋଜିତ ହେଲେ ।ଖଣ୍ଡାୟତମାନେ ଧାର୍ମିକତା ଅନୁସାରେ ବିଭକ୍ତ ନ ହୋଇ ସାମାଜିକ ସ୍ଥିତି ଅନୁସାରେ ମୁଖ୍ୟତଃ ଅଗ୍ନିବଂଶୀ , ସୂର୍ଯ୍ୟବଂଶୀ, ନାଗବଂଶୀ ଏବଂ ଚନ୍ଦ୍ରବଂଶୀ ଆଦିରେ ବିଭକ୍ତ । ସେମାନେ ମହାଲୟକ , ମହାନାୟକ ତଥା ଦଳପତି ଭାବେ ମଧ୍ୟ ପରିଚିତ। ପୁର୍ବେ ଖଣ୍ଡାୟତମାନେ ବିଶେଷ କରି କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଜଗତସିଂପୁର, ଯାଜପୁର, ନୟାଗଡ଼, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ମଧ୍ୟ-ଓଡ଼ିଶାର ବିଭିନ୍ନ ସ୍ଥାନରେ ବସବାସ କରୁଥିଲେ ।ଖଣ୍ଡ ଅର୍ଥାତ ଭୂମି କିମ୍ବା ବିଶାଳ ଭୂଖଣ୍ଡ ବା ଅଞ୍ଚଳ ଏବଂ ଖଡ୍ଗ ଅର୍ଥାତ ଖଣ୍ଡାକୁ ନିୟନ୍ତ୍ରଣ କରୁଥିବା କ୍ଷତ୍ରିୟ । ସାଧାରଣତଃ ପୂର୍ୱ ଭାରତ ତଥା ଓଡ଼ିଶାର କ୍ଷତ୍ରିୟମାନେ ନିଜକୁ ଖଣ୍ଡାୟତ ଭାବେ ପରିଚୟ ଦିଅନ୍ତି । ରାଜ୍ୟର ଶାସନ ବ୍ୟବସ୍ଥା ଏମାନଙ୍କ ହାତରେ ରହୁଥିଲା । ପ୍ରାଚୀନ ଓଡ଼ିଶା କହିଲେ ପୂର୍ବେ ଗଙ୍ଗାରୁ ଗୋବଦରୀ ଯାଏଁ କୁହା ଯାଉଥିଲା । ରୀତିନୀତି ଓ ପରମ୍ପରା ଉତ୍ତର ଭାରତୀୟ ବ୍ରାହ୍ମଣମାନଙ୍କ ରିତି ନୀତି ପରି । ଖଣ୍ଡାୟତମାନଙ୍କ କେତେକ ସାଧାରଣ ଗୋତ୍ର ହେଲା ଭରଦ୍ୱାଜ, କୌଣ୍ଡିନ୍ୟ (ଭ୍ରମ ବଶତଃ କୌନସ୍ୟ ବୋଲି ଲୋକାଚାରରେ ପ୍ରଚଳିତ), ବାତ୍ସ୍ୟ, ମୁଦ୍ଗଳସ୍ୟ , ନାଗସ୍ୟ ,ତମଶ୍ୟ, ବଶିଷ୍ଠ, କଶ୍ୟପ, ଅତ୍ରେୟ , ଗାଙ୍ଗସ୍ୟ ,ଭାର୍ଗବ,ଭରଦ୍ୱାଜ,ବିନାୟକ, ଶଙ୍ଖସ୍ୟ ଆଦି। [[ଶ୍ରେଣୀ:ସଂଶୋଧନ ଆବଶ୍ୟକ]] 1lxib5adrmsm90y0wfifyr2jae54h3n